fbpx

ମାର୍କ ଜୁକରବର୍ଗ ୨୦୦ ବିଲିୟନ ଡଲାର ନେଟୱର୍ଥ ସହ ହେଲେ ଦୁନିଆର ତୃତୀୟ ଧନୀ

ନୂଆଦିଲ୍ଲୀ: ମେଟା ପ୍ଲାଟଫର୍ମସର କୋ-ଫାଉଣ୍ଡର ଏବଂ ସିଇଓ ମାର୍କ ଜୁକରବର୍ଗ ମଧ୍ୟ ୨୦୦ ବିଲିୟନ ଡଲାର ନେଟୱର୍ଥ ସହ ସବୁଠାରୁ ଧନୀ ବିଲିୟନେୟାରଙ୍କ କ୍ଲବରେ ସାମିଲ ହୋଇସାରିଛନ୍ତି। ଟେସ୍ଲାର ମୁଖ୍ୟ ଏଲନ ମସ୍କ ଏବଂ ଆମାଜନର ଫାଉଣ୍ଡର ଜେଫ ବେଜୋସ ପୂର୍ବରୁ ଏହି କ୍ଲବରେ ସାମିଲ ଅଛନ୍ତି।

ବ୍ଲୁମବର୍ଗ ବିଲିୟନେୟାର ଇଣ୍ଡେକ୍ସ ୨୫ ସେପ୍ଟେମ୍ବର ୨୦୨୪ରେ ଜାରି କରିଥିବା ବିଲିୟନେୟାରଙ୍କ ଯେଉଁ ଲାଟେଷ୍ଟ ଡାଟା ଅନୁଯାୟୀ, ଏଲନ ମସ୍କ ୨୬୮ ବିଲିୟନ ଡଲାରର ସଂପତ୍ତି ସହ ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି। ଜେଫ ବେଜୋସ ୨୧୬ ବିଲିୟନ ଡଲାରର ସଂପତ୍ତି ସହ ଦୁନିଆର ଦ୍ୱିତୀୟ ଧନୀ ବ୍ୟକ୍ତି। ତୃତୀୟ ସ୍ଥାନରେ ମାର୍କ ଜୁକରବର୍ଗ, ଯାହାଙ୍କ ପାଖେ ୨୦୦ ବିଲିୟନ ଡଲାରର ସଂପତ୍ତି ଅଛି ଏବଂ ପ୍ରଥମ ଥର ୨୦୦ ବିଲିୟନ ଡଲାରର ସଂପତ୍ତି କ୍ଲବରେ ସାମିଲ ହୋଇଛନ୍ତି। ମାର୍କ ଜୁକରବର୍ଗଙ୍କ ସଂପତ୍ତିରେ ଚଳିତ ବର୍ଷ ସବୁଠାରୁ ଅଧିକ ୭୧ ବିଲିୟନ ଡଲାରର ବୃଦ୍ଧି ଦେଖିବାକୁ ମିଳିଛି। ଜେଫ ବେଜୋସଙ୍କ ସଂପତ୍ତିରେ ୩୯.୩ ବିଲିୟନ ଡଲାର ଏବଂ ଏଲନ ମସ୍କଙ୍କ ସଂପତ୍ତିରେ ୩୮.୯ ବିଲିୟନ ଡଲାରର ବୃଦ୍ଧି ଦେଖିବାକୁ ମିଳିଛି।

Louis Vuitton ର ଚେୟାରମ୍ୟାନ ବର୍ନାର୍ଡ ଆରନଲ୍ଟ ୨୦୦ ବିଲିୟନ ଡଲାରର ସଂପତ୍ତିର କ୍ଲବରେ ସାମିଲ ହେବାରେ ନିକଟତର ଅଛନ୍ତି। ବର୍ନାଡ ଅରନଲ୍ଟ ପାଖରେ ୧୮୩ ବିଲିୟନ ଡଲାରର ସଂପତ୍ତି ଅଛି, ଡାଟାବେସ କମ୍ପାନୀ Oracleର ଲୈରୀ ଏଲ୍ଲୀସନ ମଧ୍ୟ ୨୦୦ ବିଲିୟନ ଡଲାର ନେଟୱର୍ଥର କ୍ଲମର କିଛି ଦୂରତାରେ ଅଛନ୍ତି ଏବଂ ତାଙ୍କ ପାଖରେ ୧୮୯ ବିଲିୟନ ଡଲାରର ସଂପତ୍ତି ରହିଛି।

Get real time updates directly on you device, subscribe now.