fbpx

VIMSARରେ ଆସନ୍ତାକାଲି ହେବାକୁ ଥିବା MBBS ପରୀକ୍ଷା ସ୍ଥଗିତ ହେଲା

ନୂଆଦିଲ୍ଲୀ: ସମ୍ବଲପୁରର ବୀର ସରେନ୍ଦ୍ର ସାଏ ଇନଷ୍ଟିଚ୍ୟୁଟ ଅଫ୍ ମେଡିକାଲ ସାଇନ୍ସ ଆଣ୍ଡ ରିସର୍ଚ୍ଚ (ଭିମସାର)ରେ ଏମବିବିଏସ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । ଆସନ୍ତାକାଲି ଏମବିବିଏସ ପରୀକ୍ଷା ହେବା ନେଇ ପୂର୍ବରୁ ଦିନ ଧାର୍ଯ୍ୟ ହୋଇଥିଲା । ବୁର୍ଲା ଭିମସାରରେ କୋଭିଡ୍ ସଂକ୍ରମଣ ବୃଦ୍ଧି କାରଣରୁ ଶିକ୍ଷାନୁଷ୍ଠାନର କର୍ତ୍ତୃପକ୍ଷ ପରୀକ୍ଷା ସ୍ଥଗିତ ରଖିଛନ୍ତି । ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଥିବା ସୂଚନା ଦେଇଛନ୍ତି ଭିମସାର ଡିନ୍ ।

ସୂଚନାଯୋଗ୍ୟ ଯେ, ଭିମସାରେ ବିଗତ କିଛି ଦିନ ଧରି ଏକାଧିକ ଛାତ୍ରଛାତ୍ରୀ କୋଭିଡରେ ସଂକ୍ରମିତ ହୋଇଆସୁଛନ୍ତି । ଗତ ଡିସେମ୍ବର ମାସ ପ୍ରାରମ୍ଭରେ ୩୦ ଜଣ ଛାତ୍ରଛାତ୍ରୀ ପଜିଟିଭ୍ ଚିହ୍ନଟ ହେବା ପରେ ହଷ୍ଟେଲ ଓ ଷ୍ଟାଫ କ୍ୱାର୍ଟରକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଥିଲା । ଗତ ଡିସେମ୍ବର ୭ ତାରିଖରେ ଭିମସାରରୁ ୨ ଜଣ ଡେଲଟା ଭାରିଆଣ୍ଟ ଚିହ୍ନଟ ହୋଇଥିଲେ । ସେହିପରି ଗତ ନଭେମ୍ବର ମାସ ୨୬ ତାରିଖରେ ଶିକ୍ଷାନୁଷ୍ଠାନରୁ ୫ ଜଣ ଓ ୨୪ ତାରିଖରେ ୧୭ ଜଣ ଛାତ୍ରଛାତ୍ରୀ ପଜିଟିଭ୍ ଚିହ୍ନଟ ହୋଇଥିଲେ । ତା’ ପୂର୍ବରୁ ସେଠାରୁ ୩୪ ଜଣ କୋଭିଡ୍ ଆକ୍ରାନ୍ତ ମଧ୍ୟ ଚିହ୍ନଟ ହୋଇଥିଲେ ।

Get real time updates directly on you device, subscribe now.