fbpx

Top-100 Power List: ଭାରତରେ କିଏ ସବୁଠାରୁ ବେଶୀ ପ୍ରଭାବଶାଳୀ, ଓଡ଼ିଶାରୁ କେତେଜଣ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବର୍ତ୍ତମାନ ସମୟରେ ଭାରତରେ କିଏ ସବୁଠାରୁ ଶକ୍ତିଶାଳୀ ବ୍ୟକ୍ତିତ୍ୱ ଆପଣମାନେ କହିପାରିବେ କି? ଏନେଇ ରାଜନୀତି, କ୍ରୀଡ଼ା, ଫିଲ୍ମ, ବିଜିନେସ କ୍ଷେତ୍ର ସହ ଜଡ଼ିତ ଅନେକ ସଫଳ ବ୍ୟକ୍ତିଙ୍କ ନାମ ଆଗକୁ ଆସିବ । ତେବେ ନିକଟରେ ୨୦୨୩ ବର୍ଷ ପାଇଁ ଏକ ଜାତୀୟ ଗଣମାଧ୍ୟମ ଦ୍ୱାରା ଦେଶର ଟପ-୧୦୦ ଜଣ ପାୱାରଫୁଲ ବ୍ୟକ୍ତିଙ୍କ ଲିଷ୍ଟ ପ୍ରସ୍ତୁତ କରାଯାଇଥିଲା । ଏହି ଲିଷ୍ଟରେ ଦେଶର ବିଭିନ୍ନ ରାଜ୍ୟର ଅଲଗା ଅଲଗା କ୍ଷେତ୍ରରେ ସଫଳତା ହାସଲ କରିଥିବା ବ୍ୟକ୍ତିମାନେ ସ୍ଥାନ ପାଇଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବର୍ତ୍ତମାନ ସମୟରେ ସବୁଠାରୁ ଶକ୍ତିଶାଳୀ ଭାରତୀୟ ଭାବେ ଗ୍ରହଣୀୟ ହୋଇଛନ୍ତି । କେବଳ ଭାରତ ନୁହେଁ ମୋଦୀ ବିଶ୍ୱର ଅନେକ ଟପ ନେତାଙ୍କୁ ପଛରେ ପକାଇ ଏକ ନମ୍ବର ନେତା ଭାବେ ବିବେଚିତ ହୋଇଥିଲେ । ତେଣୁ ମୋଦୀଙ୍କୁ ଏହି ଲିଷ୍ଟରେ ଏକ ନମ୍ବର ସ୍ଥାନରେ ରଖାଯାଇଛି । ଅନେକ ଜଟିଳ ଦୁର୍ଗକୁ ସହଜରେ ଲଙ୍ଘିବାର କ୍ଷମତା ରଖିଥିବା ବିଜେପିର ଚାଣକ୍ୟ ଅମିତ ଶାହଙ୍କୁ ଲିଷ୍ଟରେ ଦ୍ୱିତୀୟ ସ୍ଥାନରେ ରଖାଯାଇଛି ।

ନିଜର କୂଟନୀତି ବଳରେ ଭାରତକୁ ବିଶ୍ୱସ୍ତରରେ ପରିଚିତ କରାଯାଇଥିବା ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ଲିଷ୍ଟରେ ତୃତୀୟ ସ୍ଥାନରେ ରହିଛନ୍ତି । ଦେଶର ମୁଖ୍ୟ ବିଚାରପତି ଡି.ୱାଇ. ଚନ୍ଦ୍ରଚୂଡ଼ ଲିଷ୍ଟରେ ଚତୁର୍ଥ ଓ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପଞ୍ଚମ ସ୍ଥାନରେ ରହିଛନ୍ତି । ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧି, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର କେନ୍ଦ୍ରରେ ଅଣକ୍ଷମତାଧାରୀ ନେତା ଭାବେ ଟପ-୧୫ରେ ସ୍ଥାନ ପାଇଛନ୍ତି ।

ତେବେ ଏହି ଲିଷ୍ଟରେ ଓଡ଼ିଶାରୁ ୫ ଜଣ ବ୍ୟକ୍ତି ସ୍ଥାନ ପାଇଛନ୍ତି । ସେମାନଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୪୨ତମ ସ୍ଥାନରେ, ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ୨୧ତମ ସ୍ଥାନରେ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୫୯ତମ ସ୍ଥାନରେ, ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ପ୍ରମୋଦ କୁମାର ମିଶ୍ର ୭୩ତମ ସ୍ଥାନରେ ଓ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ୧୯ତମ ସ୍ଥାନରେ ରହିଛନ୍ତି ।

Get real time updates directly on you device, subscribe now.