fbpx

ସେ ଗାର୍ଲଫ୍ରେଣ୍ଡ ହୁଅନ୍ତୁ କି ପତ୍ନୀ, ପୁଅମାନେ ସର୍ବଦା ଏହି ୮ଟି କଞ୍ଚା ମିଛରେ ମାଷ୍ଟର ଡିଗ୍ରୀ କରିଥାନ୍ତି

ପୁରୁଷ ହେଉ ବା ମହିଳା ରିଲେସନସିପରେ ରହିଥିବା ସମୟରେ ଅଧିକାଂଶ ସମୟରେ ମିଛର ସାହାରା ନେଇଥାନ୍ତି । ଯଦି ପୁରୁଷଙ୍କ କଥା ବିଚାର କରିବା ତେବେ ସେମାନେ ପାର୍ଟନରଙ୍କୁ ଖୁସି କରିବା ପାଇଁ ହେଉ ବା ନିଜର ଯୁକ୍ତିକୁ ପ୍ରମାଣିତ କରିବାକୁ ହେଉ ଏପରି କରିଥାନ୍ତି । ସାଧାରଣ ଭାବେ ପୁରୁଷମାନେ ନିଜର ଗାର୍ଲଫ୍ରେଣ୍ଡ କିମ୍ବା ପତ୍ନୀଙ୍କ ଆଗରେ ଏପରି ଅନେକ ମିଛ କଥା କହିବାକୁ ପଛାଇ ନଥାନ୍ତି ।

୧- ରିଲେସନସିପରେ ରହିଥିବା ସମୟରେ ପୁରୁଷମାନେ ଯଦି ଅନ୍ୟ ମହିଳାଙ୍କ ପ୍ରତି ଆକର୍ଷିତ ହୁଅନ୍ତି, ତେବେ ନୂଆ ସାଥୀଙ୍କୁ କୁହନ୍ତି ମୁଁ ତ ସିଙ୍ଗଲ ଅଛି । ୨- ପୁରୁଷମାନେ ପାର୍ଟନରଙ୍କ ସହ କୌଣସି ସ୍ଥାନରେ ବସିଥିବା ବେଳେ ଯଦି ଅନ୍ୟ ଜଣେ ସୁନ୍ଦରୀ ସେହି ବାଟ ଦେଇ ଯାଆନ୍ତି ତେବେ ପୁରୁଷମାନେ ତାଙ୍କୁ ଘୂରନ୍ତି, ମାତ୍ର ପଚାରିଲେ କୁହନ୍ତି ସିଏ କିଏ ମୁଁ ଜାଣିନି । ୩- ଗାର୍ଲଫ୍ରେଣ୍ଡଙ୍କ ଦିଲ୍ ଜିତିବା ପାଇଁ ପୁରୁଷମାନେ କୁହନ୍ତି ମୁଁ ଜମା ସ୍ମୋକିଂ କରେ ନାହିଁ, ଏହା ମୋ ପାଇଁ ଆଲର୍ଜି । ୪- ସାଥୀଙ୍କୁ ଖୁସିରେ ରଖିବା ପାଇଁ ପୁରୁଷମାନେ କୁହନ୍ତି ମୁଁ କେବଳ ତୁମର, ସବୁବେଳେ ତୁମରି କଥା ହିଁ ଭାବୁଛି ।

୫- ପୁଅମାନେ ନିଜ ସାଙ୍ଗସାଥୀଙ୍କ ସହ ମଉଜମସ୍ତି କରୁଥିବେ, କିନ୍ତୁ ଗାର୍ଲଫ୍ରେଣ୍ଡ ଫୋନ କଲେ କୁହନ୍ତି ତୁମ ବିନା ମୋର ଆଉ ଅନ୍ୟ ଗତି ନାହିଁ । ୬- ବିବାହ ପୂର୍ବରୁ ପୁଅମାନେ ଗାର୍ଲଫ୍ରେଣ୍ଡଙ୍କୁ କୁହନ୍ତି ମୋର ପାଖରେ ବହୁତ ପଇସା ଅଛି । ମାତ୍ର ବିବାହ ପରେ ସ୍ତ୍ରୀଙ୍କୁ କୁହନ୍ତି ମୋ ପାଖରେ କିଛି ବି ପଇସା ନାହିଁ । ୭- ରିଲେସନସିପରେ ଆସିବା ପୂର୍ବରୁ ପୁଅମାନେ କୁହନ୍ତି ବିବାହ ପୂର୍ବରୁ ମୁଁ ସେକ୍ସ କରିବି ନାହିଁ । ମାତ୍ର ଯୁବତୀ ହଁ କଲା ମାତ୍ରେ ଗେମ୍ ଷ୍ଟାଟ୍ ହେବା ଥୟ । ୮- ନିଜର ପ୍ରେମିକା ବା ପତ୍ନୀଙ୍କୁ ପୁଅମାନେ କୁହନ୍ତି, ତୁମେ ହିଁ ମୋ ଜୀବନର ପ୍ରଥମ ଯୁବତୀ, ଯାହାକୁ ମୁଁ ହୃଦୟରୁ ପ୍ରେମ କରିଛି ।

Get real time updates directly on you device, subscribe now.