fbpx

ସେକ୍ସ କର୍ମୀଙ୍କୁ ନା’ କହିବାର ଅଧିକାର ଅଛି, କ’ଣ ବିବାହିତ ମହିଳାଙ୍କୁ ନାହିଁ? ହାଇକୋର୍ଟଙ୍କ ପ୍ରଶ୍ନ

ନୂଆଦିଲ୍ଲୀ: ବୈବାହିକ ବଳାତ୍କାରର ଅପରାଧିକରଣ ପାଇଁ ଦାବି କରାଯାଇଥିବା ଯାଚିକା ଉପରେ ଦିଲ୍ଲୀ ହାଇକୋର୍ଟ ଶୁଣାଣି କରିଛନ୍ତି । ମଙ୍ଗଳବାର ଦିନ କୋର୍ଟ କହିଛନ୍ତି ଯେ, କୌଣସି ବିବାହିତା ମହିଳାଙ୍କୁ ସମ୍ପର୍କ ରଖିବାକୁ ମନା କରିବାର ଅଧିକାରରୁ ବଞ୍ଚିତ କରାଯାଇପାରିବ । କିନ୍ତୁ ବିନା ଅନୁମତିରେ ସମ୍ବନ୍ଧ ରଖିବା ଉପରେ ବଳାତ୍କାର ମାମଲା ରୁଜୁ କରିବାର ଅଧିକାର ସେମାନଙ୍କର ରହିଛି । ବିଚାରପତି ରାଜୀବ ଶକଧର ଓ ହରି ଶଙ୍କର ଏହି ପିଟିସନ ଉପରେ ଶୁଣାଣି କରିଛନ୍ତି ।

ଜଷ୍ଟିସ୍ ଶକଧରଙ୍କ କହିବା ମୁତାବକ, ସେକ୍ସକର୍ମୀମାନେ ନିଜ ଗ୍ରାହକମାନଙ୍କୁ ନା କହିବାର ଅଧିକାର ରହିଛି । କିନ୍ତୁ ଯେବେ ସ୍ୱାମୀଙ୍କ କଥା ଆସେ, ସେତେବେଳେ ଜଣେ ମହିଳାଙ୍କୁ ନା କହିବାର ଅଧିକାରୀ କାହିଁକି ମିଳିବନି ।’ ସେକ୍ସ କର୍ମୀମାନେ କୌଣସି ବି ସମୟରେ ନା କହିପାରିବେ । କ’ଣ ଜଣେ ପତ୍ନୀଙ୍କୁ ତାଙ୍କ ତଳେ ରଖିବା ଉଚିତ୍ ବୋଲି ଜଷ୍ଟିସ୍ ଶକଧର ପ୍ରଶ୍ନ କରିଛନ୍ତି ।

Get real time updates directly on you device, subscribe now.