fbpx

ବଢିଲା କର୍ପୋରେଟରଙ୍କ ମିଟିଂ ଭତ୍ତା: ମିଟିଂ ପିଛା ୧୦ ହଜାର ଟଙ୍କା ପାଇବେ ଅଧିକାରୀ

ଭୁବନେଶ୍ୱର: ବର୍ତ୍ତମାନ ପ୍ରତ୍ୟେକ ବିଭାଗର ସଶକ୍ତିକରଣ ପାଇଁ ଯୋଜନା କରୁଛନ୍ତି ରାଜ୍ୟ ସରକାର । ସମସ୍ତ ବିଭାଗର କର୍ମଚାରୀମାନଙ୍କୁ ଆର୍ଥିକ କ୍ଷେତ୍ରରେ ସ୍ୱାବଲମ୍ବୀ କରିବା ଦିଗରେ ଗୁରୁତ୍ୱ ଦିଆଯାଇଛି । ଏହାମଧ୍ୟରେ ବିଏମସି କର୍ପୋରେଟରଙ୍କ ମିଟିଂ ଭତ୍ତାରେ ମଧ୍ୟ ବୃଦ୍ଧି ହୋଇଛି । କପୋରେଟରଙ୍କ ମିଟିଂ ଭତ୍ତା ଏବେ ୭୦୦ ଟଙ୍କାରୁ ୧୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି । ଏଣିକି ମିଟିଂ ପିଛା ୧୦,୦୦୦ ଟଙ୍କା ଲେଖାଏଁ ପାଇବେ କର୍ପୋରେଟର । ସେହିପରି ମେୟରୁ ୫୦ ହଜାର ଏବଂ ଡେପୁଟୀ ମେୟରଙ୍କୁ ୨୫ ହଜାର ଟଙ୍କା ଲେଖାଏଁ ଭତ୍ତା ଦିଆଯିବ । ଏ ନେଇ ବିଏମସି କମିଶନର ବିଜୟ ଅମୃତ କୁଲାଙ୍ଗେ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.