fbpx

ପୁରୁଷ ନା ମହିଳା: କାହାର ମସ୍ତିଷ୍କ ଅଧିକ ଶକ୍ତିଶାଳୀ ଓ ସୁସ୍ଥ, ବୈଜ୍ଞାନିକମାନେ କ’ଣ କହୁଛନ୍ତି

ନୂଆଦିଲ୍ଲୀ: ମଣିଷକୁ ନେଇ ବୈଜ୍ଞାନିକମାନେ ବର୍ଷ ବର୍ଷ ଧରି ଗବେଷଣା ଜାରି ରଖିଥିବା ବେଳେ ଅନେକ ସମୟରେ ଏନେଇ କିଛି ଅଜଣା ତଥ୍ୟ ସାମ୍ନାକୁ ଆସିଥାଏ । ଅନେକ ସମୟରେ ପୁରୁଷ ଓ ମହିଳାଙ୍କର ଶରୀରର ବିଭିନ୍ନ ଅଙ୍ଗ ପ୍ରତ୍ୟେଙ୍ଗକୁ ନେଇ ମଧ୍ୟ ନୂଆ ନୂଆ ତଥ୍ୟ ଲୋକଲୋଚନକୁ ଆସିଥାଏ । ତେବେ ପୁରୁଷ ଓ ମହିଳାଙ୍କ ମଧ୍ୟରୁ କାହାର ମସ୍ତିଷ୍କ ଅଧିକ ଶକ୍ତିଶାଳୀ ଓ ସୁସ୍ଥ ସେନେଇ ଅନେକଙ୍କ ମନରେ ପ୍ରଶ୍ନ ଉଠିବା ସ୍ୱାଭାବିକ ।

ପୁରୁଷଙ୍କ ବ୍ରେନର ଆକାର ମହିଳାଙ୍କ ବ୍ରେନର ଆକାରଠାରୁ ୮-୧୩ ପ୍ରତିଶତ ଅଧିକ ହୋଇଥାଏ ବୋଲି ପୂର୍ବରୁ ବୈଜ୍ଞାନିକମାନେ ସୂଚନା ଦେଇଥିଲେ । ଶାରୀରିକ ଗଠନରେ ତାରତମ୍ୟ କାରଣରୁ ଉଭୟଙ୍କ ମସ୍ତିଷ୍କର ଆକାରରେ ଭିନ୍ନତା ରହିଥାଏ । ତେବେ ବ୍ରେନର ଆକାର ମଣିଷର ବିଚାର ଶକ୍ତି କ୍ଷେତ୍ରରେ କୌଣସି ପ୍ରଭାବ ପକାଇ ନାହିଁ ବୋଲି କୁହାଯାଇଥାଏ । ପୁରୁଷଙ୍କର ବ୍ରେନର ଆକାର ବଡ଼ ହେଲେ ମହିଳାଙ୍କର ବ୍ରେନ ଅଧିକ ତେଜ ବୋଲି ୨୦୧୭ରେ ଏକ ରିସର୍ଚ୍ଚରେ କୁହାଯାଇଥିଲା ।

ସେହିପରି ମହିଳାଙ୍କ ବ୍ରେନ ପୁରୁଷଙ୍କ ଅପେକ୍ଷା ଅଧିକ ଆକ୍ଟିଭ ବୋଲି ମଧ୍ୟ କୁହାଯାଇଥିଲା । ମହିଳାଙ୍କ ବ୍ରେନ ଅଧିକ ବ୍ୟସ୍ତ ରହିବା ସହିତ ସୁସ୍ଥ ରହିଥାଏ । ମହିଳାମାନେ ପୁରୁଷଙ୍କ ଅପେକ୍ଷା ଅଧିକ ଶବ୍ଦ ମନି ରଖିପାରନ୍ତି ବୋଲି କୁହାଯାଇଥିଲା । ଆମ ବ୍ରେନରେ ଦୈନନ୍ଦିନ ଜୀବନରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିଥାଏ । ତେଣୁ ବ୍ରେନକୁ ଆରାମର ଆବଶ୍ୟକତା ରହିଥାଏ । ବ୍ରେନରେ ରହିଥିବା ନର୍ଭସ ସିଷ୍ଟମର ମଣିଷର ଭାବନା ଉପରେ କାର୍ଯ୍ୟ କରିଥାଏ । ତେବେ ବିଭିନ୍ନ ସମୟରେ ଏନେଇ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଥିବା ବେଳେ ଆଗାମୀ ଦିନରେ ମଧ୍ୟ କିଛି ବଡ଼ ତଥ୍ୟ ଆସିବାର ସମ୍ଭାବନା ରହିଛି ।

Get real time updates directly on you device, subscribe now.