fbpx

ଫ୍ରୀ କୋଭିଡ୍ ୧୯ ହେଲ୍ପ ଲଞ୍ଚ କଲେ ସୋନୁ

ମୁମ୍ବାଇ, ୨୮ା୪ (ଓଡିଶା ଭାସ୍କର) : ଦେଶରେ କରୋନା ମହାମାରୀ ପ୍ରଥମେ ଆରମ୍ଭ ହେବା ସମୟରେ ଯେତେବେଳେ ଲୋକେ ନିଜ ନିଜ ଘରକୁ ଫେରିପାରୁ ନଥିଲେ । ସେତେବେଳେ ଅଭିନେତା ସୋନୁ ସୁଦ ଲୋକଙ୍କୁ ସେମାନଙ୍କ ଘରେ ପହଞ୍ଚାଇବା ଠାରୁ ଆରମ୍ଭ କରି ସେମାନଙ୍କ ସୁବିଧା ଅସୁବିଧା କଥା ବୁଝିଥିଲେ । ସେବେଠାରୁ ସେ ଏହି କାମ ଜାରି ରଖିଛନ୍ତି । ସୋନୁ ଅନେକଙ୍କ ପାଇଁ ରୋଜଗାରର ବ୍ୟବସ୍ଥା ମଧ୍ୟ କରିଛନ୍ତି । ବର୍ତ୍ତମାନ ପୁଣି ଥରେ କରୋନା ସଙ୍କଟ ଦେଖାଦେଇଛି । ରୋଗୀ ବେଡ୍ ମିଳୁନି କି ଅମ୍ଳଜାନ ମଧ୍ୟ ମିଳିପାରୁନି । ଆଉ ଏହି ସମୟରେ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଛନ୍ତି ସୋନୁ ସୁଦ । ଏବେ ସେ ଏକ ଫ୍ରୀ କୋଭିଡ୍ ୧୯ ହେଲ୍ପ ଲଞ୍ଚ କରିଛନ୍ତି । ଯାହା ମାଧ୍ୟମରେ ରୋଗୀ ମାନଙ୍କୁ ସିଧାସଳଖ ଡାକ୍ତରଙ୍କ ସହ ଯୋଗାଯୋଗ କରାଇପାରିବେ ଏବଂ ଲୋକେ ମାଗଣା କୋଭିଡ୍ ଟେଷ୍ଟ କରିପାରିବେ ।

ସୋନୁ ନିଜ ଟୁଇଟର୍ ହ୍ୟାଣ୍ଡଲରେ ଏନେଇ ସୁଚନା ଦେଇ କହିଛନ୍ତି ଯେ, ‘ଆପଣ ଆରାମ କରନ୍ତୁ, ମୋତେ ଟେଷ୍ଟିଂ ପ୍ରକ୍ରିୟା ସମ୍ଭାଳିବାକୁ ଦିଅନ୍ତୁ । ଫ୍ରି କୋଭିଡ୍ ହେଲ୍ପ ଲଞ୍ଚ ।‘ ଏହି ଫ୍ରୀ କୋଭିଡ୍ ହେଲ୍ପରେ ସେ ଏକ ନମ୍ବର ଜାରି କରିଛନ୍ତି । ଯେଉଁଥିରେ ଲୋକ ମାନେ ଯୋଗାଯୋଗ କରି ମାଗଣା କୋଭିଡ୍ ଟେଷ୍ଟି କରିପାରିବେ । ଏଥିସହିତ ମାଗଣାରେ ବିଭିନ୍ନ ଡାକ୍ତରଙ୍କ ପରାମର୍ଶ ନେଇପାରିବେ । ଏହି କାର୍ଯ୍ୟ ପାଇଁ ସୋନୁ ଫାଉଣ୍ଡେସନ୍, ହିଲ୍ ୱେଲ୨୪ ଏବଂ କ୍ରସନା ଡାଇଗ୍ନୋଷ୍ଟିକ୍ ଯୋଗ ଦେଇଛନ୍ତି । ଏନେଇ ସେ ଏକ ହ୍ୱାଟସଆପ୍ ନମ୍ବର ଜାରି କରିଛନ୍ତି । ଯେଉଁଥିରେ କୋଭିଡ୍ ସମ୍ପନ୍ଧୀୟ ସମସ୍ତ ତଥ୍ୟ ଉପଲବ୍ଧ ହେବ ।

ଆଉ ଏକ ଟୁଇଟ୍ ରେ ସୋନୁ କହିଛନ୍ତି ଯେ, “ମଧ୍ୟରାତ୍ରିରେ ଅନେକ ଥର କଲ କରିବା ପରେ ଆପଣ ଅଭାବୀ ଲୋକମାନଙ୍କ ପାଇଁ ବେଡ୍ ପାଇବାରେ ସକ୍ଷମ ହୁଅନ୍ତି, ତାପରେ କିଛି ଲୋକଙ୍କ ପାଇଁ ଅମ୍ଳଜାନ ପାଇପାରିବେ, ଯାହା ସେମାନଙ୍କ ଜୀବନ ରକ୍ଷା କରିପାରିବ । ମୁଁ ଶପଥ କରୁଛି ଯେ ୧୦୦ କୋଟି ଫିଲ୍ମର ଅଂଶ ହେବା ଅପେକ୍ଷା ଏହା ଅଧିକ ସନ୍ତୋଷଜନକ । ମୁଁ ଶୋଇପାରିବି ନାହିଁ ଯେପର୍ୟ୍ୟନ୍ତ ଲୋକମାନେ ହସ୍ପିଟାଲ୍ ବାହାରେ ବେଡକୁ ଅପେକ୍ଷା କରୁଥିବେ” ।

Get real time updates directly on you device, subscribe now.