fbpx
BJD SKY
BJD SKY

ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡା: ପୁରୁଷ ୫୦ ମିଟର ବ୍ୟାକଷ୍ଟ୍ରୋକ୍ସ ଫାଇନାଲରେ ଶ୍ରୀହରି

BJD

ବର୍ମିଂହାମ: ଭାରତୀୟ ସନ୍ତରଣକାରୀ ଶ୍ରହରି ନଟରାଜ ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡାର ପୁରୁଷ ୫୦ ମିଟର ବ୍ୟାକଷ୍ଟ୍ରୋକ୍ସ ଫାଇନାଲ ପର୍ଯ୍ୟାୟରେ ପ୍ରବେଶ କରିଛନ୍ତି । ସୋମବାର ଅନୁଷ୍ଠିତ ସେମିଫାଇନାଲ ପ୍ରତିଯୋଗିତାରେ ୨୦ ବର୍ଷୀୟ ନଟରାଜ ଏହି ଦୂରତ୍ୱକୁ ୨୫.୩୮ ସେକେଣ୍ଡରେ ଅତିକ୍ରମ କରି ପଞ୍ଚମ ସ୍ଥାନ ହାସଲ ସହିତ ଫାଇନାଲ ପର୍ଯ୍ୟାୟକୁ ଉନ୍ନିତ ହେବା ସୁଯୋଗ ସୃଷ୍ଟି କରି ଥିଲେ । ସୂଚନା ଯୋଗ୍ୟ ଯେ ନଟରାଜ ପ୍ରଥମ ଭାରତୀୟ ସନ୍ତରଣକାରୀ ଭାବେ ରାଜ୍ୟଗୋଷ୍ଠୀ କ୍ରୀଡାର ପୁରୁଷ ୧୦୦ ମିଟର ବ୍ୟାକଷ୍ଟ୍ରୋକ୍ସ ଓ ୫୦ମିଟର ବ୍ୟାକଷ୍ଟ୍ରୋକ୍ସ ଫାଇନାଲ ପାଇଁ ଯୋଗ୍ୟତା ହାସଲ କରିଛନ୍ତି । ତେଣୁ ଏହି ଇଭେଣ୍ଟରେ ଶ୍ରୀହରି ଭାରତ ପାଇଁ କୌଣସି ପଦକ ଅର୍ଜନ ଆଶା ରହିଛି ।

Get real time updates directly on you device, subscribe now.