fbpx

ଔଷଧ ଦୋକାନୀ ଓ କର୍ମଚାରୀ ନେବେ ଟିକା, ଜିଲ୍ଲାପାଳ ଓ ସମସ୍ତ କମିଶନରଙ୍କୁ ଚିଠି ଲେଖିଲା ସ୍ୱାସ୍ଥ୍ୟ ବିଭାଗ

ଭୁବନେଶ୍ୱର,(ଓଡ଼ିଶା ଭାସ୍କର): ଏବେ ରାଜ୍ୟର ସମସ୍ତ ଔଷଧ ଦୋକାନୀ ଏବଂ ସେଠାରେ କାମ କରୁଥିବା କର୍ମଚାରୀଙ୍କୁ ପ୍ରାଥମିକତା ଭିତ୍ତିରେ ଟିକାକରଣ କରାଯିବ ।
ଏନେଇ ବୁଧବାର ସ୍ୱାସ୍ଥ୍ୟ ବିଭାଗ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ରାଜ୍ୟର ସମସ୍ତ ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିଶନରଙ୍କୁ ଚିଠି ଲେଖି ଅବଗତ କରାଇଛି । ଟିକା
ଉପଲବ୍ଧତାକୁ ଧ୍ୟାନ ଦେଇ ଏହି ଟିକାକରଣ କରାଯିବ । କେନ୍ଦ୍ର ଦେଇଥିବା ଟିକାରୁ ୪୫ ବର୍ଷରୁ ଅଧିକ ବର୍ଗଙ୍କ ଟିକାକରଣ କରାଯିବ ଏବଂ ରାଜ୍ୟ କିଣିଥିବା ଟିକାରେ ୧୮ରୁ ୪୪ ବର୍ଷ ବର୍ଗଙ୍କ ଟିକାକରଣ କରାଯିବ ବୋଲି ସୂଚନା ଦିଆଯାଇଛି ।

ଏହି ଚିଠିରେ ଉଲ୍ଲେଖ କରାଯାଇଛି ଯେ, ଲକଡାଉନ୍‌ ଓ ସଟ୍‌ଡାଉନ୍‌ ବେଳେ ମେଡିସିନ୍‌ ଦୋକାନୀମାନେ ସେମାନଙ୍କର ନିରବିଚ୍ଛିନ ସେବା ଯୋଗାଇ ଚାଲିଛନ୍ତି । ପ୍ରତିଦିନ ସେମାନେ ଅନେକ ଲୋକଙ୍କ ସଂସ୍ପର୍ଷରେ ଆସୁଛନ୍ତି । ତେଣୁ ଏହାକୁ ଆଖି ଆଗରେ ରଖି ସେମାନଙ୍କ ଟିକାକରଣ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ମେଡିସିନ ଦୋକାନରେ କାମ କରୁଥିବା କର୍ମଚାରୀଙ୍କ ଭିତରୁ ଯେଉଁମାନେ ୪୫ ବର୍ଷରୁ ଅଧିକ ବୟସ ସେମାନେ କେନ୍ଦ୍ର ଦେଇଥିବା ଟିକାରୁ ନେଇପାରିବେ । ଏହାସହ ଯେଉଁମାନଙ୍କ ବୟସ ୪୫ ବର୍ଷରୁ କମ୍‌ ସେମାନେ ରାଜ୍ୟ କିଣିଥିବା ଟିକାରୁ ଟିକା ନେଇପାରିବେ ବୋଲି ଦର୍ଶାଯାଇଛି ।

Get real time updates directly on you device, subscribe now.