fbpx

ସାମନାକୁ ଆସିଲା ପଳାତକ ମେହୁଲ ଚୋକସୀର ଗର୍ଲଫ୍ରେଣ୍ଡଙ୍କ ହଟ୍ ଫଟୋ

ନୂଆଦିଲ୍ଲୀ: ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକସୀ ନିଜ ଗର୍ଲଫ୍ରେଣ୍ଡ ଚକ୍କରରେ ଡୋମିନିକାରେ ଧରାପଡିଥିବା କଥା ଆମେ ସମସ୍ତେ ଜାଣିଛେ । ବର୍ତ୍ତମାନ ତାର ଭାରତକୁ ପ୍ରତ୍ୟାର୍ପଣର ଆଇନଗତ ପ୍ରକ୍ରିୟା ଜାରି ରହିଛି । ଏହା ମଧ୍ୟରେ କିନ୍ତୁ ଚୋକସୀର ତଥାକଥିତ ଗର୍ଲଫ୍ରେଣ୍ଡ ଫଟୋ ପଦାକୁ ଆସି ନଥିଲା । ଏବେ ଚୋକସୀର ଗର୍ଲଫ୍ରେଣ୍ଡର ଫଟୋ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି । ଯାହାକୁ ଦେଖାକରିବାକୁ ଯାଇ ଚୋକସୀ ଏତେ ବଡ ରିସ୍କ ଉଠାଇଥିଲା । ଆଉ ଶେଷରେ ଡୋମିନିକା ରେ ଧରାପଡିଥିଲା ।

ଏଣ୍ଟିଗା ଏବଂ ବାରବୁହାର ପ୍ରଧାନମନ୍ତ୍ରୀ ଗେସ୍ଟନ୍ ବ୍ରାଉନ୍ ଙ୍କ କହିବା ମୁତାବକ, ଚୋକସୀ ନିଜ ଗର୍ଲଫ୍ରେଣ୍ଡ ସହ କିଛି ମୁହୁର୍ତ୍ତ ବିତେଇବାକୁ ଡୋମିନିକା ଚାଲିଆସିଥିଲା । ଆଉ ସେଠାରେ ଧରାପଡିଥିଲା । ଆଉ ଏବେ ତା ଗର୍ଲଫ୍ରେଣ୍ଡ ମଧ୍ୟ ଫେରାର୍ ହୋଇଯାଇଛି । ତେବେ ତାଙ୍କ ନାଁ ହେଉଛି ବାବରା ଜରାବିକା । ବର୍ତ୍ତମାନ ବାବରାଙ୍କ ଫଟୋ ଖୁବ୍ ଭାଇରାଲ୍ ହେଉଛି ।

ତେବେ ବାବରା ହେଉଛନ୍ତି ଜଣେ ସମ୍ପତ୍ତି ବିନିଯୋଗ ପରାମର୍ଶଦାତା । ସେ ଲଣ୍ଡନ୍ ସ୍କୁଲ୍ ଅଫ୍ ଇକୋନୋମିକ୍ସ ପଢ଼ିଛନ୍ତି । ଚୋକସୀଙ୍କ ଓକିଲ କହିଛନ୍ତି ଯେ, ଏଣ୍ଟିଗା ଏବଂ ଭାରତୀୟ ଏଜେନ୍ସି ପକ୍ଷରୁ ଚୋକସିଙ୍କୁ ଅପହରଣ କରାଯାଇଛି । ତେବେ ଏହା ପୂର୍ବରୁ ମଧ୍ୟ ମେହୁଲ, ବାବରାକୁ ଦେଖାକରି ଥାନ୍ତେ । ହେଲେ ସେତେବେ, ଏଣ୍ଟିଗା ପୋଲିସ୍ ଏବଂ ଭାରତୀୟ ଅଧିକାରୀ ମାନେ ତାଙ୍କୁ ଅପହରଣ କରି ନେଇଥିଲେ । ତେଣୁ ଦୁହେଁ ଦେଖାକରିପାରି ନଥିଲେ । ସେମାନେ ପ୍ରାୟ ୧ ବର୍ଷ ହେବ ସମ୍ପର୍କରେ ଥିଲେ ।

ବାବରା ଖୁବ୍ ଆଲିସାନ୍ ଜୀବନ ବିତାଉଛନ୍ତି । ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ଏହା ଜଣାପଡୁଛି । ତାଙ୍କୁ ବିଭିନ୍ନ ଫାଇଭ୍ ଷ୍ଟାର୍ ହୋଟେଲ୍ ରେ ରହିବା ପସନ୍ଦ ମଧ୍ୟ ।

Get real time updates directly on you device, subscribe now.