fbpx

(Video) କାହ୍ନୁଙ୍କ ଡାକରେ ଉଡ଼ିଆସୁଛନ୍ତି ମୟୂରମାନେ, ନାଚୁଛନ୍ତି ପୁଚ୍ଛ ମେଲାଇ

ମୟୂରଙ୍କୁ ଦେଖିବାକୁ କାହାକୁ ଅବା ପସନ୍ଦ ଆସିନଥାଏ । ଆଉ ପୁଣି ଯଦି ମୟୂରଙ୍କ ଯତ୍ନ ନେବା କଥା କୁହାଯାଏ, ତାହାଲେ ତ’ କେହିବି ଖୁସି ହେବା ସ୍ୱାଭାବିକ । କିନ୍ତୁ ବର୍ତ୍ତମାନ ମୟୂରଙ୍କ ସଂଖ୍ୟା କମିବାରେ ଲାଗିଛି । ଫଳରେ ଆଉ ଏତେ ସଂଖ୍ୟାରେ ମୟୂର ଦେଖିବାକୁ ମିଳୁନାହାଁନ୍ତି । ଅନେକ ସମୟରେ ମୟୂରଙ୍କ ଶିକାର କରାଯାଉଥିବାନେଇ ମଧ୍ୟ ଖବର ସାମ୍ନାକୁ ଆସିଛି ।

କିନ୍ତୁ ଏଭଳି ଜଣେ ବ୍ୟକ୍ତି ଅଛନ୍ତି ଯିଏକି ଏହି ମୟୂରଙ୍କ ନେଉଛନ୍ତି ଖୁବ୍ ଯତ୍ନ । ଖାଲି ସେତିକି ନୁହେଁ ଆପଣ ମୟୂରଙ୍କୁ ଅତି ନିକଟରେ ଦେଖିପାରିବେ । ଆଉ ତାଙ୍କର ସେହି ସୁନ୍ଦର ରୂପକୁ ଉପଭୋଗ କରିପାରିବେ । ତେବେ ଏହି ବ୍ୟକ୍ତି ଜଣକ ହେଉଛି ୨୫ ବର୍ଷୀୟ କାହ୍ନୁ ବେହେରା । ସେ ସାଜିଛନ୍ତି ମୟୂରଙ୍କ ପାଇଁ ଅନ୍ନଦାତା ।

ବାଙ୍କୀ ନାରାଜ ଅଞ୍ଚଳର କାହ୍ନୁ ସକାଳୁ ସଂଜ ରୁହନ୍ତି ମୟୁର ମାନଙ୍କ ସହିତ ।  ଆଉ ଲାଗିଯାଇଥାନ୍ତି ମୟୁର ମାନଙ୍କ ସେବାରେ । ତାଙ୍କ  ଡାକରାରେ ମୟୂର ମାନେ ମଧ୍ୟ ଆସିଥାନ୍ତି । ଆଉ ତାଙ୍କୁ ଦେଖିଲେ ଖୁସିରେ ପୁଚ୍ଛ ମେଲାଇ ନାଚିଥାନ୍ତି ମଧ୍ୟ । ମୟୁର ଓ ମଣିଷର ଏହି ନିଆରା ସମ୍ପର୍କ କୁ ଦେଖିବାକୁ ନାରାଜ ଠାରେ ଥିବା ପିକକ୍ ଭ୍ୟାଲିଠାରେ ଲାଗିଥାଏ ଲୋକଙ୍କ ଭିଡ଼ । ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.