fbpx
BSKY
BJD SHG SKY
BJD MC SKY

ଆଜି ତୃତୀୟ ସ୍ୱର୍ଣ୍ଣ ପଦକ ଜିତିଲା ଭାରତ: ଫାଇନାଲରେ ବିଜୟୀ ହେଲା ପୁରୁଷ ଆର୍ଚେରୀ ଟିମ୍

ନୂଆଦିଲ୍ଲୀ: ଚୀନର ହ୍ୱାଙ୍ଗଝୁଠାରେ ଚାଲିଥିବା ୧୯ତମ ଏସୀୟ କ୍ରୀଡ଼ାର ଆଜି ହେଉଛି ଦ୍ୱାଦଶ ଦିବସ । ଗତକାଲି ଏକାଦଶ ଦିବସରେ ଭାରତ ୩ଟି ସ୍ୱର୍ଣ୍ଣ ସହ ୧୨ଟି ପଦକ ହାସଲ କରିଥିଲା । ତେବେ ଏହା ମଧ୍ୟରେ ଆଜି ଭାରତ ସ୍ୱର୍ଣ୍ଣରୁ ତା’ର ପଦକ ବିଜୟ ଯାତ୍ରା ଆରମ୍ଭ କରିଥିଲା । ଏହା ମଧ୍ୟରେ ଭାରତ ୩ଟି ସ୍ୱର୍ଣ୍ଣ ଜିତି ସାରିଛି । ଫଳରେ ମୋଟ ୨୧ଟି ସ୍ୱର୍ଣ୍ଣ, ୩୧ଟି ରୌପ୍ୟ ଓ ୩୨ଟି ବ୍ରୋଞ୍ଜ ସହିତ ଭାରତର ମୋଟ ପଦକ ସଂଖ୍ୟା ୮୪ରେ ପହଞ୍ଚିଛି ।

ଭାରତୀୟ ଟିମର ଅଭିଶେକ ବର୍ମା, ଓଜସ ଦେବତାଲେ ଓ ପ୍ରଥମେଶ ଜାବକର ଶକ୍ତିଶାଳୀ ଦକ୍ଷିଣ କୋରିଆର ଟିମକୁ ୨୩୫-୨୩୦ରେ ପରାସ୍ତ କରିଥିଲେ । ଏହାଫଳରେ ଭାରତ ଆଜି ତୃତୀୟ ସ୍ୱର୍ଣ୍ଣ ପଦକ ଜିତିପାରିଛି । ଭାରତ ବର୍ତ୍ତମାନ ସୁଦ୍ଧା ୨୧ଟି ସ୍ୱର୍ଣ୍ଣ ଜିତିବା ସହିତ ମୋଟ ପଦକ ସଂଖ୍ୟା ୮୪ରେ ପହଞ୍ଚିଛି । ଏହା ପୂର୍ବରୁ ଭାରତୀୟ ମହିଳା ଟିମ୍ ମଧ୍ୟ ଆର୍ଚେରୀରେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ । ଭାରତୀୟ ପୁରୁଷ ଆର୍ଚେରୀ ଟିମ ସେମିଫାଇନାଲରେ ଚାଇନିଜ ତାଇପେଇକୁ ୨୩୪-୨୨୪ରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିଲା ।

ଏହାପୂର୍ବରୁ ପୁରୁଷ ସିଙ୍ଗଲସ ବ୍ୟାଡମିଣ୍ଟନରେ ୪୧ ବର୍ଷ ପରେ ଏଚ.ଏସ ପ୍ରଣୟ ସେମିରେ ପ୍ରବେଶ କରି ପଦକ ଆଶା ଉଜ୍ଜୀବିତ କରିଥିଲେ । ଆଜି ଦିନର ଆରମ୍ଭରୁ ଭାରତୀୟ କ୍ରୀଡ଼ାବିତମାନେ ନିରାଶ କରିଥିଲେ । ବ୍ୟାଡମିଣ୍ଟନ ତାରକା ପିଭି ସିନ୍ଧୁ ମହିଳା ସିଙ୍ଗଲସ କ୍ୱାର୍ଟର ଫାଇନାଲରେ ଚୀନର ବିନ ଚିଆେଓଙ୍କ ଠାରୁ ହାରି ଯାଇଥିଲେ । ସେହିପରି ରେସଲିଂରେ ମହିଳା ଯୁବା କୁସ୍ତିଯୋଦ୍ଧା ଅନ୍ତିମ ପଙ୍ଘାଲ ୫୩ କିଲୋଗ୍ରାମ ବର୍ଗରେ କ୍ୱାର୍ଟର ଫାଇନାଲରେ ଜାପାନର ଫୁଜୀନାମୀ ଅକାରୀଙ୍କଠାରୁ ପରାସ୍ତ ହୋଇଥିଲେ । ପରେ ଅନ୍ତିମଙ୍କୁ ବ୍ରୋଞ୍ଜ ପଦକ ପାଇଁ ଏକ ସୁଯୋଗ ମିଳିଥିଲା । ସ୍କ୍ୱାଶ ପୁରୁଷ ସିଙ୍ଗଲ୍ସ ଫାଇନାଲରେ ସୌରଭ ଘୋସାଲ ଦେଶ ପାଇଁ ସ୍ୱର୍ଣ୍ଣ ଜିତିବାର ସମ୍ଭାବନା ରହିଛି ।

Get real time updates directly on you device, subscribe now.