ନୂଆଦିଲ୍ଲୀ: ଆସନ୍ତାକାଲି ସ୍ୱାଧୀନତା ଦିବସ । ଏଥିପାଇଁ ସମସ୍ତ ଦେଶବାସୀ ଉତ୍ସବମୁଖର । ଦିଲ୍ଲୀରେ ସ୍ୱାଧୀନତା ଦିବସକୁ ଦୃଷ୍ଟିରେ ରଖି ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେସନ୍(DMRC ) ଯାତ୍ରୀଙ୍କ ସୁବିଧା ପାଇଁ ବିଶେଷ ପ୍ରସ୍ତୁତି କରିଛି । DMRC ଏହାର ମେଟ୍ରୋ ଚଳାଚଳ ସମୟରେ ପରିବର୍ତ୍ତନ କରିଛି । କହିରଖୁଛୁ ଏହି ପରିବର୍ତ୍ତନ କେବଳ ୧୫ ଅଗଷ୍ଟ ୨୦୨୪ ପାଇଁ ଏବଂ ଏହା ପରେ ପୂର୍ବ ଟାଇମ୍ ଟେବୁଲ୍ ଅନୁଯାୟୀ ମେଟ୍ରୋ ଚଳାଚଳ କରିବ ।
ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେସନ୍ ଅନୁଯାୟୀ ଦିଲ୍ଲୀରେ ପ୍ରତ୍ୟେକ ଟର୍ମିନାଲ ଷ୍ଟେସନରେ ମେଟ୍ରୋ ସେବା ସକାଳ ୪ଟାରୁ ଆରମ୍ଭ ହେବ । ସାଧାରଣ ଯାତ୍ରୀଙ୍କ ପାଇଁ ସକାଳ ୬ଟା ପର୍ଯ୍ୟନ୍ତ ପ୍ରତି ୧୫ ମିନିଟ୍ ବ୍ୟବଧାନରେ ମେଟ୍ରୋ ସେବା ଉପଲବ୍ଧ ରହିବ । ଏହା ପରେ ଅନ୍ୟ ଦିନ ପରି ନିୟମିତ ଟାଇମ୍ ଟେବୁଲ୍ ଅନୁଯାୟୀ ମେଟ୍ରୋ ଚଳାଚଳ କରିବ ।
METRO SERVICES TO COMMENCE AT 04:00 AM ON INDEPENDENCE DAY
To facilitate the public to attend the Independence Day ceremony on Thursday, 15th August 2024, the Delhi Metro will commence its services at 04:00 AM on all its…
— Delhi Metro Rail Corporation (@OfficialDMRC) August 13, 2024