fbpx

ସନ୍ଦେଶଖାଲି ପୀଡ଼ିତା ରେଖା ପାତ୍ର ଲଢିବେ ଲୋକସଭା ନିର୍ବାଚନ, କୋଲକାତା ବଶୀରହାଟରୁ ପ୍ରାର୍ଥୀ ଚୟନ କଲା ବିଜେପି

ନୂଆଦିଲ୍ଲୀ: ବିଜେପି ରବିବାର ଦିନ କୋଲକାତା ପାଇଁ ୧୯ ଜଣିଆ ପ୍ରାର୍ଥୀ ତାଲିକା ଜାରି କରିଛି । ବିଜେପି ବଶୀରହାଟରୁ ରେଖା ପାତ୍ରଙ୍କୁ ପ୍ରାର୍ଥୀ ଭାବେ ଚୟନ କରିଛି, ଯିଏ ସନ୍ଦେଶଖାଲିରେ ବାସ କରନ୍ତି । ସେ ହିଁ ପ୍ରଥମ ମହିଳା ଯିଏ ସନ୍ଦେଶଖାଲି ମାମଲାରେ ସ୍ୱର ଉତ୍ତୋଳନ କରିଥିଲେ ।

ସେ ସନ୍ଦେଶଖାଲି ଘଟଣାର ମାଷ୍ଟରମାଇଣ୍ଡ ତଥା ନିଲମ୍ବିତ ତୃଣମୂଳ ନେତା ଶାହାଜାହାନ ଶେଖ ଏବଂ ତାଙ୍କ ଦଳଙ୍କ ଦ୍ୱାରା ନିର୍ଯାତିତ ହୋଇଥିଲେ । ତିନି ଜଣ ଅଭିଯୁକ୍ତ ଶାହାଜାହାନ ଶେଖ, ଶିବୁ ହଜାରା ଏବଂତ୍ତ୍‌ମ ସରଦାର ଜେଲରେ ଅଛନ୍ତି । ବଶୀରହାଟ ଅନ୍ତର୍ଗତ ଅଞ୍ଚଳରେ ସନ୍ଦେଶଖାଲି ଅଞ୍ଚଳ ମଧ୍ୟ ଆସୁଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯେତେବେଳେ ସେନ୍ଦେଶଖାଲି ପୀଡିତାଙ୍କୁ ଭେଟିବା ଲାଗି କୋଲକାତା ଆସିଥିଲେ, ସେଥିରେ ରେଖା ସାମିଲ ଥିଲେ । ସଭା ପରେ ସେ ସନ୍ଦେଶଖାଲିର ପାଞ୍ଚଜଣ ମହିଳାଙ୍କୁ ଭେଟିଥିଲେ । ସନ୍ଦେଶଖାଲିର ଲୋକେ ମଧ୍ୟ ପ୍ରତିପକ୍ଷ ସୁଭେନ୍ଦୁ ଅଧିକାରୀଙ୍କୁ ପାତ୍ରଙ୍କୁ ପ୍ରାର୍ଥୀ କରିବାକୁ ଅନୁରୋଧ କରିଥିଲେ, ଯିଏ ତାଙ୍କୁ କେନ୍ଦ୍ରୀୟ ନେତୃତ୍ୱ ପର୍ଯ୍ୟନ୍ତ ପହଁଚାଇଥିଲେ ।

ବିଜେପି ସୂତ୍ର ମୁତାବକ, ଏହା ପରେ ନିଜେ ପ୍ରଧାନମନ୍ତ୍ରୀ ରେଖାଙ୍କ ନାମରେ ମୋହର ଲଗାଇଛନ୍ତି । ରେଖା ପାତ୍ରଙ୍କ ଅଭିଯୋଗରେ ହିଁ ସନ୍ଦେଶଖାଲିର ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।

ପ୍ରାର୍ଥୀ ହେବା ପରେ ରେଖା କହିଛନ୍ତି ଯେ, ସେ ସନ୍ଦେଶଖାଲିର ପୀଡ଼ିତା ମାଆ-ଭଉଣୀଙ୍କ ସହ ଠିଆ ହେବାକୁ ଚାହୁଁଛନ୍ତି । ସେମାନଙ୍କୁ ଆଗରେ ରଖିବାକୁ ଚାହୁଁଛନ୍ତି । ରେଖାଙ୍କୁ ପ୍ରାର୍ଥୀ କରିବା ପରେ ସନ୍ଦେଶଖାଲିରେ ଖୁସିର ମାହୋଲ ଦେଖିବାକୁ ମିଳିଛି । ଲୋକେ ଖୁସି ଅଛନ୍ତି । ମହିଳାମାନଙ୍କ ,ଧ୍ୟରେ ବିଶ୍ୱାସ ବଢିଛି । ବିଜେପି ରେଖାଙ୍କୁ ସାମ୍ନାରେ ରଖି ରାଜ୍ୟ ସାରା ମହିଳାମାନଙ୍କ ପ୍ରତି ହେଉଥିବା ହିଂସାର ଅଭିଯୋଗକୁ ତୀବ୍ର କରିବାକୁ ଚାହୁଁଛନ୍ତି ।

Get real time updates directly on you device, subscribe now.