fbpx

ପୁରୁଷଙ୍କୁ ମାଡ଼ିବସୁଛି ଏହି ରୋଗ: ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆପଣାନ୍ତୁ ଏହି ଉପାୟ

ବଦଳୁଥିବା ଜୀବନଶୈଳୀ ଯୋଗୁଁ ପୁରୁଷଙ୍କ ଠାରେ ଅନେକ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦିଏ । ଯାହାକୁ ନେଇ ପୁରୁଷଙ୍କୁ ଅସୁବିଧା ହୋଇଥାଏ । ବାହାରେ ବୁଲି କାମ କରିବା ଦ୍ୱାରା ପୁରୁଷଙ୍କ ଚର୍ମ ସାଧାରଣତଃ ଡ୍ରାଏ ହୋଇଯାଇଥାଏ । ଅଧିକାଂଶ ପୁରୁଷଙ୍କଠାରେ ଚନ୍ଦାପଣ ସମସ୍ୟା ଦେଖାଯାଇଥାଏ । ଏହା ବ୍ୟତୀତ ଡାଇବେଟିସ, ଉଚ୍ଚ ରକ୍ତଚାନ ଭଳି ସମସ୍ୟା ମଧ୍ୟ ଦେଖାଦେଇଥାଏ । କିନ୍ତୁ ଏହି ସବୁ ସମସ୍ୟାକୁ ଦୂର କରିବା ପାଇଁ ଆପଣ କିଛି ସହଜ ଏବଂ ପ୍ରାକୃତିକ ଉପାୟ ଆପଣାଇପାରିବେ । ଯେଉଁଥିରେ ଅଧିକ ସମୟ ମଧ୍ୟ ଲାଗିବ ନାହିଁ ଏବଂ ଆପଣଙ୍କ ଅସୁବିଧା ମଧ୍ୟ ଦୂର ହୋଇବ । ଏମିତିରେ ଆମେ ଆପଣଙ୍କୁ ପୁରୁଷଙ୍କ ସହ ଜଡ଼ିତ କିଛି ସାଧାରଣ ସମସ୍ୟା ବିଷୟରେ କହିବାକୁ ଯାଉଛୁ ।

ପୁରୁଷଙ୍କ ଠାରେ ଦେଖାଯାଉଥିବା ସାଧାରଣ ସମସ୍ୟା:

– ଚନ୍ଦାପଣ ସମସ୍ୟା ପୁରୁଷଙ୍କ ମଧ୍ୟରେ ଅଧିକ ଦେଖିବାକୁ ମିଳିଥାଏ । ଏହି ସମସ୍ୟାଠାରୁ ବଞ୍ଚିବା ପାଇଁ ପୁରୁଷଙ୍କୁ ମୁଣ୍ଡରେ ପିଆଜ ରସ ଲଗାଇବା ଦରକାର । ଏହାଦ୍ୱାରା ନୂଆ କେଶ ଆସିଥାଏ । ଏହା ସହ ପ୍ରତିଦିନ ନଡ଼ିଆ ତେଲ ମଧ୍ୟ ମୁଣ୍ଡରେରେ ଲଗାଇବା ଦରକାର ।

– ପୁରୁଷଙ୍କ ଠାରେ ସାଧାରଣତଃ ଡ୍ରାଏ ସ୍କିନ୍ ଦେଖିବାକୁ ମିଳିଥାଏ କାରଣ ପୁରୁଷଙ୍କୁ ଧୂଳି, ପ୍ରଦୂଷଣ, ଖରାର ସାମ୍ନା କରିବାକୁ ପଡ଼ିଥାଏ । ଯାହାର ପ୍ରଭାବ ପୁରୁଷଙ୍କ ସ୍କିନ୍ ଉପରେ ପଡ଼ିଥାଏ । ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ପୁରୁଷଙ୍କୁ ଗାଧୋଇବା ପାଣିରେ ଓଟମୀଲ ପାଉଡରର ବ୍ୟବହାର କରିବା ଦରକାର ।

– ଉଚ୍ଚ ରକ୍ତଚାପ ସମସ୍ୟା ପୁରୁଷଙ୍କ ଠାରେ ଅଧିକ ଦେଖାଯାଇଥାଏ । ଉଚ୍ଚ ରକ୍ତଚାପ କମ୍ କରିବା ପାଇଁ ଖାଦ୍ୟରେ ଟମାଟୋ, କଦଳୀ, ସବୁଜ ପନିପରିବା ଖାଇବା ଲାଭଦାୟକ ହୋଇଥାଏ । ଏହା ଛଡ଼ା ରକ୍ତଚାପ ବଢ଼ିଲେ ଡାର୍କ ଚକଲେଟ ମଧ୍ୟ ଖାଇପାରିବେ । ଏମିତି କରିବା ଦ୍ୱାରା ରକ୍ତଚାପ ନିୟନ୍ତ୍ରିତ ରହିବ ।

– କବ୍ଚ ସମସ୍ୟା ଏକ ସାଧାରଣ ସମସ୍ୟା ଅଟେ, ଯାହାଦ୍ୱାରା ପୁରୁଷମାନେ ଚିନ୍ତିତ ରହିଥାନ୍ତି । ପୁଷ୍ଟିକର ଖାଦ୍ୟ ଖାଇ ନପାରିବା ଏବଂ ସମୟରେ ଭୋଜନ ନକରିପାରିବା ଯୋଗୁଁ ପୁରୁଷଙ୍କଠାରେ କବ୍ଚ ସମସ୍ୟା ଦେଖାଯାଇଥାଏ । ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆପଣଙ୍କୁ ଆପଣଙ୍କ ଖାଦ୍ୟରେ ତରଭୁଜ, ଲିଚି, କମଳା ଖାଇବା ଦରକାର ।

Get real time updates directly on you device, subscribe now.