fbpx

ରେଞ୍ଜରଙ୍କ ଘରେ ଭିଜିଲାନ୍ସ ରେଡ୍

ବଲାଙ୍ଗୀର,୩।୧୨(ଓଡିଶା ଭାସ୍କର) : ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ ଅନ୍ତର୍ଗତ ମୁରିବାହାଲ ରେଞ୍ଜରଙ୍କ ଭିଜିଲାନ୍ସ ଚଡାଉ ହୋଇଛି । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଞ୍ଜର ପ୍ରଶାନ୍ତ ନାୟକଙ୍କ ଘରେ ଚାଲିଛି ଭିଜିଲାନ୍ସ ଚଢାଉ। ଏକକାଳୀନ ୩ଟି ସ୍ଥାନରେ ଚଢାଉ ଜାରି ରହିଛି । ଟିଟିଲାଗଡ ହାଟପଦା ସ୍ଥିତ ଘରେ, ମୁରିବାହାଲ ରେଞ୍ଜ କାର୍ଯ୍ୟାଳୟ ଓ ବେଲପଦର ଫାର୍ମ ହାଉସରେ ଚଢାଉ ଚାଲିଛି । ଟିମରେ ପ୍ରାୟ ୨୫ ଜଣ ଅଧିକାରୀ ସାମିଲ୍ ଥିବା ବେଳେ ଆଜି ସକାଳ ସାଢେ଼ ଛଅଟାରୁ ଚଢ଼ଉ ଆରମ୍ଭ ହୋଇଛି।

Get real time updates directly on you device, subscribe now.