fbpx
BJD SKY
BJD SKY

VISA-Mastercardକୁ ବଡ଼ ଝଟକା: ବାଣିଜ୍ୟିକ କାର୍ଡରେ ହେଉଥିବା ପେମେଣ୍ଟ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଲା RBI

BJD

ନୂଆଦିଲ୍ଲୀ: ପେଟିଏମ ଉପରେ ଆକ୍ସନ ପରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଭିସା ଓ ମାଷ୍ଟରକାର୍ଡକୁ ଦେଇଛି ଏକ ବଡ଼ ଝଟକା । ଏହି କମ୍ପାନୀମାନଙ୍କ ଦ୍ୱାରା ବାଣିଜ୍ୟିକ କାର୍ଡ ଦ୍ୱାରା ଭେଣ୍ଡରଙ୍କୁ ଦିଆଯାଉଥିବା ପେମେଣ୍ଟ ଉପରେ ରୋକ ଲାଗୁ କରାଯାଇଛି । ଏଥିସହିତ କିଛି ବଡ଼ ଧରଣର ଟ୍ରାଞ୍ଜାକସନରେ ଫ୍ରଡ ଓ ମନି ଲଣ୍ଡରିଂ ନେଇ ଆରବିଆଇ ସନ୍ଦେହ କରୁଥିବା ଜଣାପଡ଼ିଛି ।

ପେଟିଏମ୍ ଆକ୍ସନ ପରେ ଆରବିଆଇ ଭିସା, ମାଷ୍ଟରକାର୍ଡ, ଆମେକ୍ସ ଓ ଡିନର୍ସକୁ ବଡ଼ ଝଟକା ଦେଇଛି । ଏହି କମ୍ପାନୀଗୁଡ଼ିକ ଦ୍ୱାରା କମର୍ସିଆଲ କାର୍ଡ ବ୍ୟବହାର କରାଯାଇ ଭେଣ୍ଡରଙ୍କୁ ଦିଆଯାଉଥିବା ପେମେଣ୍ଟ ଉପରେ ଆରବିଆଇ ରୋକ ଲଗାଇଛି । ତେବେ ଏନେଇ କିଛି ସ୍ପଷ୍ଟ ସୂଚନା ମିଳିପାରିନାହିଁ । ଏହି କମ୍ପାନୀଗୁଡ଼ିକ ପକ୍ଷରୁ କାର୍ଡ ଜରିଆରେ ବେପାରୀଙ୍କୁ ପେମେଣ୍ଟ କରାଯାଉଥିଲା । ଯେଉଁମାନଙ୍କର କେୱାଇସି ନଥିଲା, ସେମାନେ ମଧ୍ୟ କାର୍ଡ ମାଧ୍ୟମରେ ପେମେଣ୍ଟ ଗ୍ରହଣ କରୁଥିବା ନିକଟରେ ଆରବିଆଇ ଜାଣିପାରିଥିଲା ।

ଏଥିସହିତ ଏହି କମ୍ପାନୀଗୁଡ଼ିକ ଉପରେ କିଛି ବଡ଼ ଧରଣର ନେଣଦେଣ ଓ ବେଆଇନ ଅର୍ଥ କାରବାର ନେଇ ଆରବିଆଇ ସନ୍ଦେହ ପ୍ରକାଶ କରିଛି । ଏପରି ଅଭିଯୋଗ ଆସିବା ପରେ ପେଟିଏମ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା । ପେଟିଏମ୍ ବ୍ୟାଙ୍କ କାରବାର ମାର୍ଚ୍ଚ ୧ ପରଠାରୁ ରୋକ ଲଗାଯାଇଛି । ବର୍ତ୍ତମାନ ସମୟରେ ପେଟିଏମ୍ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଯାଞ୍ଚର ସମ୍ମୁଖୀନ ହେଉଛି ।

Get real time updates directly on you device, subscribe now.