fbpx

McAfee ଜାରି କଲା ହଟ୍ ଲିଷ୍ଟ: ଏହି ୧୦ ଜଣ ଭାରତୀୟ ସେଲିବ୍ରେଟୀଙ୍କ ନାମରେ ହେଉଛି ସର୍ବାଧିକ ସ୍କାମ୍

ମ୍ନୂଆଦିଲ୍ଲୀ: ନିକଟରେ ମାକାଫି ପକ୍ଷରୁ ଏକ ଲିଷ୍ଟ ଜାରି କରାଯାଇଛି । ଏହି ଲିଷ୍ଟରେ ୧୦ ଜଣ ଭାରତୀୟ ସେଲିବ୍ରେଟୀଙ୍କ ନାମ ରହିଛି । ଏହି ସେଲିବ୍ରେଟୀଙ୍କ ନାମରେ ସର୍ବାଧିକ ମାତ୍ରାରେ ସ୍କାମ୍ ହେଉଥିବା କୁହାଯାଉଛି । ହ୍ୟାକର୍ସ ଲୋକଙ୍କୁ ନିଜ ଜାଲରେ ଫସାଇବା ପାଇଁ ଏହି ସବୁ ଷ୍ଟାରଙ୍କ ନାମ ବ୍ୟବହାର କରୁଥିବା କୁହାଯାଇଛି । ଗ୍ଲୋବାଇଲ ସାଇବର ସିକ୍ୟୁରିଟି କମ୍ପାନୀ ମାକାଫି ପକ୍ଷରୁ ସେଲିବ୍ରେଟୀ ହ୍ୟାକର ହଟ ଲିଷ୍ଟ ୨୦୨୪ ଜାରି କରାଯାଇଛି । ଏହି ଲିଷ୍ଟରେ ଭାରତରେ ପପୁଲାର ଥିବା ଅନେକ ସେଲିବ୍ରେଟୀଙ୍କ ନାମ ସାମିଲ ରହିଛି ।

ଏହି ଲିଷ୍ଟରେ ସାମିଲ ଥିବା ସେଲିବ୍ରେଟୀଙ୍କ ନାମରେ ସାଇବର ଅପରାଧୀମାନେ ଲୋକଙ୍କୁ ନିଜର ଟାର୍ଗେଟ କରୁଛନ୍ତି । ଏମାନଙ୍କ ସ୍କାମର୍ସ ଲୋକଙ୍କ ଡାଟା ଚୋରି କରିବା ଠାରୁ ଆରମ୍ଭ କରି ଅର୍ଥ ଲୁଟ୍ କରୁଥିବା ଜଣାପଡ଼ିଛି । ଏହି ଲିଷ୍ଟରେ ସବଠାରୁ ଟପରେ ରହିଛନ୍ତି ଓରି (ଓରହାନ ଅୱାତ୍ରାମଣି)ଙ୍କ ନାମ ରହିଛି । ଲିଷ୍ଟର ଦ୍ୱିତୀୟ ସ୍ଥାନରେ ରହିଛନ୍ତି ଦିଲଜୀତ ଦୋସାଂଝ । ସେହିପରି ତୃତୀୟ ସ୍ଥାନରେ ଆଲିଆ ଭଟ୍ଟ, ଚତୁର୍ଥରେ ରଣବୀର ସିଂହ, ପଞ୍ଚମରେ ବିରାଟ କୋହଲୀ, ଷଷ୍ଠରେ ସଚିନ ତେନ୍ଦୁଲକର, ସପ୍ତମରେ ଶାହରୁଖ ଖାନ, ଅଷ୍ଟମରେ ଦୀପିକା ପାଦୁକୋନ, ନବମରେ ଅମୀର ଖାନ ଓ ଦଶମରେ ମନ୍ଦ୍ରେ ସିଂହ ଧୋନୀଙ୍କ ନାମ ରହିଛି ।

ଚଳିତ ବର୍ଷ ପ୍ରାରମ୍ଭରେ ମାକାଫି ଏକ ସର୍ଭେ ରିଭିଲ୍ କରିଥିଲା । ୮୦ ପ୍ରତିଶତ ଭାରତୀୟ ଗତ ବର୍ଷ ଅପେକ୍ଷା ଏବେ ଡିପଫେକରେ ଅଧିକ ଶିକାର ହେଉଥିବା କୁହାଯାଇଥିଲା । ସେହିପରି କୃତ୍ରିମ ବୁଦ୍ଧିମତା (ଏଆଇ) କାରଣରୁ ଅନଲାଇନ ସ୍କାମକୁ ଚିହ୍ନଟ କରିବା ଏବେ ମୁସ୍କିଲ ହୋଇଯଇଥିବା ୬୪ ପ୍ରତିଶତ ମତ ଦେଇଥିଲେ । ସେହିପରି ଇଣ୍ଟରନେଟରେ ଡିପଫେକ କଣ୍ଟେଣ୍ଟ ଦେଖିଥିବା ନେଇ ୭୫ ପ୍ରତିଶତ ଲୋକ କହିଥିଲେ । ୩୮ ପ୍ରତିଶତ ଲୋକ ଡିପଫେକ ସ୍କାମର ଶିକାର ହୋଇଥିବା କହିଥିବା ବେଳେ ୧୮ ପ୍ରତିଶତ ଏପରି ସ୍କାମର ଶିକାର ହୋଇଥିବା କହିଥିଲେ ।

Get real time updates directly on you device, subscribe now.