fbpx

ତଳମୁହାଁ ସେୟାର ମାର୍କେଟ; ସପ୍ତାହକେ ବୁଡ଼ିଲା ୨,୮୫,୨୫୧.୬୫ କୋଟି, ସବୁଠୁ ଅଧିକ କ୍ଷତି ସହିଲା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍

Advertisement

ମୁମ୍ବାଇ: ବିଶ୍ୱ ବଜାରରେ ଅସ୍ଥିରତାର ପ୍ରଭାବ ଭାରତୀୟ ସେୟାର ବଜର ଉପରେ ଜାରି ରହିଛି । ଗତ ସପ୍ତାହରେ ଭାରତର ଟପ୍ -୧୦ ସର୍ବାଧିକ ମୂଲ୍ୟବାନ ସଂସ୍ଥାଗୁଡ଼ିକ ସେୟାର ବଜାରରେ ପ୍ରାୟ ୨,୮୫,୨୫୧.୬୫ କୋଟି ଟଙ୍କା କ୍ଷତିର ସମ୍ମୁଖୀନ ହୋଇଛନ୍ତି । ଯାହା ସାମଗ୍ରିକ ଭାବରେ ଦୁର୍ବଳ ବଜାର ଧାରାକୁ ପ୍ରତିଫଳିତ କରିଛି ।

ତେବେ ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି । ସାପ୍ତାହିକ ଭିତ୍ତିରେ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ(ବିଏସଇ)ରେ ସେନସେକ୍ସ ୨,୨୨୫.୨୯ ପଏଣ୍ଟ ହ୍ରାସ ପାଇଥିବାବେଳେ ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜରେ ନିଫ୍ଟି ୬୯୧.୩୦ ପଏଣ୍ଟ ହ୍ରାସ ପାଇଛି

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ର ବଜାର ପୁଞ୍ଜି ୧,୧୪,୭୬୭.୫ କୋଟି ଟଙ୍କା ହ୍ରାସ ପାଇ ୧୭,୭୩,୧୯୬.୬୮ କୋଟିରେ ପହଞ୍ଚିଛି, ଯାହା ଟପ୍ -୧୦ ଫାର୍ମଗୁଡିକ ମଧ୍ୟରେ ସର୍ବାଧିକ ହ୍ରାସ ପାଇଛି। ଏହା ପଛକୁ ଟାଟା କନସଲଟାନ୍ସି ସର୍ଭିସ୍ ୪୨,୮୪୭.୪୯ କୋଟିରୁ ୧୨,୫୬,୧୫୨.୩୪ କୋଟି ଟଙ୍କା । ଏଚଡିଏଫସି ବ୍ୟାଙ୍କର ପୁଞ୍ଜି ୩୬,୯୮୪.୪୬ କୋଟି ଟଙ୍କା ହ୍ରାସ ପାଇ ୭,୩୧,୦୬୮.୪୧ କୋଟିରେ ପହଞ୍ଚିଛି ଏବଂ ହିନ୍ଦୁସ୍ତାନ ୟୁନିଲିଭରର ପୁଞ୍ଜି ୨୦,୫୫୮.୯୨ କୋଟିରୁ ୫,୦୫,୦୬୮.୧୪ କୋଟିରେ ପହଞ୍ଚିଛି।
ସେହିଭଳି ଆଇସିଆଇସିଆଇ ବ୍ୟାଙ୍କର ପୁଞ୍ଜି ୧୬,୬୨୫.୯୬ କୋଟି ଟଙ୍କା ହ୍ରାସ ପାଇ ୫,୦୦,୧୩୬.୫୨ କୋଟି ଏବଂ ଭାରତୀ ଏୟାରଟେଲର ୧୬,୦୯୧.୬୪ କୋଟି ହ୍ରାସ ପାଇ ୩,୯୦,୧୫୩.୬୨ କୋଟି ଟଙ୍କା ହ୍ରାସ ପାଇଛି। ଷ୍ଟେଟ୍ ବ୍ୟାଙ୍କ ଅଫ ଇଣ୍ଡିଆର ୧୦,୮୪୩.୪ କୋଟି ଟଙ୍କା ହ୍ରାସ ପାଇ ୪,୩୨,୨୬୩.୫୬ କୋଟିରେ ପହଞ୍ଚିଛି।

ଇନଫୋସିସ୍ ର ପୁଞ୍ଜି ମଧ୍ୟ ୧୦,୨୮୫.୬୯ କୋଟି ଟଙ୍କା ହ୍ରାସ ପାଇ ୬,୪୯,୩୦୨.୨୮ କୋଟି ଏବଂ ଆଦାନୀ ଗ୍ରୀନ୍ ଏନର୍ଜିର ପୁଞ୍ଜି ୨,୩୨୨.୫୬ କୋଟିରୁ ୪,୪୯,୨୫୫.୨୮ କୋଟି ଟଙ୍କାକୁ ଖସି ଆସିଛି।

Get real time updates directly on you device, subscribe now.