fbpx

ଗୃହ ପାଳିତ କୁକୁରର ଜୀବନ ରକ୍ଷା କଲା chatGPT, ଡାକ୍ତର ଚିହ୍ନି ପାରିଲେ ନାହିଁ ରୋଗ

ନୂଆଦିଲ୍ଲୀ: chatGPT ନିଜ ପାରଙ୍ଗମତାରେ ୟୁଜର୍ସ ମାନଙ୍କୁ ଆଶ୍ଚର୍ଯ୍ୟ କରିଚାଲିଛି । chatGPT ବ୍ୟବହାରକାରୀଙ୍କ ପାଇଁ ଆର୍ଟିକିଲ ଲେଖିବା ସହ ଛାତ୍ରଛାତ୍ରୀଙ୍କ ହୋମୱାର୍କ ମଧ୍ୟ କରିପାରିବ । ଏହାରି ମଧ୍ୟରେ ସେ ନିଜର ଅନ୍ୟ ଏକ ପ୍ରତିଭା ଦେଖାଇ ସମସ୍ତଙ୍କ ହୃଦୟ ଜିତି ଯାଇଛି । ଏଥର ଚାଟଜିପିଟି ଏକ ନୂଆ ବର୍ଜନ ଜିପିଟି-୪ ଏଆଇ ଏକ ଗୃହପାଳିତ କୁକୁରର ଜୀବନ ରକ୍ଷା କରିଛି ।

ସୂଚନା ଅନୁଯାୟୀ, ଏହି କୁକୁରର ଟିକ୍-ବୋର୍ଣ୍ଣ ନାମକ ଏକ ରୋଗ ଥିଲା । ଯାହାକୁ ପଶୁ ଡାକ୍ତର ମଧ୍ୟ ଚିହ୍ନଟ କରିପାରୁନଥିଲେ । ଏନେଇ ଟ୍ୱିଟର ୟୁଜର (@peakcooper) ଦାବି କରିଛନ୍ତି ଯେ, ଚାଟ ଜିପିଟି ୱାର୍ଲଡ କଣ୍ଡିସନର ସଠିକ ଚିହ୍ନଟ କରି ସେହି କୁକୁରର ଜୀବନ ରକ୍ଷା କରିପାରିଛି । କୁପର କହିଛନ୍ତି ତାଙ୍କ କୁକୁରର ଟିକ୍-ବୋନ ଡିଜିଜର ଚିକିତ୍ସା ଚାଲିଥିଲା ଏବଂ ବର୍ତ୍ତମାନ ତାର ସ୍ୱାସ୍ଥ୍ୟ ପରିସ୍ଥିତିରେ ପରିବର୍ତ୍ତନ ହୋଇଛି । ଚିକିତ୍ସାର କିଛି ସମୟ ପରେ ବି କୁକୁରର ସ୍ୱାସ୍ଥ୍ୟ ବିଗିଡିବାରେ ଲାଗିଥିଲା । ତାର ଦାନ୍ତର ମାଢି ହଳଦିଆ ପଡିଯାଇଥିଲା । କୁକୁରକୁ ଯେତେବେଳେ ଡାକ୍ତରଙ୍କ ପାଖକୁ ନିଆଯାଥିଲା ସେତେବେଳେ ସେହି ଟିକ-ଡିଜିଜର କୋ-ଇନଫେକ୍ସନର ରେଜଲ୍ଟ ନେଗେଟିଭ ଆସିଥିଲା । ହେଲେ ତା ପରେ ମଧ୍ୟ କୁକୁରର ସ୍ୱାସ୍ଥ୍ୟ ଠିକ ହୋଇନଥିଲା ।

କୁପରଙ୍କୁ ନିଜର ଚାଟ ଜିପିଟିର ସାହାରା ନେବାକୁ ପଡିଥିଲା । ଏହାପରେ ସେ କୁକୁର ସମସ୍ତ ମେଡିକାଲ ତଥ୍ୟ ଜିପିଟି-୪କୁ ଦେଇଥିଲା । ଏହାପରେ ସେ ସୂଚନା ଦେଇଥିଲା ଯେ, କୁକୁରକୁ ବହୁତ ପ୍ରକାର ସମସ୍ୟା ଥିବା ସହ ଆଇଏମଏଚଏ ମଧ୍ୟ ଅନ୍ତର୍ଭୁକ୍ତ ଅଛି । କୁପର ଏହି ସବୁ ତଥ୍ୟକୁ ଅନ୍ୟ ଡାକ୍ତରଙ୍କ ପାଖେ ଦେଖାଇଥିଲେ । ସେହି ଡାକ୍ତର ଏହିସବୁ ରିପୋର୍ଟ ଦେଖି ନିଶ୍ଚିତ କରିଥିଲେ ଯେ, ଚାଟ ଜିପିଟି ସଠିକ ରୋଗ ଚିହ୍ନଟ କରିଛି । ବର୍ତ୍ତମାନ ସେହି ଗୃହପାଳିତ ପଶୁର ଚିକିତ୍ସା ହେବାପରେ ସେ ଧିରେ ଧିରେ ଠିକ ହେଉଛି ।

Get real time updates directly on you device, subscribe now.