fbpx

କେବଳ ଏହି ୪ ଭାରତୀୟଙ୍କ ପାଖରେ ରହିଛି ଟେସଲା କାର୍, ଜାଣନ୍ତୁ ସେମାନେ କିଏ ଓ ଚଲାନ୍ତି କେଉଁ ମଡେଲ୍

ନୂଆଦିଲ୍ଲୀ: ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ଏଲନ୍ ମସ୍କଙ୍କ କମ୍ପାନୀ ଟେସଲା କାର୍ ଖୁବ୍ ଶୀଘ୍ର ଭାରତକୁ ଆସିବାକୁ ଯାଉଚି । ଏହାକୁ ଅନେକଙ୍କ ଅପେକ୍ଷା ରହିଛି । ଗତବର୍ଷ ଜାନୁଆରୀ ମାସରେ ଭାରତରେ ଟେସଲା କାର୍ ରେଜିଷ୍ଟ୍ରେସନ୍ ହେବାପରଠାରୁ ଏବେପର୍ଯ୍ୟନ୍ତ ଲଞ୍ଚିଂକୁ ନେଇ କୌଣସି ରାସ୍ତା ସଫା ହୋଇନାହିଁ । ତେବେ ଭାରତରେ କିଛି ଏପରି ଲୋକ ରହିଛନ୍ତି ଯେଉଁ ମାନେ କାର୍ ଲଞ୍ଚିଂକୁ ଅପେକ୍ଷା କରିପାରିନାହାନ୍ତି । ଏମାନେ ଟେସଲା କାର୍ କିଣି ଇମ୍ପୋର୍ଟ ମଧ୍ୟ କରିସାରିଛନ୍ତି । ଖାସ୍ କଥା ହେଉଛି ମୁକେଶ ଅମ୍ବାନୀ ମଧ୍ୟ ଟେସଲା କାର୍ କୁ ପସନ୍ଦ କରନ୍ତି ।

ଭାରତରେ କେବଳ ୪ଜଣଙ୍କ ପାଖରେ ଏହି କାର୍ ରହିଛି । ତେବେ ଦେଶ ବାହାରୁ କିଣିବା ପରେ କୋଟି କୋଟି ଟଙ୍କାର ଇମ୍ପୋର୍ଟ ଡ୍ୟୁଟି ଦେବାକୁ ଯେକେହି ସକ୍ଷମ ହୋଇପାରନ୍ତି ନାହିଁ । ଏହିଭଳି ମୋଟା ଅଙ୍କର ଖର୍ଚ୍ଚ କରୁଥିବା ଭଳି ବ୍ୟକ୍ତି ଭାରତରେ ମାତ୍ର କିଛି ଜଣ ରହିଛନ୍ତି । ଏହି କାରଣରୁ ଦେଶରେ କୋଚିତ୍ ଟେସଲା କାର୍ ଦେଖିବାକୁ ମିଳେ । ଦେଶରେ ଚାରି ଜଣ ଏପରି ବ୍ୟକ୍ତି ରହିଛନ୍ତି ଯେଉଁ ମାନେ ଟେସଲା କିଣି ତାକୁ ଇମ୍ପୋର୍ଟ କରିବାରେ ସକ୍ଷମ ହୋଇପାରିଛନ୍ତି ।

