fbpx

Meta ନା Horizon? ଆସନ୍ତା ୨୮ ତାରିଖରେ ବଦଳିଯିବ Facebook ନାମ, ଜାଣନ୍ତୁ କ’ଣ ରହିବ

ନୂଆଦିଲ୍ଲୀ: ଆସନ୍ତା ୨୮ ତାରିଖରେ ସୋସିଆଲ ନେଟୱର୍କିଂ ସାଇଟ୍ ଫେସବୁକର ନାମ ବଦଳିଯିବ । ନିଜକୁ ଏକ ନୂଆ ନାମ ସହିତ ରିବ୍ରାଣ୍ଡ କରିବାକୁ ପ୍ଲାନିଂ କରୁଛି କମ୍ପାନୀ । ତେବେ ଏହି ଖବର ବର୍ତ୍ତମାନ ସୋସିଆଲ ମିଡ଼ିଆର ଶିରୋନାମା ପାଲଟିଛି । ତେବେ ୟୁଜର୍ସ ଟ୍ୱିଟରରେ ଏନେଇ ଭିନ୍ନ ଭିନ୍ନ ପ୍ରତିକ୍ରିୟା ରଖୁଛନ୍ତି । ଫେସବୁକର ନୂଆ ନାମ ‘FB’, ‘The Facebook’ ଆଦି ରହିବ ବୋଲି କିଛି ୟୁଜର୍ସ ମନ୍ତବ୍ୟ ଦେଉଛନ୍ତି । ତେବେ ଏକ ରିପୋର୍ଟ ମୁତାବକ ଫେସବୁକର ନୂଆ ନାମ ‘Horizon’ କିମ୍ବା ‘Meta’ ରହିପାରେ ବୋଲି ଚର୍ଚ୍ଚା ହେଉଛି ।

ହୋରିଜନ ଏକ ଭର୍ଚୁଆଲ ରିୟଲିଟି ପ୍ଲାଟଫର୍ମ, ଯାହାକୁ କି କମ୍ପାନୀ ବର୍ତ୍ତମାନ ଡେଭଲପ କରୁଛି । ଏହି ମେଟାୱର୍ସକୁ ଡେଭଲପ କରିବା ପଛରେ ମାର୍କ ଜୁକରବର୍ଗଙ୍କ ସଙ୍କେତ ରହିଥିବା କୁହାଯାଉଛି । ସେହିପରି ଫେସବୁକର ପୂର୍ବତନ ସିଭିକ ଇଣ୍ଟିଗ୍ରେଟେଡ ଚିଫ୍ ସମିଦ୍ଧ ଚକ୍ରବର୍ତ୍ତୀ କହିଛନ୍ତି ଯେ, ମେଟାକୁ କମ୍ପାନୀ ନୂଆ ରୂପରେ ଲଞ୍ଚ କରିପାରେ । ତେବେ ଜଣାପଡ଼ିଛି ଯେ, ଫେସବୁକ ବର୍ତ୍ତମାନ ମେଟାୱର୍ସ ନିର୍ମାଣ ଉପରେ ଫୋକସ କରୁଛି, ଯେଉଁଥିରେ କି ଜନସାଧାରଣ ଭର୍ଚୁଆଲ ପରିବେଶରେ କମ୍ୟୁନିକେସନ ପାଇଁ ଅଲଗା ଅଲଗା ଟୁଲ୍ସର ବ୍ୟବହାର କରିପାରିବେ । ଏହାକୁ ପୂରଣ କରିବା ପାଇଁ କମ୍ପାନୀ ଭର୍ଚୁଆଲ ରିୟଲିଟି ଓ ଅଗମେଣ୍ଟେଡ ରିୟଲିଟିରେ ନିବେଶ କରିସାରିଛି । ପୂର୍ବରୁ ଗୁଗଲ କମ୍ପାନୀ ଆଲଫାବେଟ ନାମକ ଏକ ଓରିଜିନାଲ ଷ୍ଟ୍ରକଚର ସେଟ କରିଥିଲା । ଅନୁରୂପ ଭାବେ ଫେସବୁକ କରିବାକୁ ଯାଉଛି । ତେବେ ନିଜର ସର୍ଭିସର ବିସ୍ତାର ପାଇଁ ନିଜ ନାମ ପରିବର୍ତ୍ତନ କରିବା କମ୍ପାନୀ ପାଇଁ ନୂଆ ନୁହେଁ । ଗତ ୨୦୦୫ରେ କମ୍ପାନୀ The Facebook ନାମକୁ ବଦଳାଇ Facebook ରଖିଥିଲା ।

Get real time updates directly on you device, subscribe now.