fbpx

ମାନସିକ ଚାପ ଓ ଚିନ୍ତାରୁ ମୁକ୍ତି, ଏହି ୩ପ୍ରକାର ଲୋକ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେବା ଉଚିତ

ଜ୍ୟେତିଷ ଶାସ୍ତ୍ର ଅନୁସାରେ ଯେକୌଣସି ଗ୍ରହ ଯଦି କୁଣ୍ଡଳୀରେ ଦୁର୍ବଳ ହୋଇପଡନ୍ତି, ତେବେ ସେହି ବ୍ୟକ୍ତି ବହୁ ଅଶୁବିଧା ସାମ୍ନା କରିଥାଏ । ଗ୍ରହକୁ ମଜବୁତ କରିବା ପାଇଁ କିଛି ଉପାୟ କୁହାଯାଇଛି । ଗ୍ରହ ଦୁର୍ବଳ ହେବା ଫଳରେ ବ୍ୟକ୍ତିକୁ ଭିନ୍ନ ଭିନ୍ନ ପ୍ରକାର ସମସ୍ୟାର ଶୀକାର ହେବାକୁ ପଡିଥାଏ । ତେବେ ଯେଉଁ ଯାତକର କୁଣ୍ଡଳୀରେ ସୂର୍ଯ୍ୟ ଦୁର୍ବଳ ବା ତଳେ ରହିଥାନ୍ତି ସେହି ବ୍ୟକ୍ତି ସବୁବେଳେ ଚିନ୍ତାମଗ୍ନ, ଦୁର୍ବଳ ଆଦି ସମସ୍ୟାର ସାମ୍ନା କରିଥାଏ ।

ଯଦି ଆପଣ ସଦା ସର୍ବଦା ଚିନ୍ତାମଗ୍ନ ହୋଇ ସବୁ କଥାକୁ ଭାବୁଛନ୍ତି ଏବଂ ତାକୁ ନେଇ ଦୁର୍ବଳତା ଅନୁଭବ କରୁଛନ୍ତି ତେବେ ଆପଣଙ୍କ କୁଣ୍ଡଳୀରେ ସୂର୍ଯ୍ୟଗ୍ରହ ତଳେ ଅଛନ୍ତି । ସୂର୍ଯ୍ୟ ଗ୍ରହ ଶକ୍ତି ଏବଂ ଆତ୍ମବିଶ୍ୱାସର ଗ୍ରହ ଅଟନ୍ତି । ଜ୍ୟେତିଷ ଶାସ୍ତ୍ର ଅନୁସାରେ, ଯେଉଁ ଲୋକଙ୍କ କୁଣ୍ଡଳୀରେ ସୂର୍ଯ୍ୟ ମଜବୁତ ଅଛନ୍ତି ସେମାନଙ୍କ ଜୀବନରେ ନିଷ୍ପତ୍ତି ନେବାରେ କୌଣସି ସମସ୍ୟା ଦେଖାଯାଏ ନାହିଁ । ତେଣୁ ଜ୍ୟେତିଷ ଶାସ୍ତ୍ରରେ କୁହାଯାଇଛି ଯେ, ଏହି ୩ଟି ରୋଗରେ ପିଡିତ ଥିବା ବ୍ୟକ୍ତି ନିୟମିତ ଭାବେ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେବା ଉଚିତ ।

ଚିନ୍ତାଗ୍ରସ୍ତ ବା ଏନଜାଇଟି ରୋଗୀ
ପ୍ରୟତଃ ଲୋକେ ଥିବେ ଯିଏ ଛୋଟ ଛୋଟ କଥାକୁ ଭାବି ଚିନ୍ତାଗ୍ରସ୍ତ ହୋଇଯାଉଥିବେ । ଏହି ଲୋକ ମାନଙ୍କୁ ଏନଜାଇଟି ରୋଗ ଆକ୍ରମଣ କରିଥାଏ । ଏପରି ଲୋକେ ନିୟମିତ ଭାବେ ସୂର୍ଯ୍ୟଙ୍କୁ ପାଣି ଦେବା ଉଚିତ । ଏହାଦ୍ୱାରା ସେମାନଙ୍କୁ ଉତ୍ତମ ଶକ୍ତି ମିଳିବା ସହ ସେମାନଙ୍କ ମାନସିକ ଶକ୍ତି ଦୃଢ ହୋଇଥାଏ ।

