fbpx
BSKY
BJD MC SKY
BJD YOUTH SKY

ଅସଲି ସୁନା ନୁହେଁ ଅଲିମ୍ପିକ୍ସ ପଦକ; ଜାଣନ୍ତୁ କେଉଁଥିରୁ ତିଆରି ହୋଇଛି ଟୋକିଓ ମେଡାଲ

ନୂଆଦିଲ୍ଲୀ :ଅଲିମ୍ପିକ୍ସରେ ଦିଆଯାଉଥିବା ସ୍ୱର୍ଣ୍ଣ, ରୌପ୍ୟ ଓ ବ୍ରୋଞ୍ଜ ପଦକ ବାସ୍ତବ ସୁନାରେ ତିଆରି ହେଉନାହିଁ । ନିଜର ଅନନ୍ୟ ଓ ବିକଶିତ ବୈଷୟିକ କୌଶଳ ପାଇଁ ସମଗ୍ର ବିଶ୍ୱରେ ସ୍ୱତନ୍ତ୍ର ପରିଚୟ ହାସଲ କରିଥିବା ଜାପାନ ଚଳିତ ଅଲିମ୍ପିକ୍ସରେ ଏପରି କିଛି ସାମଗ୍ରୀ ବ୍ୟବହାର କରିଛି ଯାହା ଆପଣଙ୍କ ହୋସ ଉଡେଇବା ପାଇଁ ଯଥେଷ୍ଟ । ବିଭିନ୍ନ ବର୍ଜ୍ୟବସ୍ତୁର ପୁନଃବ୍ୟବହାର ପାଇଁ ପ୍ରସିଦ୍ଧି ହାସଲ କରିଥିବା ଜାପାନ ଏମିତି କିଛି ବର୍ଜ୍ୟବସ୍ତୁରୁ ତିଆରି କରିଛି ଅଲିମ୍ପିକ ପଦକ ।

ଖରାପ ହୋଇ ଯାଇଥିବା ମୋବାଇଲ୍, ଲାପଟପ୍ ଓ ଅନ୍ୟାନ୍ୟ ଇଲେକ୍ଟ୍ରିକାଲ ବର୍ଜ୍ୟବସ୍ତୁର ବ୍ୟବହାର କରାଯାଇ ଟୋକିଓ ୨୦୨୦ ପାଇଁ ପଦକ ଗୁଡିକ ତିଆରି କରାଯାଇଛି । ଅଲିମ୍ପିକ୍ସ ପୂର୍ବରୁ ଜାପାନରେ ସମସ୍ତ ଭଙ୍ଗା ମୋବାଇଲ ଓ ଲାପଟପ ଗୁଡିକୁ ଏକତ୍ରିତ କରାଯାଇଥିଲା । ପରେ ଏହାର ଉପଯୋଗରେ ୫ ହଜାରରୁ ଅଧିକ ସ୍ୱର୍ଣ୍ଣ, ରୌପ୍ୟ ଓ ବ୍ରୋଞ୍ଜ ପଦକ ନିର୍ମାଣ କରାଯାଇଥିଲା । ପ୍ରାୟ ୮୦ ଟନ୍ ଇଲେକ୍ଟ୍ରିକାଲ ବର୍ଜ୍ୟବସ୍ତୁ ବ୍ୟବହାରରେ ଏହି ପଦକ ଗୁଡିକ ନିର୍ମାଣ କରାଯାଇଥିଲା । ଏହା ସହିତ ୩୨ କିଗ୍ରା ସୁନା, ୨୩.୪୯ କିଗ୍ରା ରୂପା ଏବଂ ୨୨୦୦ କିଗ୍ରା ତମ୍ବାର ବ୍ୟବହାର କରାଯାଇଛି । ଏହା ପୂର୍ବରୁ ଅନୁଷ୍ଠିତ ରିଓ ଅଲିମ୍ପିକ୍ସରେ ୩୦ ପ୍ରତିଶତ ପଦକ କାର ପାର୍ଟସରୁ ନିର୍ମାଣ କରାଯାଇଥିଲା ।

Get real time updates directly on you device, subscribe now.