fbpx

ପାକିସ୍ତାନ: ମସଜିଦ୍‌ରେ ବିସ୍ପୋରଣ ପରେ ମେଡିକାଲରେ ଏମରଜେନ୍ସୀ, (O-) ରକ୍ତର ଅଭାବ, ଇସଲାମାବାଦ୍‌ରେ ହାଇ ଆଲର୍ଟ

ନୂଆଦିଲ୍ଲୀ: ପାକିସ୍ତାନର ପେଶାୱାରରେ ସୋମବାର ହୃଦୟ ଦୋହଲାଇ ଦେଲା ଭଳି ଘଟଣା ଘଟିଛି। ସହରର ହାଇ ସିକ୍ୟୁରିଟି ଅଞ୍ଚଳରେ ଥିବା ଏକ ମସଜିଦରେ ମଧ୍ୟାହ୍ନରେ ନମାଜ ସମୟରେ ଏକ ଆତ୍ମଘାତି ବିସ୍ପୋରଣ ହୋଇଛି। ଯେଉଁଥିରେ ବର୍ତ୍ତମାନ ପର୍ଯ୍ୟନ୍ତ ୪୬ ଜଣ ପ୍ରାଣ ହରାଇ ସାରିଲେଣି। ଯେତେବେଳେ କି ୧୫୦ ଅଧିକ ଲୋକେ ଗୁରୁତର ଆହତ ହୋଇଛନ୍ତି।

ଆହତଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ ମେଡିକାଲରେ ଭର୍ତ୍ତି ହୋଇଥିବା ଆହତ ମାନଙ୍କ ପାଇଁ ରକ୍ତର ଅଭାବ ଦେଖା ଦେଇଛି। ଏଥିପାଇଁ ସ୍ଥାନୀୟ ଲୋକମାନଙ୍କୁ ମେଡିକାଲ ଆସି ରକ୍ତ ଦାନ କରିବାକୁ ଅନୁରୋଧ କରାଯାଇଛି। ରାଜ୍ୟପାଳ ଅନୁରୋଧ କରିଛନ୍ତି ଯେ, ପେଶବାରରେ ଅଧିକରୁ ଅଧିକ ଯୁବକ ଆସି ରକ୍ତ ଦାନ କରନ୍ତୁ।

ସୁରକ୍ଷା ଅଧିକାରୀଙ୍କ ପାଖରୁ ମିଳିଥିବା ସୂଚନା ମୁତାବକ ପୋଲିସ ଲାଇନ୍ ଅଞ୍ଚଳରେ ଥିବା ଏକ ମସଜିଦରୁ ଦିନ ୧.୪୦ ମିନିଟ୍ ସମୟରେ ଏକ ବିସ୍ପୋରଣର ଶବ୍ଦ ଶୁଭିଥିଲା । ନମାଜ ଚାଲୁଥିବା ସମୟରେ ଆଗ ଧାଡ଼ିରେ ଥିବା ଜଣେ ଆତ୍ମଘାତି ଆକ୍ରମଣକାରି ନିଜକୁ ଉଡ଼ାଇ ଦେଇଥିଲା । ଏହି ସମୟରେ ମସଜିଦରେ ପ୍ରବଳ ଭିଡ଼ ଯମିଥିଲା । ଏଥି ପାଇଁ ହତାହତ ସଂଖ୍ୟା ବଢିପାରେ ବୋଲି ଆଶଙ୍କା କରାଯାଉଛି ।

Get real time updates directly on you device, subscribe now.