fbpx

ରାଜଧାନୀ ଭୁବନେଶ୍ୱରର କାନ୍ଥବାଡ଼ରୁ ହଟିବ ରାଜନୈତିକ ପୋଷ୍ଟର

ଓଡ଼ିଶା ଭାସ୍କର: ରାଜଧାନୀ ଭୁବନେଶ୍ୱରରୁ ହଟିବ ରାଜନୈତିକ ପୋଷ୍ଟର। ଏହା ସହ କାନ୍ଥ ଲେଖା ବି ଲିଭାଯିବ। ଏନେଇ ପ୍ରସ୍ତୁତି କରିଛି ଭୁବନେଶ୍ୱର ମହାନଗର ନିଗମ (ବିଏମସି)। ତେବେ ନିର୍ବାଚନ ଆୟୋଗଙ୍କ ଗାଇଡ୍ ଲାଇନ୍ ଆଧାରରେ ଏହି କାମ କରାଯିବ ବୋଲି ବିଏମସି କମିଶନର ବିଜୟ ଅମୃତ କୁଲାଙ୍ଗେ ସୂଚନା ଦେଇଛନ୍ତି । ତେବେ ସମସ୍ତ ରାଜନୈତିକ ଦଳ ଗୁଡିକ ଏନେଇ ଅବଗତ ଅଛନ୍ତି । ଏବଂ ଏହି କାମରେ ବିଏମସିକୁ ସହଯୋଗ କରୁଥିବା କମିସନର କୁଲାଙ୍ଗେ ସୂଚନା ଦେଇଛନ୍ତି ।

ସୂଚନା ଥାଉକି, ନିର୍ବାଚନ ଆୟୋଗଙ୍କ ଚିଠି ଆଧାରରେ ଏହି ପୋଷ୍ଟର ହଟା କାମ କରାଯିବ। ତେଣୁ ଖୁବଶୀଘ୍ର ଭୁବନେଶ୍ୱରର ବିଭିନ୍ନ କାନ୍ଥ ଓ ପାଚେରୀରେ ଲେଖାଯାଇଥିବା ରାଜନୈତିକ ଲେଖା, ପୋଷ୍ଟର ଓ ବ୍ୟାନର ହଟାଯିବ। ଏହାସହ କାନ୍ଥ, ଗଛ ଓ ଖୁଣ୍ଟରେ ପୋଷ୍ଟର ଲଗାଇବା ଉପରେ କଟକଣା ଲଗାଯାଇଛି।

ଏଠାରେ କହି ରଖୁ ଯେ, ପୂର୍ବରୁ ଏହି ପୋଷ୍ଟରକୁ ନେଇ ଭୁବନେଶ୍ୱରରେ ରାଜନୈତିକ ବିବାଦ ଉପୁଜିଥିଲା । ସାଂସଦ ଅପରାଜିତାଙ୍କ ଲେଖା ଲିଭାଇ ଅଡୁଆରେ ପଡିଥିଲା ବିଏମସି । ତେବେ ଏହି କାର୍ୟ୍ୟ ପାଇଁ ପ୍ରାୟ ୧୦ ଲକ୍ଷ ଟଙ୍କା ଜରିମାନା ଆଦାୟ କରି ସାରିଛି ବିଏମସି । ଏହା ସହ ୩୦ରୁ ଅଧିକ ଅନୁଷ୍ଠାନ ଓ ବ୍ୟକ୍ତିଙ୍କ ନାମରେ ଥାନାରେ ଏତଲା ଦିଆଯାଇଥିବା ଜଣାପଡିଛି।

Get real time updates directly on you device, subscribe now.