fbpx

ଆଜିଠାରୁ କ୍ଷୀର ଦୁଇ ଟଙ୍କା ମହଙ୍ଗା: ପୁଣି ଏକ କମ୍ପାନୀ ବଢ଼ାଇଲା କ୍ଷୀର ଓ ଦହି ଦାମ୍

ନୂଆଦିଲ୍ଲୀ: ଦେଶରେ ବର୍ତ୍ତମାନ ମହଙ୍ଗା ସିଜିନ୍ ଚାଲିଛି । ପନିପରିବାଠାରୁ ଆରମ୍ଭ କରି ପେଟ୍ରୋଲ, ଡିଜେଲ, ଏଲପିଜି ଗ୍ୟାସ ଆଦିର ମୂଲ୍ୟ ଅହେତୁକ ଭାବେ ବୃଦ୍ଧି ପାଇଛି । ତେବେ ଏଭଳି ସ୍ଥିତିରେ କ୍ଷୀର ପରି ଏକ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀର ଦର ବୃଦ୍ଧି ନେଇ ଗ୍ରାହକଙ୍କ ଚିନ୍ତା ବଢ଼ି ଯାଇଛି । ଗତ ୨୦ ତାରିଖରେ ମଦର ଡେୟରୀ କମ୍ପାନୀ କ୍ଷୀର ମୂଲ୍ୟ ବଢ଼ିବା ନେଇ ଘୋଷଣା କରିଥିଲା ।

ତେବେ ଏହା ମଧ୍ୟରେ ପୁଣି ଏକ କମ୍ପାନୀ ପକ୍ଷରୁ କ୍ଷୀର ଦର ବୃଦ୍ଧି କରାଯାଇଛି । କର୍ଣ୍ଣାଟକ ଦୁଗ୍ଧ ସଂଘ (କେଏମଏଫ) ପକ୍ଷରୁ ନନ୍ଦିନୀ ବ୍ରାଣ୍ଡର କ୍ଷୀର ଓ ଦହି ମୂଲ୍ୟ ବୃଦ୍ଧି ନେଇ ଘୋଷଣା କରାଯାଇଛି । କ୍ଷୀର ଓ ଦହି ଲିଟର ପିଛା ୨ ଟଙ୍କା ବୃଦ୍ଧି ପାଇଛି । ଆଜିଠାରୁ ଏହି ନୂଆ ବର୍ଦ୍ଧିତ ଦର ଲାଗୁ ହୋଇଛି । ସ୍ପେଶାଲ ଦୁଧ, ଶୁଭମ, ସମୃଦ୍ଧି ଓ ସନ୍ତୃପ୍ତି, ଦହି ସମେତ ମୋଟ ୯ ପ୍ରକାରର ସାମଗ୍ରୀର ମୂଲ୍ୟ ବଢ଼ିଥିବା ଜଣାପଡ଼ିଛି ।

ନୂଆ ଦର ଅନୁଯାୟୀ, ଏବେ ଡବଲ ଟୋଣ୍ଡ ଦୁଧର ମୂଲ୍ୟ ୩୮ ଟଙ୍କା, ଟୋଣ୍ଡ ଦୁଧ ୩୯ ଟଙ୍କା, ହୋମୋଜିଇଜଡ ଟୋଣ୍ଡ ଦୁଧ ୪୦ ଟଙ୍କା, ହୋମୋଜିନାଇଜଡ ଗାଈ ଦୁଧ ୪୪ ଟଙ୍କା, ବିଶେଷ ଦୁଧ ୪୫ ଟଙ୍କା, ଶୁଭମ ଦୁଧ ୪୫ ଟଙ୍କା, ସମୃଦ୍ଧି ଦୁଧ ୫୦ ଟଙ୍କା, ସନ୍ତୃପ୍ତି ଦୁଧ ୫୨ ଟଙ୍କା, ନନ୍ଦିନୀ ଦହିର ମୂଲ୍ୟ ୪୭ ଟଙ୍କାରେ ପହଞ୍ଚିଛି । ଏହା ପୂର୍ବରୁ ଦିଲ୍ଲୀ-ଏନସିଆରରେ ମଦର ଡେୟରୀ ଫୁଲ କ୍ରିମ ଦୁଧର ଦାମ୍ ଲିଟର ପ୍ରତି ୧ ଟଙ୍କା ଓ ଟୋକନ ବାଲା ଦୁଧର ଦାମ୍ ଲିଟର ପିଛା ୨ ଟଙ୍କା ବୃଦ୍ଧି ପାଇଥିଲା ।

Get real time updates directly on you device, subscribe now.