fbpx
BSKY SKY
BSKY SKY

ଆପଣଙ୍କୁ ଜ୍ୱର ହୋଇଥିଲେ ଭୁଲରେ ଖାଆନ୍ତୁ ନାହିଁ ଏହି ଖାଦ୍ୟ, ନଚେତ ବଢ଼ିଯିବ ଟେମ୍ପରେଚର

BSKY

ଆଜିକାଲି ବଦଳୁଥିବା ପାଣିପାଗ ଯୋଗୁଁ ଲୋକମାନେ ଥଣ୍ଡା, ସର୍ଦ୍ଦି, ଜ୍ୱର ଭଳି ରୋଗରେ ପଡୁଛନ୍ତି । ହେଲେ ଜ୍ୱର ସମୟରେ ଆମେ କ’ଣ ଖାଇବା କ’ଣ ନ ଖାଇବା ଏହାକୁ ନେଇ ଦ୍ୱନ୍ଦ୍ୱରେ ପଡିଯାଇଥାଏ। ଏମିତିବି ଜ୍ୱର ହେଲେ କିଛି ଖାଇବାକୁ ବି ଇଚ୍ଛା ହୋଇ ନ ଥାଏ। ହେଲେ ଏମିତି କିଛି ଖାଦ୍ୟ ଅଛି ଯାହାକୁ ଜ୍ୱର ସମୟରେ ବାରଣ କରାଯାଇଥାଏ। କାରଣ ଦେହରେ ଉତ୍ତାପ ଥିଲେ ଏସବୁ ଖାଦ୍ୟ ଖାଇଲେ ଉତ୍ତାପ ଆହୁରି ବଢି ଯାଇଥାଏ।

– ଜ୍ୱର ସମୟରେ କୈଫିନ ଯୁକ୍ତ ଖାଦ୍ୟ ଯେମିତି ଚା, କଫି ଓ ମଦ ପିଇବା ଅନୁଚିତ। କାରଣ ଏହା ହଜମ ହେବାକୁ ସମୟ ଲାଗିଥାଏ। ଫଳରେ ଡିହାଇଡ୍ରେଶନ ସମସ୍ୟା ବଢି ଯାଇଥାଏ। ତେଣୁ ଜ୍ୱର ସମୟରେ ଏସବୁ ଖାଦ୍ୟଠାରୁ ଦୂରେଇ ରହିବା ସହ ମିଠା କମ ଖାଇବା ଭଲ।

– ଯେଉଁମାନେ ଓ୍ବାଇନ ପିଇବାରେ ସଉକ ରଖିଥାଆନ୍ତି, ସେମାନେ ଜ୍ୱର ସମୟରେ ଏହାକୁ ପିଇବା ଅନୁଚିତ। କାରଣ ଓ୍ବାଇନରେ ବାଲ୍ସମିକ ଭିନେଗାର, ରିୟଲ ଏଲେ ମିଶ୍ରଣ କରାଯାଇଥାଏ, ଯାହା ଜ୍ୱର ସମୟରେ ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ।

– ମୁଡ ଖରାପ ହେଲେ ବା ଜ୍ୱର ସମୟରେ ଅଧିକାଂଶ ଲୋକେ ଚକୋଲେଟ ଖାଇଥାଆନ୍ତି। ହେଲେ ଜ୍ୱର ସମୟରେ ଚକୋଲେଟ ଖାଇବା କ୍ଷତିକାରକ। କାରଣ ଚକୋଲେଟରେ ପାୟୋଜେନିକ ଏମାଇନ ରହିଥାଏ ଯାହା ହିଷ୍ଟାମାଇନର କ୍ଷୟକୁ ଧିମା କରିଦେଇଥାଏ।

– ଜ୍ୱର ସମୟରେ ପ୍ରୋସେସ୍ଡ ମିଟ ଖାଇବା ଅନୁଚିତ। କାରଣ ଏଥିରେ ହିଷ୍ଟାମାଇନର ମାତ୍ରା ବହୁତ ଅଧିକ ରହିଥାଏ। ଏହା ଆମର ଲିଭର ଉପରେ ପ୍ରଭାବ ପକାଇଥାଏ ଓ ମେଟାବୋଲିଜମକୁ ଦୁର୍ବଳ କରିଦେଇଥାଏ।

– ଗରମ ଦିନରେ ଖରଭୁଜ ଖାଇବା ଭଲ। ହେଲେ ଜ୍ୱର ସମୟରେ ଏହାକୁ ଖାଇଲେ ଏହା ଶରୀରର ଟେମ୍ପରେଚରକୁ ବଢାଇ ଦେଇଥାଏ।

Get real time updates directly on you device, subscribe now.