fbpx

ପୁରୁଷ ହକି ବିଶ୍ୱକପ: ଚୂଡ଼ାନ୍ତ ହେଲା କ୍ୱାଟର ଫାଇନାଲ ଲାଇନ୍-ଅପ, ଜାଣନ୍ତୁ କିଏ କାହାକୁ ଭେଟିବ

ଭୁବନେଶ୍ୱେର: ପୁରୁଷ ହକି ବିଶ୍ୱକପ୍‌-୨୦୨୩ ପାଇଁ ଚୂଡ଼ାନ୍ତ ହୋଇଛି କ୍ୱାଟର ଫାଇନାଲ ଲାଇନ୍-ଅପ। ଗତକାଲି ଓ ଆଜି ଚାରୋଟି କ୍ରସ୍ ଓଭର ଶେଷ ହୋଇଛି। ଭାରତ, ଆର୍ଜେଣ୍ଟିନା, ଫ୍ରାନ୍ସ ଏବଂ ମାଲେସିଆ ବିଦାୟ ନେବା ପରେ ୮ ଟିମ୍ କ୍ୱାଟର ଫାଇନାଲରେ ସ୍ଥାନ ପକ୍କା କରିଛନ୍ତି। ୨୪ ଓ ୨୫ ତାରିଖରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଚାରୋଟି କ୍ୱାଟର ଫାଇନାଲ ମ୍ୟାଚ୍ ଖେଳାଯିବ। କ୍ୱାର୍ଟର ଫାଇନାଲରେ ଅଷ୍ଟ୍ରେଲିଆ, ବେଲଜିୟମ, ନେଦରଲାଣ୍ଡ, ଇଂଲଣ୍ଡ, ସ୍ପେନ୍‌, ନିଉଜିଲ୍ୟାଣ୍ଡ, ଜର୍ମାନୀ ଓ କୋରିଆ ଶ୍ରେଷ୍ଠ ୮ ଦଳ ଭାବେ ଏହି ଯୋଗ୍ୟତା ହାସଲ କରିଛନ୍ତି।

Image

୨୪ ତାରିଖରେ ପ୍ରଥମ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଓ ସ୍ପେନ୍ ଅପରାହ୍ନ ୪:୩୦ରେ ମୁହାଁମୁହିଁ ହେବେ ଏବଂ ସନ୍ଧ୍ୟା ୭ ଟାରେ ବେଲଜିୟମ ଓ ନିଉଜିଲ୍ୟାଣ୍ଡ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଠିକ୍ ସେହିପରି ୨୫ ତାରିଖରେ ଅପରାହ୍ନ ୪:୩୦ରେ ମୁହାଁମୁହିଁ ହେବେ ନେଦରଲାଣ୍ଡ ଓ କୋରିଆ ଏବଂ ସନ୍ଧ୍ୟା ୭ ଟାରେ ଇଂଲଣ୍ଡ ଓ ଜର୍ମାନୀ ମୁହାଁମୁହିଁ ହେବେ।

Imageବର୍ତ୍ତମାନ ପର୍ଯ୍ୟନ୍ତ ଭୂବନେଶ୍ୱରର କଳିଙ୍ଗ ଷ୍ଟାଡିୟମ ଏବଂ ରାଉରକେଲାର ବିର୍ସାମୁଣ୍ଡା ହକି ଷ୍ଟାଡିୟମରେ ୨୮ ଟି ମ୍ୟାଚ୍ ଖେଳା ସରିଲାଣି। ଏବେ କ୍ୱାଟର ଫଅଇନାଲ ବ୍ୟତିତ ତୃତୀୟ ସ୍ଥାନ ପାଇଁ ମ୍ୟାଚ୍ ଏବଂ କ୍ଲାସିଫିକେସନ୍ ମ୍ୟାଚ୍ ମଧ୍ୟ ହେବାର ଅଛି। ତେବେ ଦ୍ୱିତୀୟ ଥର ପାଇଁ ଓଡ଼ିଶାରେ ହକି ବିଶ୍ୱକପ ଅନୁଷ୍ଠିତ ହେଉଥିବା ବେଳେ ହକି ପ୍ରେମି ବେଶ ଉତ୍ସୁକ ଥିବା ସଦେଖିବାକୁ ମିଳିଛି। କିନ୍ତୁ କ୍ରସ୍ ଓଭର ମ୍ୟାଚ୍ ହାରି ଭାରତ ବିଶ୍ୱକପୁ ବାଦ୍ ପଡ଼ିବା ହକି ପ୍ରେମିଙ୍କୁ ସାମାନ୍ୟ ନିରାଶ କରିପାରେ।

Get real time updates directly on you device, subscribe now.