ଡିପ୍ରେସନରେ ରହୁଥିବା ଲୋକେ
ଡିପ୍ରେସନରେ ରହୁଥିବା ଲୋକ ପ୍ରତିଦିନ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିବା ନିହାତି ଆବଶ୍ୟକ । ଜ୍ୟେତିଷ ଶାସ୍ତ୍ର ଅନୁସାରେ ସୂର୍ଯ୍ୟ କିରଣ ବ୍ୟକ୍ତିର ଖୁସି ହରମୋନକୁ ବଢାଇବାରେ ସାହାଯ୍ୟ କରିଥାଏ । ଖାଲି ଏତିକି ନୁହେଁ ଏମାନେ ଷ୍ଟ୍ରେସ ହରମୋନକୁ ମଧ୍ୟ କଣ୍ଟ୍ରୋଲ କରିବା ସହ ଡୋପାମାଇନ ବଢେଇବାରେ ମଧ୍ୟ ସାହାଯ୍ୟ କରିଥାଏ । ସେଥିପାଇଁ ଡିପ୍ରେସନ ବ୍ୟକ୍ତି ନିୟମିତ ଏହି ଉପାୟ କରିବା ଆବଶ୍ୟକ ।

ଉଚ୍ଚ ରକ୍ତଚାପ ରୋଗୀ
କହିବାକୁ ଗଲେ ଯେଉଁ ବ୍ୟକ୍ତି ଅଧିକ ଚିନ୍ତାଗ୍ରସ୍ତରେ ଗତି କରନ୍ତି ସେହି ବ୍ୟକ୍ତିଙ୍କୁ ଉଚ୍ଚ ରକ୍ତଚାପ ରୋଗ ଆକ୍ରମଣ କରିଥାଏ । ସୂର୍ଯ୍ୟଦେବ ଏହି ବ୍ୟକ୍ତିଙ୍କୁ ମାନସିକ ଏବଂ ଶାରିରୀକ କ୍ଷେତ୍ରରେ ମଜବୁତ କରିଥାନ୍ତି । ।ନିୟମିତ ଭାବେ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେବା ଦ୍ୱାରା ବ୍ୟକ୍ତିଙ୍କ ଗ୍ରହ ମଜବୁତ ହୋଇଥାଏ ।

ସୂର୍ଯ୍ୟଙ୍କୁ ଅର୍ଘ୍ୟ ବା ପାଣି ଦେବାର ଉଚିତ ସମୟ ଏବଂ ନିୟମ
ଜ୍ୟେତିଷ ଶାସ୍ତ୍ର ଅନୁସାରେ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେବାର ସବୁଠାରୁ ଉଚିତ ସମୟ ହେଉଛି ସକାଳ ୬ଟା । ହେଲେ ଆପଣ ବ୍ୟସ୍ତ ବହୁଳ ଜୀବନ ଭିତରେ ୬ଟାରେ ପାଣିଦେବା ସମ୍ଭବ ହେଉନାହିଁ ତେବେ ସକାଳ ୯ଟା ପୂର୍ବରୁ ଯେତେବେଳେ ବି ଜଳ ଅର୍ପଣ କରିପାରିବେ । ତେବେ ଏକ ତମ୍ବାପାତ୍ର କଳସୀରେ ଜଳ, ଅଳ୍ପ ଚାଉଳ, ଚନ୍ଦନ ଏବଂ ଫୁଲ ପକାଇ ଗାୟତ୍ରୀମନ୍ତ୍ର ଜପ କରନ୍ତୁ । ପୂର୍ବ ଦିଗକୁ ଅନାଇ ସୂର୍ଯ୍ୟଙ୍କୁ ଏହା ଅର୍ପଣ କରନ୍ତୁ । ଏହା ମନ ଏବଂ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭ ଦାୟକ ।

Get real time updates directly on you device, subscribe now.