fbpx
BJD
BJD SKY
BJD SKY

Asian Games; ପୁରୁଷ ହକି ଦଳର ସ୍ୱର୍ଣ୍ଣ ବିଜୟ: ୧୩ତମ ଦିନରେ କେତେ ପଦକ ହାସଲ କଲା ଭାରତ?

ନୂଆଦିଲ୍ଲୀ: ୧୯ତମ ଏସିଆନ୍ ଗେମ୍ସର୧୩ ତମ ଦିନରେ ମଧ୍ୟ ଭାରତ ଉପରେ ମେଡାଲ ବର୍ଷା ହୋଇଛି । ବିଶେଷ କରି ଭାରତର ପୁରୁଷ ହକି ଦଳ ଏସିଆନ୍ ଗେମ୍ସରେ ସ୍ୱର୍ଣ୍ଣିମ ଅଧ୍ୟାୟ ଲେଖିଛି । ଜାପାନକୁ ୫-୧ରେ ହରାଇ ସ୍ୱର୍ଣ୍ଣ ପଦକ ଉପରେ କବଜା କରିଛି ଟିମ ଇଣ୍ଡିଆ । ତେବେ ଏହାସହିତ ପ୍ୟାରିସ ଅଲିମ୍ପିକ୍ସ ପାଇଁ ମଧ୍ୟ ଯୋଗ୍ୟତା ଅର୍ଜନ କରିବାରେ ଦଳ ସଫଳ ହୋଇଛି । ତେବେ ଆଜିର ଦିନରେ ଭାରତ ମୋଟ ୯ଟି ପଦକ ଅକ୍ତିଆର କରିଛି । ଦିନର ପ୍ରଥମ ପଦକ ହାସଲ କରିଥିଲେ ମହିଳା ତୀରନ୍ଦାଜୀ ଦଳ ।

ମହିଳା ରିକର୍ଭ ତୀରନ୍ଦାଜୀ ଟିମର ବ୍ରୋଞ୍ଜ ପଦକ ସହ ୧୩ତମ ଦିନର ଶୁଭାରମ୍ଭ କରିଥିଲା ଭାରତ । ଅଙ୍କିତା ଭକତ, ଭଜନ କୌର ଏବଂ ସିମ୍ରନଜୀତ କୌର ଭିଏତନାମା ବିପକ୍ଷରେ ୬-୨ରେ ବିଜୟପ୍ରାପ୍ତ କରିବା ସହ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ଏହାପରେ ବ୍ୟାଡମିଣ୍ଟନ ସିଙ୍ଗଲ୍ସରେ ପ୍ରଣୟ ଏଚ.ଏସଙ୍କୁ ସେମିଫାଇନାଲରେ ପରାସ୍ତ ହେବା ସହ ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ହେବାକୁ ପଡ଼ିଛି । ସେହିପରି ଭାରତର ସେପକଟକରା ମହିଳା ରେଗୁ ଟିମ ମଧ୍ୟ ଥାଇଲାଣ୍ଡ ବିପକ୍ଷରେ ପରାସ୍ତ ହୋଇଛି । ଫଳରେ ଏହି ଇଭେଣ୍ଟରେ କାଂସ୍ୟ ପଦକରେ ଅଟକି ଯାଇଛି ଭାରତ । କିନ୍ତୁ ଭାରତର ପୁରୁଷ ତୀରନ୍ଦାଜୀ ଟିମ୍ ରୌପ୍ୟ ପଦକ ଜିତିବାରେ ସଫଳ ହୋଇଛି । ସେହିପରି କୁସ୍ତିଯୋଦ୍ଧା ସୋନମ ମଲିକ ମହିଳାଙ୍କ ୬୨ କେ.ଜି ବର୍ଗରେ କାଂସ୍ୟ ପଦକ ହାସଲ କରିଛନ୍ତି । ଅନ୍ୟପକ୍ଷରେ ଏହି ବର୍ଗରେ ବ୍ରୋଞ୍ଜ ପଦକ ଉପରେ କବଜା କରିଛନ୍ତି କିରନ୍ ।

ବ୍ରିଜ କଣ୍ଟେଷ୍ଟରେ ଭାରତୀୟ ପୁରୁଷ ଟିମ୍ ଶେଷ ଷ୍ଟେଜରେ ଅଟକି ଯିବାରୁ ଦଳ ସ୍ୱର୍ଣ୍ଣ ପଦକ ହାତଛଡ଼ା କରିଛି । ଫଳରେ ହଂକଂ ଏହାର ବାଜି ମାରି ନେଇଥିବା ବେଳେ ଭାରତକୁ ରୌପ୍ୟ ପଦକରେ ହିଁ ସନ୍ତୁଷ୍ଟ ହେବାକୁ ପଡ଼ିଛି । ଏହାପରେ ଅମନ୍ ସେହରାୱତ ପୁରୁଷ ୫୭ କେ.ଜି ବର୍ଗରେ କାଂସ୍ୟ ପଦକ ନିଜ ନାମରେ କରିଛନ୍ତି । କିନ୍ତୁ ଏହାପରେ ଏସିଆନ୍ ଗେମ୍ସରେ ଇତିହାସ ଲେଖାଯାଇଛି । ୯ ବର୍ଷ ପରେ ଭାରତୀୟ ହକି ଦଳ ସ୍ୱର୍ଣ୍ଣ ପଦକ ଜିତିବାରେ ସଫଳ ହୋଇଛି । ଏହାସହିତ ପ୍ୟାରିସରେ ଅଲିମ୍ପିକ୍ସ ଗେମ୍ ପାଇଁ ଯୋଗ୍ୟତା ଅର୍ଜନ କରିଛି ଭାରତୀୟ ହକି ଦଳ । ଜାପାନ ବିପକ୍ଷରେ ୫-୧ ଗୋଲରେ ଏକତରଫା ବିଜୟ ହାସଲ କରିଛି ଭାରତୀୟ ଦଳ ।

ତେବେ ବର୍ତ୍ତମାନ ସୁଦ୍ଧା ଭାରତ ମୋଟ ୨୨ଟି ସ୍ୱର୍ଣ୍ଣ, ୩୪ଟି ରୌପ୍ୟ ଏବଂ ୩୯ଟି ବ୍ରୋଞ୍ଜ ପଦକ ଉପରେ ଅଧିକାର କରିଛି । ବର୍ତ୍ତମାନ ପର୍ଯ୍ୟନ୍ତ ଭାରତର ମୋଟ ମେଡାଲ ସଂଖ୍ୟା ୯୫ରେ ପହଞ୍ଚିଥିବା ବେଳେ ଏବେ ମଧ୍ୟ ୭ଟି ପଦକ ସୁନିଶ୍ଚିତ ହୋଇ ରହିଛି । ଅର୍ଥାତ୍ ଭାରତ ଚଳିତବର୍ଷ ମେଡାଲ ହାସଲ କରିବାରେ ଶତକ ହାସଲ କରି ରେକର୍ଡ ସୃ୍େଟି କରିବାକୁ ଯାଉଛି ।

Get real time updates directly on you device, subscribe now.