fbpx

ଗ୍ୟାଙ୍ଗଷ୍ଟାର ହେବାକୁ ଚାହୁଁଛନ୍ତି ମେୟର ପ୍ରାର୍ଥିନୀ! କିଏ ଏହି Beauty Queen?

ପାଟନା: ବିୟୁଟି କୁଇନ୍, ମେୟର ପାଇଁ ଲଢି ସାରିଛନ୍ତି ନିର୍ବାଚନ, କିନ୍ତୁ ବର୍ତ୍ତମାନ ଗାଙ୍ଗଷ୍ଟାର ହେବା ପାଇଁ କରୁଛନ୍ତି ପ୍ରସ୍ତୁତି । ଏହି ସୁନ୍ଦରୀ ଶ୍ୱେତା ଝାଙ୍କୁ ନେଇ ବର୍ତ୍ତମାନ ଜୋର ଧରିଛି ଚର୍ଚ୍ଚା । ଧିରେ ଧିରେ ଫସିବାରେ ଲାଗିଛନ୍ତି ଶ୍ୱେତା । ତାଙ୍କ ଘର ଆଗରେ ନୋଟିସ ଲଗାଯିବା ସହିତ ପାଟନା ପୋଲିସ ଏବେ ତାଙ୍କୁ ଜେରା କରିବ ବୋଲି ଜାଣିବାକୁ ମିଳିଛି । ମାର୍ଚ୍ଚ ୧୮ ତାରିଖରେ ଶ୍ୱେତାଙ୍କୁ ହାଜର ହେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

AK-47 के साथ BJP नेता श्वेता झा: 'गैंगस्टर'... मिसेज इंडिया.. या  जनप्रतिनिधि? | EOU started investigation on DGP instruction against BJP  leader shweta jha - News Nation

ପାଟନା ନଗର ନିଗମର ମେୟର ପ୍ରାର୍ଥୀ ପାଇଁ ନିର୍ବାଚନ ଲଢେଇ କରୁ କରୁ ଏବେ ଗ୍ୟାଙ୍ଗଷ୍ଟାର ହେବା ପାଇଁ ସ୍ୱପ୍ନ ଦେଖୁଛନ୍ତି ବିହାରର ବିୟୁଟି କୁଇନ ଶ୍ୱେତା ଝା । ନିଜକୁ ବିଜେପିର କାର୍ଯ୍ୟସମିତିର ସଦସ୍ୟ କହୁଥିବା ଶ୍ୱେତା ନିର୍ବାଚନ ହାରିବା ପରେ ଗ୍ୟାଙ୍ଗଷ୍ଟାର ହେବାକୁ ଚାହୁଁଛନ୍ତି ବୋଲି ତାଙ୍କ ସ୍ୱାମୀ ହିଁ ସୂଚନା ଦେଇଛନ୍ତି । ସେପଟେ ବିଜେପି ନେତା ଶ୍ୱେତାଙ୍କୁ ଚିହ୍ନି ନଥିବା କହିଛନ୍ତି । ନିକଟରେ ଏକ.କେ ୪୭ ଇନ୍ସାସ ରାଇଫଲ ସହିତ ଶ୍ୱେତାଙ୍କ ଫଟୋ ଏବଂ ରିଲ୍ସ ଭିଡିଓ ଭାଇରାଲ ହୋଇଛି । ଯାହାକୁ ନେଇ ଆରମ୍ଭ ହୋଇଛି ବିବାଦ । ଏ ନେଇ ପାଟନା ପୋଲିସ ଶ୍ୱେତାଙ୍କ ଶାଶୁ ଘରେ ପହଞ୍ଚି ଥାନାରେ ହାଜର ହେବା ନେଇ ନୋଟିସ ଜାରି କରିଛି ।

Exclusive Big disclosure of Shweta Jha who contested the election of Mayor  of Patna Municipal Corporation । पति ने कॉन्ट्रैक्टस लेने के लिए मुझ पर  शारीरिक संबंध बनाने का प्रेशर डाला: श्वेता

ଏହି ନୋଟିସରେ ଲେଖାଯାଇଛି ଯେ, ସୋସିଆଲ ମିଡିଆରେ ଏ.କେ ୪୭ ସହ ଆପଣଙ୍କର ଫଟୋ ଏବଂ ଭିଡିଓ ଭାଇରାଲ ହେବାରେ ଲାଗିଛି । ତେଣୁ ଏ ନେଇ ପୋଲିସ ଆପଣଙ୍କୁ ଜେରା କରିବ । ତେଣୁ ମାର୍ଚ୍ଚ ୧୮ ତାରିଖ ସକାଳ ୧୧ଟା ସମୟରେ ଅଗମକୁଆଁ ଥାନାରେ ଉପସ୍ଥିତ ରହିବାକୁ ଶ୍ୱେତାଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଏହା ତୃତୀୟ ଥର ପାଇଁ ଶ୍ୱେତାଙ୍କୁ ଜେରା କରାଯିବାକୁ ଅଫିସ ଡକାଇଛି ଇଓୟୁ । ଏହାପୂର୍ବରୁ ମଧ୍ୟ ଶ୍ୱେତାଙ୍କୁ ଏକ ପିସ୍ତଲ ସହ ଏକ ଫଟୋ ଏବଂ ରିଲ୍ସ ଭାଇରାଲ ହୋଇଥିଲା । ତେବେ ଏହି ମାମଲାରେ ସେ କହିଥିଲେ, ବନ୍ଧୁକ ଭଳି ଦେଖାଯାଉଥିବା ଏହି ଜିନିଷଟି ପ୍ରକୃତରେ ଲକ ଲାଇଟର । ତେବେ ସିଗାରେଟର ନିଶା ଥିବାରୁ ଏହାକୁ ସେ ବ୍ୟବହାର କରୁଥିବା ଉତ୍ତର ଦେଇଥିଲେ ।

Get real time updates directly on you device, subscribe now.