ଶୀତ ଭିତରେ ବର୍ଷା ଭୟ, 21 ତାରିଖ ଯାଏଁ ଏହି ସ୍ଥାନରେ କାଚିବା ସମ୍ଭାବନା

ଭୁବନେଶ୍ବର: ଗତ କିଛି ଦିନ ହେବ ଓଡିଶାରେ ଶୀତର ଲହରି ଜାରି ରହିଥିବା ବେଳେ ବର୍ତ୍ତମାନ କିଛି ସ୍ଥାନରେ ବର୍ଷାର ସମ୍ଭାବନା ରହିଛି । ଆସନ୍ତା 21 ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷାର ସମ୍ଭାବନା ରହିଛି । ଦକ୍ଷିଣ ଓ ଦକ୍ଷିଣ ଉପକୂଳ ସମେତ ଉପକୂଳ ଓଡ଼ିଶାର କିଛି ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଥିବା ନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଆଜି ମଧ୍ୟ ପାଗ ମେଘୁଆ ରହିଥିବା ବେଳେ ଆସନ୍ତାକାଲି ମଧ୍ୟ ପାଗ ସମାନ ରହିବ ବୋଲି ଆକଳନ କରାଯାଇଛି । ବଙ୍ଗୋସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର ପ୍ରଭାବରେ ବର୍ଷା ସମ୍ଭାବନା ରହିଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି ।

 

ଉପକୂଳ ଓଡ଼ିଶା ସହିତ ଆଭ୍ୟନ୍ତରୀୟ ଜିଲ୍ଲା ଗୁଡିକରେ ମଧ୍ୟ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ପୁରୀ, କେନ୍ଦ୍ରାପଡା, ଗଜପତି, ଜଗତସିଂହପୁର, କୋରାପୁଟ, ରାୟଗଡ଼ା ଜିଲ୍ଲା ମାନଙ୍କରେ ହାଲୁକା ବର୍ଷା ରହିଥିବା ବେଳେ ଗୋଟିଏ ଦୁଇଟି ସ୍ଥାନରେ ମଧ୍ୟମ ଧରଣର ବର୍ଷା ନେଇ ଆକଳନ କରାଯାଇଛି । ତେବେ ଏହି ସମୟରେ ସର୍ବନିମ୍ନ ତାପମାତ୍ରା କିଛି ମାତ୍ରାରେ ବଢିବା ନେଇ ଆଶଙ୍କା କରାଯାଇଛି । ବର୍ତ୍ତମାନ ଯଦି ଦେଖିବା ଗତ 24 ଘଣ୍ଟାରେ ତାପମାତ୍ରା 2ରୁ 4 ଡିଗ୍ରୀ ବୃଦ୍ଧି ପାଇଛି । ତେବେ ବର୍ଷାର ପରିମାଣ କମିବା ସହିତ ତାପମାତ୍ରା ମଧ୍ୟ କମିବ ବୋଲି କୁହାଯାଇଛି ।