fbpx

ସ୍ଥଗିତ ହେଲା ଏମବିବିଏସ୍ ପରୀକ୍ଷା

ଭୁବନେଶ୍ୱର, ୨୮ା୪ (ଓଡିଶା ଭାସ୍କର): କରୋନାର ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏମବିବିଏସ୍ ପରୀକ୍ଷାକୁ ସ୍ଥଗିତ ରଖିଛନ୍ତି । ଆସନ୍ତା ୩୦ ତାରିଖରେ ଉକ୍ରଳ ବିଶ୍ୱବିଦ୍ୟାଳୟ ଅଧୀନରେ ଦ୍ୱିତୀୟ ଏମବିବିଏସ୍ ପରୀକ୍ଷା ହେବାର ଥିଲା । ତେବେ ଏନେଇ ଆବଶ୍ୟକ ପଦକ୍ଷେପ ନେବାକୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ସଚିବଙ୍କୁ ଚିଠି ଲେଖିଥିଲେ । ଏ ସମ୍ପର୍କରେ ନିର୍ଦ୍ଦେଶ ପାଇବା ପରେ ପରୀକ୍ଷା ସ୍ଥଗିତ ରଖାଯାଇଛି ବୋଲି ଉକ୍ରଳ ବିଶ୍ୱବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକ ଡ. ଶରତ ଚନ୍ଦ୍ର ମାଝି ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ଗତ ୨୬ ତାରିଖରୁ ବିଏଏମଏସ (ବାଚଲର ଅଫ୍ ଆୟୁର୍ବେଦିକ ମେଡିସିନ ଆଣ୍ଡ ସର୍ଜରୀ) ପରୀକ୍ଷା ଆରମ୍ଭ ହୋଇଛି । ଆସନ୍ତା ମେ ୩ରୁ ଡକ୍ଟର ଅଫ୍ ମେଡିସିନ (ଏମଡି) ଓ ଡକ୍ଟର ଅଫ୍ ସର୍ଜରୀ (ଏମଏସ) ପରୀକ୍ଷା ନେଇ ସୂଚୀ ପ୍ରକାଶ କରାଯାଇଥିଲା । । ଏହାକୁ ନେଇ ଛାତ୍ରଛାତ୍ରୀ ଆଶଙ୍କାରେ ରହିଥିଲେ । ଏମ୍ସ କର୍ତ୍ତୃପକ୍ଷ ମେରେ ହେବାକୁ ଥିବା ଏମବିବିଏସ ସପ୍ଲିମେଣ୍ଟ ପରୀକ୍ଷା ବାତିଲ କରିଛନ୍ତି । ମାତ୍ର କରୋନାରେ ଉକ୍ରଳ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ପରୀକ୍ଷା କରାଉଥିବାରୁ ଏହାର ପୁନର୍ବିଚାର କରିବାକୁ ଛାତ୍ରଛାତ୍ରୀ ଦାବି କରିଛନ୍ତି ।

Get real time updates directly on you device, subscribe now.