ଏହି ତାଲିକାରେ ପ୍ରଥମ ସ୍ଥାନରେ ରହିଛନ୍ତି ମୁକେଶ ଅମ୍ବାନୀ । ଦାମୀ କାର୍ କିଣିବାର ସଉକ୍ ରଖୁଥିବା ମୁକେଶଙ୍କ ପାଖରେ ଗୋଟିଏ ନୁହେଁ ବରଂ ୨-୨ଟି ଟେସଲା କାର୍ ରହିଛି । ୨୦୧୯ରେ ସେ ପ୍ରଥମ ଟେସଲା କାର୍ କିଣିଥିଲେ । ଏହାର ମଡେଲ୍ ୧୦୦ଡି ଅଟେ । ଏହି ମଡେଲ ଥରେ ଫୁଲ୍ ଚାର୍ଜ କରିବା ପରେ ୪୯୫ କିମି ଚାଲିଥାଏ । ଏହାର ଟପ୍ ମଡେଲ୍ ଘଣ୍ଟା ପ୍ରତି ସ୍ପିଡ୍ ୨୪୯ କିମି ଚାଲିଥାଏ । ଏହି କାର୍ ୪.୩ ସେକେଣ୍ଡରେ ଶୂନ ରୁ ୧୦୦ କିମି ଘଣ୍ଟା ପ୍ରତି ସ୍ପିଡ୍ ଧରିଥାଏ । ଏହାପରେ ମୁକେଶ ଅମ୍ବାନୀ ଟେସଲା ମଡେଲ୍ ଏକ୍ସ ୧୦୦ଡି କୁ କିଣି ନିଜ ସ୍ତରରେ ଇମ୍ପୋର୍ଟ କରିଛନ୍ତି । ଧଳା ରଙ୍ଗର ଏହି କାର୍ ମିଡ୍-ଭାରିଆଣ୍ଟର ହୋଇଥିବା ବେଳେ ପୂରା ଚାର୍ଜ କଲେ ଏହା ୪୭୫ କିମି ର ରେଞ୍ଜ୍ ଦେଇଥାଏ ।

ମୁକେଶ ଅମ୍ବାନୀଙ୍କର ଦୁଇଟି କାର୍ ପରେ ବଲିଉଡ୍ ର ଦୁଇଜଣ ତାରକା ରହିଛନ୍ତି ଯେଉଁ ମାନଙ୍କ ପାଖରେ ଟେସଲା କାର୍ ରହିଛି । ବଲିଉଡ୍ ଅଭିନେତା ରିତେଶ ଦେଶମୁଖଙ୍କ ପାଖରେ ଟେସଲା ମଡେଲ୍ ଏକ୍ସ ରହିଛି । ଯାହା ତାଙ୍କୁ ପତ୍ନୀ ଜେନେଳିୟା ଡିସୁଜା ଗିଫ୍ଟ କରିଛନ୍ତି । ଏହାପରେ ପୂର୍ବତନ ମିସ୍ ଇଣ୍ଡିଆ ପେସିଫିକ୍ ପୂଜା ବାତ୍ରାଙ୍କ ପାଖରେ ଟେସଲା ମଡେଲ୍ ୩ ରହିଛି । ଏହା ଟେସଲାର ବେସ୍ ମଡେଲ୍ । ଏହା ୫ ସେକେଣ୍ଡରେ ୧୦୦ ପର୍ଯ୍ୟନ୍ତ ସ୍ପିଡ୍ ଧରିଥାଏ । ଟପ୍ ସ୍ପିଡ୍ ଘଣ୍ଟାପ୍ରତି ୨୦୦ କିମି ।

ଏହା ପରେ ଏସଆର୍ ଗ୍ରୁପ୍ ର ପ୍ରଶାନ୍ତ ରଇୟାଙ୍କ ନାମ ମଧ୍ୟ ରହିଛି । ରଇୟା ପ୍ରଥମ ଭାରତୀୟ ଯାହାଙ୍କ ପାଖରେ ପ୍ରଥମେ ଟେସଲା କାର୍ ଆସିଥିଲା । ୨୦୧୭ରୁ ତାଙ୍କ ପାଖରେ ଟେସଲା କାର୍ ରହିଛି । ତାଙ୍କ ପାଖରେ ଟେସଲା ମଡେଲ୍ ଏକ୍ସ ରହିଛି । ଏହି ଇଲେକ୍ଟିକ୍ ଏସୟୁବିର ଦୁଇଟି ମିଟର୍ ରହିଛି ଓ ୭ଟି ସିଟ୍ ରହିଛି ।

Get real time updates directly on you device, subscribe now.