fbpx

‘ଆମ ବସଷ୍ଟାଣ୍ଡ ଯୋଜନା’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ‘ଆମ ବସଷ୍ଟାଣ୍ଡ ଯୋଜନା’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଯୋଜନାକୁ ନେଇ ଆଜି ରାଜ୍ୟର ୧୩ ଜିଲ୍ଲାରେ ୨୦ଟି ନୂଆ ବସଷ୍ଟାଣ୍ଡକୁ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ଭିସି ଜରିଆରେ ଯୋଡି ହୋଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଲୋକାର୍ପଣ କରିଛନ୍ତି। ଏହି ବସଷ୍ଟାଣ୍ଡଗୁଡିକୁ ଅତ୍ୟନ୍ତ ଆଧୁନିକ ଓ ସ୍ମାର୍ଟ ବସଷ୍ଟାଣ୍ଡ ଭଳି ନିର୍ମାଣ କରାଯାଇଛି । ଏଥିରେ ଯାତ୍ରୀ, ଡ୍ରାଇଭର ତଥା ସମସ୍ତ ସହକାରୀ କର୍ମଚାରୀ ମାନଙ୍କ ପାଇଁ ସସସ୍ତ ପ୍ରକାର ସୁବିଧା ରହିଛି। ଏ ସମସ୍ତ ବସଷ୍ଟାଣ୍ଡ ଦ୍ୱାରା କୋଟିଏରୁ ଅଧିକ ଲୋକ ଉପକୃତ ହେବେ ବୋଲି କୁହାଯାଇଛି। ତେବେ ପରିବହନ କ୍ଷେତ୍ରରେ ଏହା ଏକ ନୂଆ ମାଇଲଷ୍ଟୋନ ସାଜିବ ବୋଲି ମଧ୍ୟ କୁହାଯାଉଛି।

ସୂଚନା ଥାଉକି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂର୍ବରୁ ଗତ ଅଗଷ୍ଟ ମାସରେ ୨୧ଟି ନୂଆ ବସଷ୍ଟାଣ୍ଡ ଲୋକାର୍ପଣ କରିଥିଲେ । ଆଜି ଦ୍ୱିତୀୟ ଥର ପାଇଁ ଆଉ ୨୦ ଟି ନୂଆ ବସଷ୍ଟାଣ୍ଡର ଲୋକାର୍ପଣ କରିଛନ୍ତି। ତେବେ ଲୋକଙ୍କୁ ଉନ୍ନତମାନର ପରିବହନ ସେବା ଯୋଗାଇ ଦେବା ଲକ୍ଷ୍ୟ ନେଇ ରାଜ୍ୟ ସରକାର ଆମ ବସଷ୍ଟାଣ୍ଡ ଯୋଜନା ମାଧ୍ୟମରେ ଅତ୍ୟାଧୁନିକ ବସଷ୍ଟାଣ୍ଡ ନିର୍ମାଣ କରୁଛନ୍ତି। ସେହିପରି ଲୋକଙ୍କୁ ଯାତାୟାତ ସୁବିଧା ଯୋଗାଇ ଦେବା ପାଇଁ ପ୍ରତ୍ୟେକ ପଞ୍ଚାୟତରେ ସରକାରୀ ଲକ୍ଷ୍ମୀ ବସ ମଧ୍ୟ ପହଞ୍ଚାଉଛନ୍ତି।

 

Get real time updates directly on you device, subscribe now.