fbpx
BJD
BJD SKY
BJD SKY

ଉଚ୍ଚତା ପାଇଁ ସାଙ୍ଗ ସାଥୀ ମାନେ ଝିଅକୁ କରୁଥିଲେ ଟାହି ଟାପରା …ହେଲେ ଝିଅ ହୋଇଗଲା IAS

BJD

ଓଡ଼ିଶା ଭାସ୍କର: ସାଙ୍ଗ ସାଥୀ ସାହି ପରିଜନ ସମସ୍ତେ ତାଙ୍କୁ ଚିଡାଉଥିଲେ । ତାଙ୍କର ଉଚ୍ଚତାକୁ ନେଇ ମଜାକ ଉଡାଉ ଥିଲେ । ହେଲେ ସେହି ଝିଅ ଶାସନର ଭାର ସମ୍ଭାଳୁଛି । ହଁ ଆଜ୍ଞା ଉଚ୍ଚତା ମାତ୍ର ସାଢେ ୩ ଫୁଟ । ହେଲେ ପ୍ରଥମ ପ୍ରୟାସରେ ୟୁପିଏସ୍‌ସିରେ ୫୬ ର଼୍ୟାଙ୍କ ବନି ଯାଇଥିଲେ ପ୍ରଶାସନିକ ଅଧିକାରୀ । ସାଙ୍ଗ ସାଥୀ ମାନଙ୍କ ଥଟ୍ଟା ପରିହାସ ଶୁଣି ତିଳେ ମାତ୍ର ଭାଙ୍ଗି ନପଡି ନିଜର ଦୃଢ ଇଚ୍ଛା ଶକ୍ତି ଓ ଆତ୍ମବିଶ୍ୱାସ ବଳରେ ସେ ଆଜି ପାଇଛନ୍ତି ଏକ ନୂତନ ପରିଚୟ । ସର୍ବଦା ଚର୍ଚ୍ଚାରେ ରୁହନ୍ତି ସାଢ଼େ ୩ ଫୁଟ ଉଚ୍ଚର ଆଇଏଏସ୍ ଅଫିସର ଆରତୀ ଡୋଗ୍ରା । ୨୦୦୬ରେ ଆରତୀ ପ୍ରଥମ ପ୍ରୟାସରେ ୟୁପିଏସ୍‌ସିରେ ୫୬ ର଼୍ୟାଙ୍କ ରଖି ଚର୍ଚ୍ଚାରେ ରହିଥିଲେ ।

ପିଲାଟି ଦିନରୁ ଆରତୀଙ୍କୁ ଉଚ୍ଚତା ପାଇଁ ତାଙ୍କ ସାଙ୍ଗସାଥୀମାନେ ଥଟ୍ଟା ପରିହାସ କରି ଆସୁଥିଲେ । ଆରତୀ ନିଜ ଉପରେ ଆତ୍ମବିଶ୍ୱାସ ରଖି ସବୁ କଷ୍ଟ ଯନ୍ତ୍ରଣାକୁ ସହି ଯାଉଥିଲେ । କିଏ କ’ଣ କହୁଛି ସେସବୁ ଉପରେ ସେ ଧ୍ୟାନ ନଦେଇ ମନଦେଇ ପାଠପଢ଼ୁଥିଲେ । ୟୁପିଏସ୍‌ସି ଲାଗି ଦିନରାତି ଏକ କରି ସେ ପ୍ରସ୍ତୁତ ହେଉଥିଲେ । ୨୦୦୬ରେ ଆରତୀଙ୍କୁ ତାଙ୍କ ପରିଶ୍ରମର ଫଳ ମିଳିଯାଇଥିଲା । ପ୍ରଥମ ପ୍ରଚେଷ୍ଟାରେ ୨୦୦୬ରେ ୟୁପିଏସ୍‌ସିରେ ସେ ୫୬ ର଼୍ୟାଙ୍କ ରଖି ସମସ୍ତଙ୍କୁ ଚମକାଇ ଦେଇଥିଲେ । ଏହାମଧ୍ୟରେ ଆରତୀ ବିକାନେର, ଆଜମେରର ଜିଲ୍ଲାପାଳ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ମଧ୍ୟ ତାଙ୍କ କାମର ପ୍ରଶଂସା କରିଛନ୍ତି, ଯେଉଁଥିପାଇଁ ତାଙ୍କୁ ରାଜ୍ୟରୁ ଆରମ୍ଭ କରି ଜାତୀୟସ୍ତର ଯାଏ ଅନେକ ପୁରସ୍କାର ଓ ସମ୍ମାନ ମିଳିଛି । ଆଇଏଏସ୍ ଅଫିସର ଆରତୀ ଯେଉଁ ବି କାମ କରିଥାଆନ୍ତି ନିଷ୍ଠାର ସହ କରନ୍ତି । ଯେଉଁଥିପାଇଁ ସେ ଆଇଏଏସ୍ ହେବା ଦିନ ଠାରୁ ଆଜିଯାଏଁ ଚର୍ଚ୍ଚାରେ ଅଛନ୍ତି ।

Get real time updates directly on you device, subscribe now.