fbpx

MDH ମସଲା କମ୍ପାନୀର ମାଲିକ ମହାଶୟ ଧର୍ମପାଲ ଗୁଲାଟୀଙ୍କ ପରଲୋକ

ନୂଆଦିଲ୍ଲୀ,୩।୧୨: MDH ମସଲା କମ୍ପାନୀର ମାଲିକ ମହାଶୟ ଧର୍ମପାଲ ଗୁଲାଟୀଙ୍କ ଦେହାନ୍ତ ହୋଇଛି। ଦିଲ୍ଲୀ ଚନନ ଦେବୀ ହସ୍ପିଚାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ଧର୍ମପାଲ । ଚିକିତ୍ସାଧିନ ଅବସ୍ଥାରେ ଆଜି ସକାଳ ୫.୩୮ରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୯୮ ବର୍ଷ ହୋଇଥିଲା।

ସୂଚନାଯୋଗ୍ୟ ଯେ, ଏମଡିଏଚ ମସଲା କମ୍ପାନୀର ମାଲିକ ମହାଶୟ ଧର୍ମପାଲ ଗୁଲାଟୀ କିଛି ଦିନ ତଳେ କରୋନା ସଂକ୍ରମିତ ହୋଇଥିଲେ। ଏହାପରେ ସେ କରୋନାରୁ ଆରୋଗ୍ୟ ଲାଭ କରିଥିଲେ। ଗତ କିଛି ଦିନ ହେବ ଅସୁସ୍ଥ ହୋଇଥିଲେ ଧର୍ମପାଲ ଗୁଲାଟୀ। ଏହାପରେ ତାଙ୍କୁ ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ସେଠାରେ ପ୍ରାୟ ୩ ସପ୍ତାହ ଧରି ଚିକିତ୍ସାଧିନ ଅବସ୍ଥାରେ ରହିବା ପରେ ଆଜି ସକାଳେ ତାଙ୍କର ଦେହାନ୍ତ ହୋଇଛି। ଧର୍ମପାଲଙ୍କ ବିୟୋଗରେ ସାରା ବାଣିଜ୍ୟ ବଜାରରେ ଶୋକର ଛାୟା ଖେଳିଯାଇଥିବା ବେଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଶୋକ ପ୍ରକାଶ କରିଛନ୍ତି । ତେବେ ଧର୍ମପାଲ ଥିଲେ ଭାରତର ଜଣେ ଜଣାଶୁଣା ବ୍ୟବସାୟୀ ।

Get real time updates directly on you device, subscribe now.