fbpx

ଗୋଟିଏ ସପ୍ତାହ ପାଇଁ ବଢ଼ିବ ଲକଡାଉନ ଅବଧି

ଢାକା, ୨୮ା୪: ବାଂଲାଦେଶରେ କରୋନା ସଂକ୍ରମଣ ଭୟଙ୍କର ଭାବେ ବଢ଼ି ଚାଲିଛି । ପରିସ୍ଥିତିକୁ ଦୃଷ୍ଟିରେ ରଖି ଦେଶରେ ଗୋଟିଏ ସପ୍ତାହ ପାଇଁ ଲକଡାଉନ୍ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର । ଏହି ସମୟରେ ଦୋକାନ ଓ ମଲଗୁଡ଼ିକ ସକାଳ ୧୦ଟାରୁ ରାତି ୮ଟା ପର୍ଯ୍ୟନ୍ତ ଖୋଲା ରହିବ । ଏନେଇ ଅନୁଷ୍ଠିତ ବୈଠକରେ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିଥିଲେ । ପଡ଼ୋଶୀ ଦେଶ ଭାରତରେ ସଂକ୍ରମଣ ବୃଦ୍ଧି ପାଉଥିବାରୁ ବାଂଲାଦେଶ ଏହାର ବର୍ଡରକୁ ୧୪ ଦିନ ପାଇଁ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଥିଲା । ବର୍ତ୍ତମାନ ସୁଦ୍ଧା ଦେଶରେ ୨୪ ଘଣ୍ଟା ମଧ୍ୟରେ ୭ ଲକ୍ଷ ୪୮ ହଜାର ୬୨୮ ଜଣ ପଜିଟିଭ ଚିହ୍ନଟ ହେବା ସହ ମୃତ୍ୟୁସଂଖ୍ୟା ୩ ହଜାର ୩୦୬ରେ ପହଞ୍ଚିଛି । ସଂକ୍ରମଣକୁ ହ୍ରାସ କରିବା ଲକ୍ଷ୍ୟରେ ସରକାର ଏହି ପଦକ୍ଷେପ ନେଇଥିବା ଜଣାପଡ଼ିଛି ।

Get real time updates directly on you device, subscribe now.