fbpx

ଓଡିଶାରେ ଏକ ଲକ୍ଷରୁ ଅଧିକ ଲାଇସେନ୍ସ ରଦ୍ଦ: ୨ ବର୍ଷରେ ଟ୍ରାଫିକ ନିୟମ ଭାଙ୍ଗି ଫସିଛନ୍ତି ଚାଳକ

ଭୁବନେଶ୍ୱର: ରାଜ୍ୟରେ ପରିବହନ ବିଭାଗ ଏବଂ ଟ୍ରାଫିକ ନିୟମ ଯେତେ କଠୋର ହେଉଛି ଲୋକଙ୍କ ମନମାନି ମଧ୍ୟ ସେତିକି ବୃଦ୍ଧି ପାଇବାରେ ଲାଗିଛି । ତେଣୁ ପ୍ରତିଦିନ ପ୍ରଶାସନ ତରଫରୁ ଅନେକ ଲୋକଙ୍କର ଚାଲାଣ କାଟିବା ସହ କିଛି ଲୋକଭ୍କ ଲାଇସେନ୍ସ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ତେବେ ଏହି କ୍ରମରେ ଏକ ବଡ ଲଜ୍ଜାଜନକ ରେକର୍ଡ ଦେଖିବାକୁ ମିଳିଛି । ଦୁଇ ବର୍ଷ ଭିତରେ ରାଜ୍ୟରେ ଏକ ଲକ୍ଷରୁ ଅଧିକ ଅମାନିଆଙ୍କ ଡ୍ରାଇଭିଙ୍ଗ ଲାଇସେନ୍ସ ରଦ୍ଦ କରାଯାଇଥିବା ଜାଣିବାକୁ ମିଳିଛି ।

ତେବେ ଏହା ମଧ୍ୟରେ ସର୍ବାଧିକ ଲୋକ ବିନା ହେଲମେଟ କିମ୍ବା ଦ୍ରୁତ ଗତିରେ ଗାଡି ଚଳାଉଥିବା ସମୟରେ ଦରା ପଡିଛନ୍ତି । ତେବେ ଏହି ରେକର୍ଡ ଉପରେ ଯଦି ନଜର ପକାଇବା ୨ ବର୍ଷ ମଧ୍ୟରେ ମୋଟ ୧ ଲକ୍ଷ ୪୧ ହଜାର ୪୮୨ ଜଣଙ୍କର ଲାଇସେନ୍ସ ରଦ୍ଦ କରିଛି ପରିବହନ ବିଭାଗ । ତେବେ ନିୟମ ଅନୁସାରେ, ଲାଇସେନ୍ସ ରଦ୍ଦ ହୋଇଥିବା ଚାଳକମାନେ ୩ ମାସ ପର୍ଯ୍ୟନ୍ତ ଗାଡି ଚଳାଇ ପାରିବେ ନାହିଁ । ତେବେ ଯଦି ଗାଡି ଚଳାନ୍ତି ଏବଂ ଧରା ପଡନ୍ତି ତେବେ ୫ ହଜାର ଟଙ୍କା ଜରିମାନା ଆଦାୟ କରାଯିବ । ଏହାସହିତ ଦୁର୍ଘଟଣାରେ କୌଣସି ପ୍ରକାର ବୀମା ସୁବିଧା ମଧ୍ୟ ମିଳିପାରିବ ନାହିଁ । ତେବେ ଏହି ଅମାନିଆମାନଙ୍କୁ ସାବାଡ କରିବା ପାଇଁ ଛକରେ ଛକରେ ପୋଲିସ ଏବଂ ପରିବହନ ବିଭାଗ ଜଗି ବସି ରହିଛି ।

New helmet rule in TN from Oct 28: Check details here

ରିପୋର୍ଟ ଅନୁସାରେ, ୨୦୨୧ ମସିହାରେ ମୋଟ ୭୭ ହଜାର ୨୪୬ ଜଣଙ୍କ ଲାଇସେନ୍ସ ରଦ୍ଦ ହୋଇଥିବା ବେଳେ ୫୧ ହଜାର ୬୧୨ ଜଣଙ୍କୁ ବିନା ହେଲମେଟରେ ଧରିଥିଲା ପୋଲିସ । ଏବଂ ଦ୍ରୁତ ଗତିରେ ଯିବା ବେଳେ ୮୯୮୦ ଗାଡି ଚାଳକ ଧରା ପଡିଛନ୍ତି । ତେବେ ପୋଲିସ ଏମାନଙ୍କର ଲାଇସେନ୍ସ ରଦ୍ଦ କରିଛି । ଏମାନଙ୍କ ଭିତରୁ କେବଳ ରାଜଧାନୀ ଭୁବନେଶ୍ୱରରେ ୧୫,୪୮୪ ବିନା ହେଲମେଟ ଏବଂ ଦ୍ରୁତ ଗତିରେ ଗାଡି ଚଳାଇବା ଅଭିଯୋଗରେ ପୁରୀରୁ ସର୍ବାଧିକ ବାଲେଶ୍ୱରରୁ ୧୦୯୧ ଜଣ ଧରା ପଡିଥିଲେ । ତେବେ ଭଞ୍ଜନଗରରେ ୨୪୩ ଜଣ ଗାଡି ଚାଳକ ସିଗନାଲ ଭାଙ୍ଗିଥିବା ବେଳେ ୨୯୭୦ ଜଣଙ୍କ ଲାଇସେନ୍ସ ମୋବାଇଲ ବ୍ୟବହାର ଯୋଗୁଁ ରଦ୍ଦ କରାଯାଇଛି ।

Pune police suspend 300 driving licences for mobile phone offences -  Hindustan Times

ସେହିପରି ୨୦୨୨ରେ ମଧ୍ୟ ଏହି ରେକର୍ଡ ଖୁବ ଆଶ୍ଚର୍ଯ୍ୟ କରିଛି । ଏହି ବର୍ଷରେ ୬୪ ହଜାର ୨୩୬ ଜଣଙ୍କ ଲାଇସେନ୍ସ ରଦ୍ଦ କରାଯାଇଛି । ଏଥିରୁ ବିନା ହେଲମେଟରେ ଗାଡି ଚଳାଇବା ଯୋଗୁଁ ୩୮ ହଜାର ୮୩୩ ଏବଂ ଦ୍ରୁତ ଗତି ପାଇଁ ୧୨ ହଜାର ୫୩୦ ଜଣଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇଛି ପରିବହନ ବିଭାଗ । ଭୁବନେଶ୍ୱରରେ ହେଲମେଟ ମାମଲାରେ ସର୍ବାଧିକ ୬୩୧୯ ଜଣ ଏବଂ ଦ୍ରୁତ ଗତିରେ ଗାଡି ଚଳାଇବା ଅଭିଯୋଗରେ ପୁରୀରେ ସର୍ବାଧିକ ୮୮୫ ଜଣଙ୍କ ଲାଇସେନ୍ସ ରଦ୍ଦ କରାଯାଇଥିଲା । ସିଗନାଲ ଭାଙ୍ଗିବା କ୍ଷେତ୍ରରେ ବାଲେଶ୍ୱରରୁ ସର୍ବାଧିକ ୨୩ ଜଣ ଏବଂ ମୋବାଇଲ ବ୍ୟବହାର କରିବା ମାମଲାରେ ୧୮୩୯ ଜଣଙ୍କୁ ଦଣ୍ଡ ଦେଇଛି ପ୍ରଶାସନ ।

Get real time updates directly on you device, subscribe now.