fbpx

ଏବର୍ଷର ସୂର୍ଯ୍ୟୋପରାଗ: ୫ଟି ରାଶିର ଲୋକଙ୍କ ପାଇଁ ଅତ୍ୟନ୍ତ ଶୁଭ ହେବାକୁ ଯାଉଛି

ଓଡ଼ିଶା ଭାସ୍କର: ଅକ୍ଟୋବର ମାସରେ ହେବ ଏବର୍ଷର ସୂର୍ଯ୍ୟୋପରାଗ ଓ ଚନ୍ଦ୍ରଗ୍ରହଣ ହେବ। ବର୍ଷର ଦ୍ବିତୀୟ ତଥା ଶେଷ ସୂର୍ଯ୍ୟୋପରାଗ ଅକ୍ଟୋବର ୧୪, ଶନିବାର ଏବଂ ବର୍ଷର ଶେଷ ଚନ୍ଦ୍ରଗ୍ରହଣ ଅକ୍ଟୋବର ୨୯ରେ ହେବ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ୨୦୨୩ ମସିହାର ସୂର୍ଯ୍ୟୋପରାଗ ୫ଟି ରାଶିର ଲୋକଙ୍କ ପାଇଁ ଅତ୍ୟନ୍ତ ଶୁଭ ହେବାକୁ ଯାଉଛି । ଜାଣନ୍ତୁ କେଉଁ ରାଶିମାନଙ୍କର ଆସୁଛି ଶୁଭ ସମୟ ।

ମିଥୁନ: ଏହି ସୂର୍ଯ୍ୟୋପରାଗ ମିଥୁନ ରାଶିର ବ୍ୟକ୍ତିଙ୍କ ପାଇଁ ଶୁଭ ହେବାକୁ ଯାଉଛି। ଏମାନେ କ୍ୟାରିୟରରେ ଉନ୍ନତି ପାଇବେ। ଅଟକି ରହିଥିବା ଅର୍ଥ ପ୍ରାପ୍ତି ହେବ। ମାନସିକ ଶାନ୍ତି ପାଇବେ। ପରିବାରରେ ସୁଖ ସମୃଦ୍ଧି ବୃଦ୍ଧି ପାଇବ। ଆପଣଙ୍କ କାମର ପ୍ରଶଂସା ହୋଇପାରେ।

ସିଂହ: ଅକ୍ଟୋବର ୧୪ ରେ ହେବାକୁ ଥିବା ସୂର୍ଯ୍ୟୋପରାଗ ସିଂହ ରାଶିର ଲୋକଙ୍କ ପାଇଁ ଲାଭଦାୟକ ହେବ। ବିଶେଷ କରି ବ୍ୟବସାୟ କରୁଥିବା ଲୋକମାନେ ଲାଭବାନ ହୋଇପାରନ୍ତି। ଶତ୍ରୁମାନେ ପରାଜିତ ହେବେ। ପରିବାର ସହିତ ଭଲ ସମୟ ବିତାଇବେ।

ତୁଳା: ଏବର୍ଷର ସୂର୍ଯ୍ୟପରାଗ ତୁଳା ରାଶିର ଲୋକଙ୍କ ପାଇଁ ଅତ୍ୟନ୍ତ ଶୁଭ ହେବାକୁ ଯାଉଛି। ପଦ, ଧନ, ପ୍ରତିଷ୍ଠା ସବୁ କିଛି ପାଇବେ। ସମାଜରେ ଆପଣଙ୍କର ମାନ-ସମ୍ମାନ ବୃଦ୍ଧି ପାଇବ। ଲୋକମାନେ ସମ୍ମାନ ଦେବେ। କର୍ମକ୍ଷେତ୍ରରେ ସଫଳତା ପାଇବେ। ଭାଗ୍ୟ ସାହାଯ୍ୟରେ ଅଟକି ରହିଥିବା କାମ ମଧ୍ୟ ସମ୍ପନ୍ନ ହେବ। ହଠାତ୍ ଧନ ଲାଭ ହେବ। କୌଣସି ବଡ଼ ଇଚ୍ଛା ପୂରଣ ହୋଇପାରେ।

ବିଛା: ବିଛା ରାଶିର ଲୋକଙ୍କ ପାଇଁ ମଧ୍ୟ ଏହି ଗ୍ରହଣ ଶୁଭ ରହିବ। ଆପଣଙ୍କ ଆତ୍ମବିଶ୍ୱାସ ବୃଦ୍ଧି ପାଇବ। କର୍ମକ୍ଷେତ୍ରରେ କଠିନ ପରିଶ୍ରମର ଫଳ ମିଳିବ, ଶୁଭ ଫଳ ମିଳିବ। ଧନ ଲାଭ ହେବାର ସମ୍ଭାବନା ରହିଛି। ପରିବାରର ସହଯୋଗ ପାଇବେ।

ମକର: ସୂର୍ଯ୍ୟୋପରାଗ ମକର ରାଶିର ଲୋକଙ୍କ ଆୟ ବୃଦ୍ଧି କରିବ। ଯଦିଓ ଅର୍ଥ ଖର୍ଚ୍ଚ ହେବ, ତେବେ ଆପଣଙ୍କୁ କୌଣସି ଅସୁବିଧା ହେବ ନାହିଁ । ଭାଗ୍ୟ ଆପଣଙ୍କୁ ସହଯୋଗ କରିବ। ଏହି ସମୟ ମଧ୍ୟରେ ଆପଣ ଜମି, କୋଠା କିମ୍ବା ଯାନବାହନ କିଣିବା ପାଇଁ ଯୋଜନା କରିପାରିବେ ।

Get real time updates directly on you device, subscribe now.