fbpx

Viral Video:ଗଙ୍ଗା କୂଳରେ କୁକୁଡ଼ା ରାନ୍ଧିବା ପଡିଲାଭାରି ,ଜେଲ ଗଲେ…

ଲକ୍ଷ୍ନୌ:ଉତ୍ତର ପ୍ରଦେଶ ଗଙ୍ଗାର ନଦୀ ମଝିରେ ଏକ ଡଙ୍ଗା ମଝିରେ କିଛି ଲୋକ ମାଂସ ଖାଇ ହୁକ୍କା ଟାଣୁଥିବାର ଦୃଶ୍ୟ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । ତେବେ ହିନ୍ଦୁ ମାନଙ୍କର ପ୍ରମୁଖ ତୀର୍ଥକେନ୍ଦ୍ର ବୋଲି ବିଶ୍ୱାସ କରାଯାଉଥିବା ନାଗାଭାସୁକି ମନ୍ଦିରର ଅଟେ । ଯାହାକି ପ୍ରୟାଗର ଦାରାଗଞ୍ଜ ଠାରେ ଅବସ୍ଥିତ ।

ଭିଡିଓ ଭାଇରାଲ ହେବା ପରେ ବର୍ତ୍ତମାନ ପୋଲିସ ସେମାନଙ୍କ ନାମରେ ଏକ ମାମଲା ରୁଜୁ କରିବା ସହିତ ଛାନଭିନ୍ନ ଆରମ୍ଭ କରିଦେଇଛି । ଯେଉଁମାନେ ଭିଡିଓରେ ମାଂସ ଖାଇ ମଜା କରୁଥିବାର ଦେଖାଯାଉଛନ୍ତି ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସଏସପି ଶୈଳେସ କୁମାର ପାଣ୍ଡେ କହିଛନ୍ତି ।

ଗତ ସପ୍ତାହରେ ଗଙ୍ଗା ଏବଂ ଯମୁନା ନଦୀରେ ଜଳ ସ୍ତର ବଢି ଯିବା ପରେ ପ୍ରୟାଗର ଅନେକ ନିମ୍ନମାନର ଅଞ୍ଚଳ ଜଳମଗ୍ନ ହୋଇଯାଇଥିଲା। ରାଜପୁର, ବାଘରା, ଦାରାଗଞ୍ଜ ଏବଂ ଅନ୍ୟାନ୍ୟ ସ୍ଥାନରେ ନିମ୍ନମାନର କଲୋନୀରେ ଜଳ ଜମା ହୋଇଯାଇଥିଲା ।ସହରରେ ବନ୍ୟା ପରି ପରିସ୍ଥିତି ମଧ୍ୟରେ ପ୍ରଶାସନ ଡଙ୍ଗା କ୍ରୁଜ୍ ଉପରେ ପ୍ରତିବନ୍ଧକ ଲଗାଇଥିଲା। ତେବେ ପ୍ରତିବନ୍ଧକ ପରେ ମଧ୍ୟ କିପରି ଏହି ଯୁବକ ମାନେ ସେଠାରେ ଏମିତି ପାର୍ଟି କରୁଛନ୍ତି ସେଇ ଘଟଣା ର ତଦନ୍ତ ବର୍ତ୍ତମାନ ପୋଲିସ କରୁଛି ।

Get real time updates directly on you device, subscribe now.