fbpx

ପୂଜା ସମୟରେ ଧୂପକାଠି ଜାଳୁଛନ୍ତି କି ? ଜାଣନ୍ତୁ କ’ଣ କହୁଛି ଶାସ୍ତ୍ର…

ଓଡ଼ିଶା ଭାସ୍କର: ସନାତନ ଧର୍ମରେ ପୂଜାପାଠର ବିଶେଷ ମହତ୍ୱ ରହିଛି । ଏଥିପାଇଁ କିଛି ନିୟମର ପାଳନ କରିବାକୁ ପଡ଼ିଥାଏ । ପୂଜାପାଠ ସମୟରେ କିଛି ଭୁଲ ହୋଇଗଲେ ଦେବୀଦେବତା କ୍ରୋଧିତ ହୋଇଥାନ୍ତି । ଫଳରେ ବ୍ୟକ୍ତି ଜଣଙ୍କୁ ଜୀବନରେ ଅନେକ ସଂକଟର ସାମ୍ନା କରିିବାକୁ ପଡ଼ିଥାଏ । ଦେବାଦେବୀଙ୍କ ପୂଜାରେ ସିନ୍ଦୁର, ଫୁଲ, ଚନ୍ଦନ, ଦୀପ, ଧୂପକାଠି ଭଳି ବିଭିନ୍ନ ପୂଜା ସାମଗ୍ରୀ ବ୍ୟବହାର ହୋଇଥାଏ । ତେବେ ବହୁତ କମ୍ ଲୋକମାନେ ଜାଣିଥିବେ ଯେ ଧୂପକାଠି ଜଳାଇବା ପାଇଁ ବି କିଛି ନିୟମ ରହିଛି । ଶାସ୍ତ୍ର ଅନୁଯାୟୀ ପୂଜାପାଠରେ ବାଉଁଶରେ ତିଆରି ଧୂପକାଠି ଜାଳିବା ଉଚିତ ନୁହେଁ । ଏହା ଅଶୁଭ ଅଟେ ।

ଆଜିକାଲି ବଜାରରେ ବିଭିନ୍ନ ପ୍ରକାର ଧୂପକାଠି ଉପଲବ୍ଧ । ସେଥିମଧ୍ୟରୁ ବିନା କାଠିରେ ତିଆରି ଧୂପକାଠି ବ୍ୟବହାର କରିବା ଶୁଭଫଳ ଦେଇଥାଏ । ପୂଜାପାଠରେ ନିୟମିତ ଏହି ଧୂପକାଠି ବ୍ୟବହାର କରିଲେ ଘରର ସୁଖ ଶାନ୍ତି ବୃଦ୍ଧି ହୋଇଥାଏ । ଘରର ସକାରାତ୍ମକତା ବୃଦ୍ଧି ହେବା ସହ ବାସ୍ତୁ ଦୋଷ ଦୂରେଇଥାଏ । ଧୂପକାଠି ତିଆରି ସମୟରେ ବିଭିନ୍ନ ପ୍ରକାର ଗଛର କାଠ, ଛାଲ ଏବଂ ଚନ୍ଦନ ମଧ୍ୟ ବ୍ୟବହାର ହୋଇଥାଏ । ବିଭିନ୍ନ ଗ୍ରହ ସହ ଏହାର ସମ୍ପର୍କ ରହିଛି । ତେଣୁ ଏହି କାଠରେ ତିଆରି ଧୂପ ଜାଳିଲେ ଗ୍ରହ ଦୋଷ ମଧ୍ୟ ଦୂର ହୋଇଥାଏ ।

ଆସନ୍ତୁ ଜାଣିବା ସନାତନ ଧର୍ମରେ ବାଉଁଶ କାଠରେ ତିଆରି ଧୂପକାଠି ଜାଳିବା କ’ଣ ପାଇଁ ବାରଣ କରାଯାଇଛି ?

– ହିନ୍ଦୁ ଧର୍ମରେ ବାଉଁଶ ଜାଳିବା ଅଶୁଭ ବିବେଚିତ କରାଯାଇଛି । ବାଉଁଶ କାଠରେ ତିଆରି ଧୂପକାଠି ଜାଳିବା ଦ୍ୱାରା ବଂଶବୃଦ୍ଧିରେ ବାଧା ସୃଷ୍ଟି ହୋଇଥାଏ ।

– ଏହା ଦ୍ୱାରା ପିତୃ ଦୋଷ ଲାଗିଥାଏ ।

– ହିନ୍ଦୁ ଧର୍ମରେ ଅନ୍ତିମ ସଂସ୍କାର ସମୟରେ ବାଉଁଶ ବ୍ୟବହାର ହୋଇଥାଏ ଯାହା ଅଶୁଭ ଅଟେ ।

– ଫେଙ୍ଗଶୁଇରେ ବାଉଁଶ ଗଛ ଲଗାଇବା ସୌଭାଗ୍ୟର ପ୍ରତୀକ ଅଟେ । ଅପରପକ୍ଷରେ ବାଉଁଶ ଜାଳିବା ଦୁର୍ଭାଗ୍ୟକୁ ନିମନ୍ତ୍ରଣ ଦେଇଥାଏ ।

 

Get real time updates directly on you device, subscribe now.