fbpx

ଶରୀରରେ ହାଇ କୋଲେଷ୍ଟ୍ର୍ରାେଲ ବଢୁଥିଲେ ଜାଣିବେ କେମିତି ? ଏହି ଲକ୍ଷଣକୁ କରନ୍ତୁନି ଅଣଦେଖା

ଆଜିକାଲି ମଣିଷ ଯେତିକି ସ୍ୱାସ୍ଥ୍ୟ ସଚେତନ ହେଉଛି, ଶରୀର ସେତକି ଅସୁସ୍ଥ ହାେଇପଡୁଛି । ଆମର ଦୖେନନ୍ଦିନ ଜୀବନଶୖଳୀ, ଅସ୍ୱାସ୍ଥ୍ୟକର ଖାଦ୍ୟପେୟ ଅନେକ ରାେଗର ବାହକ ହୋଇଛି । ସେଥିପାଇଁ ତ ଡାଇବେଟିସ, ବ୍ଲଡ ପ୍ରେସର, କୋଲେଷ୍ଟ୍ର୍ରାେଲ ପରି ରାେଗ ଅତି ସାଧାରଣ ହୋଇଗଲାଣି । ନିଜ ଅଜାଣତରେ କେତେବେଳେ ଶରୀରରେ କୋଲେଷ୍ଟ୍ର୍ରାେଲ ବଢି ଯାଉଛି ଜଣାପଡୁନି । ତେବେ ଶରୀରରେ କୋଲେଷ୍ଟ୍ର୍ରାେଲ ବଢିଲେ କେମିତି ଜାଣିବେ ସେ ବିଷୟରେ ଆମେ ଆପଣଙ୍କୁ କିଛି ଟିପ୍ସ ଦେବୁ ।

କୋଲେଷ୍ଟ୍ର୍ରାେଲ ହେଉଛି ମହମ ଭଳି ଏକ ପଦାର୍ଥ ଯାହା ରକ୍ତରେ ରହିଥାଏ । କୋଲେଷ୍ଟ୍ର୍ରାେଲ ସ୍ତର ବୃଦ୍ଧି ପାଇ କ୍ରମେ ଧମନୀରେ ଜମା ହୁଏ । ହାଇ କୋଲେଷ୍ଟ୍ର୍ରାେଲ ଦ୍ୱାରା ରକ୍ତ ପ୍ରବାହ ଠିକରେ ହୋଇନଥାଏ । ଫଳରେ ହୃଦଘାତ ଆଶଙ୍କା ଦେଖା ଦେଇଥାଏ ।

ଖାଦ୍ୟରେ ପୋଷକ ତତ୍ତ୍ୱର ଅଭାବ ରହିଲେ ତଥା ଜଙ୍କ ଫୁଡ ବହୁତ ମାତ୍ରାରେ ଖାଇଲେ ହାଇ କୋଲେଷ୍ଟ୍ରଲ ହେବାର ଆଶଙ୍କା ଅଧିକ ରହିଥାଏ । ବ୍ୟାୟାମ ନ କରିବା ଏବଂ ମେଦ ବହୁଳ ଲୋକଙ୍କ ପାଖରେ ହାଇ କୋଲେଷ୍ଟ୍ରଲ ଆଶଙ୍କା ଅଧିକ ଥାଏ । ଏହା ସହ ଧୂମ୍ର ପାନ ଏବଂ ମଦ୍ୟପାନ କରୁଥିବା ବ୍ୟକ୍ତିଙ୍କୁ ହାଇ କୋଲେଷ୍ଟ୍ର୍ରାେଲ ହୋବାର ଭୟ ରହିଛି।

ଶରୀରରେ ହାଇ କୋଲେଷ୍ଟ୍ର୍ରାେଲ ବଢୁଥିଲେ ଜାଣିବେ କେମିତି ?

-ଛାତିରେ ଯନ୍ତ୍ରଣା ହେବା ହାଇ କୋଲେଷ୍ଟ୍ର୍ରାେଲର ଲକ୍ଷଣ । ଧମନୀରେ କୋଲେଷ୍ଟ୍ର୍ରାେଲ ଜମା ରହିବା ଦ୍ୱାରା ରକ୍ତ ପ୍ରବାହ ଠିକ ଭାବରେ ହୋଇନଥାଏ । ଫଳରେ ଛାତିରେ ଯନ୍ତ୍ରଣା ହେଇଥାଏ । ଏଥିଯୋଗୁ ହୃତପିଣ୍ଡରେ ମଧ୍ୟ ଯନ୍ତ୍ରଣା ଅନୁଭବ ହୋଇଥାଏ । ଏହାର ଅବହେଳା ହୃଦଘାତର କାରଣ ବି ହୋଇପାରେ ।

-ପାଦରେ ଯନ୍ତ୍ରଣା ହେବା ହାଇ କୋଲେଷ୍ଟ୍ର୍ରାେଲର ମଧ୍ୟ ଏକ ଲକ୍ଷଣ । ହାଇ କୋଲେଷ୍ଟ୍ର୍ରାେଲ ଯୋଗୁ ରକ୍ତପ୍ରବାହ ଠିକ ଭାବେ ହାେଇ ନ ଥାଏ । ଯାହାଫଳରେ ଚଲାବୁଲାରେ କଷ୍ଟ ହୋଇଥାଏ । ପାଦରେ ଯନ୍ତ୍ରଣା ହେବା ସହ ପାଦ ତ୍ୱଚାର ରଙ୍ଗ ମଧ୍ୟ ବଦଳି ଯାଏ । ଏପରିକି ପାଦ ବେଳେ ବେଳ ଥଣ୍ଡା ପଡି ଯାଏ ।

ତେଣୁ ଶରୀରରେ ଏମିତି କିଛି ଲକ୍ଷଣ ଦେଖିଲେ ସତର୍କ ହାେଇଯାନ୍ତୁ ଏବଂ ତୁରନ୍ତ ଚିକିତ୍ସା ଆରମ୍ଭ କରି ଦିଅନ୍ତୁ । ଉତ୍ତମ ଖାଦ୍ୟ ଏବଂ ପ୍ରତିଦିନ ବ୍ୟାୟମ ଅଭ୍ୟାସ କରନ୍ତୁ ।

Get real time updates directly on you device, subscribe now.