fbpx

ପୂଜା ବଜାରରେ ଲଞ୍ଚ ହେଲା MG Windsor କାର୍, ଖର୍ଚ୍ଚ ମାତ୍ର 3.5 ଟଙ୍କା

ନୂଆଦିଲ୍ଲୀ: ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ଇଲେକ୍ଟ୍ରୋନିକ୍ସ କାରର ଚାହିଦା । ପେଟ୍ରୋଲ- ଡିଜେଲ ଦର ବୃଦ୍ଧି କାରଣରୁ ଲୋକେ ଇଲେକ୍ଟ୍ରିକ ଆଡକୁ ମୁହାଁଉଛନ୍ତି । ସ୍କୁଟି ପରେ ଏବେ ଇଭି କାରର ଚାହିଦା ବଢୁଛି । କାର୍ କମ୍ପାନୀମାନେ ଶସ୍ତାରେ ଫିଚରଯୁକ୍ତ କାରକୁ ମାର୍କେଟକୁ ଆଣୁଛନ୍ତି । ଏହାରି ଭିତରେ ଏମଜି ମୋଟର ଇଣ୍ଡିଆ ଭାରତରେ ତୃତୀୟ ଇଲେକ୍ଟ୍ରିକ କାରକୁ ଲଞ୍ଚ କରିଛି । ଏହାର ନାମ ଓ୍ବିଣ୍ଡସର ଇଭି ରଖାଯାଇଛି । ଏହି କାରର୍ ସର୍ବନିମ୍ନ ମୂଲ୍ୟ 9.99 ଲକ୍ଷ ରହିଛି । ମଡେଲ ଅନୁସାରେ ଦର ଧାର୍ଯ୍ୟ କରିଛନ୍ତି କମ୍ପାନୀ । ତେବେ ଏହି କାର୍ କିଣିବା ପରେ ଚାଳକଙ୍କୁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡିବ ନାହିଁ । ପ୍ରତି କିଲୋମିଟରକୁ ମାତ୍ର 3 ଟଙ୍କା 50 ପଇସା ଖର୍ଚ୍ଚ ହେବ । ଏମଜିର ଏହି କାରର ବୁକିଂ ଅକ୍ଟୋବର 3 ତାରିଖରୁ ଆରମ୍ଭ ହେବ ଏବଂ ଗ୍ରାହକଙ୍କୁ 12 ତାରିଖରେ ଡିଲିଭରି ଦିଆଯିବ ।

ଏହି କାରରେ ଗ୍ରାହକଙ୍କୁ 4ଟି କଲର ଅପ୍ସନ ଦିଆଯାଇଛି । ଏହାସହିତ ପାଓ୍ବାରଟ୍ରେନ କନ୍ଫିଗେରେସନ ଦିଆଯାଇଛି । ଯଦି କାରର ଏକ୍ସଟିରିୟର କଥା ଦେଖିବା ତାହେଲେ ଓ୍ବିଣ୍ଡସରରେ ସିଗ୍ନେଚର କାଉଲ, ହେଡଲ୍ୟାମ୍ପ ଭଳି ଏଲିମେଣ୍ଟ ମିଳିବ । ଏହା ବ୍ୟତୀତ କାରରେ 18 ଇଞ୍ଚର ଅଲାୟ ହ୍ବିଲ ଏବଂ ପପ ଆଉଟ ଡୋର ମିଳିବ । କାରର କ୍ୟାବିନ ମଧ୍ୟ ସାନଦାର ରହିଛି । ସିଟଗୁଡିକ କ୍ବିଲ୍ଟେଡ ପାର୍ଟନ ଦିଆଯାଇଛି ।

କାରର ଫିଚର- ଏହି କାରରେ ଗ୍ରାହକଙ୍କୁ 15.6 ଇଞ୍ଚର ଡିସପ୍ଲେ ଇନ୍ଫୋଟେନମେଣ୍ଟ ସିଷ୍ଟମ ରହିଛି । ଏହା ବ୍ୟତୀତ ୟୁଏସବି ଚାର୍ଜିଂ ପୋର୍ଟ, ରିୟର ଏସି ବେଣ୍ଟ, କପ୍ ହୋଲ୍ଡର ଏବଂ ସେଣ୍ଟର ଆର୍ମରେଷ୍ଟ ରହିଛି । ଏମଜି ଓ୍ବିଣ୍ଡସୋର ଇଭିକୁ 38 kWh ବ୍ୟାଟେରୀ ପ୍ୟାକ ଅପ୍ସନ ସହିତ ଲଞ୍ଚ କରାଯାଇଛି । ଏହି କାରର ରେଞ୍ଜ 331 କିମି ବୋଲି କମ୍ପାନୀ ପକ୍ଷରୁ ଦାବି କରାଯାଇଛି । ଟପ ସ୍ପେକ ଭାରିଆଣ୍ଟରେ କମ୍ପାନୀ ଓ୍ବାୟାରଲେସ ଫୋନ ମିରରିଂ, ଓ୍ବାୟରଲେସ ଚାର୍ଜିଂ, 360 ଡିଗ୍ରୀ କ୍ୟାମେରା, ରିୟର ଏସି ବେଣ୍ଟ ସହିତ କ୍ଲାଇମେଣ୍ଟ କଣ୍ଟ୍ରୋଲ, କନେକ୍ଟେଡ କାର ଟେକ୍ନୋଲୋଜି, ରିକ୍ଲାଇନିଂ ରିୟର ସିଟ୍, ପେନୋରମିକ ସନରୁଫ ଭଳି ଫିଚର ରହିଛି । ଏହା ସବୁଠାରୁ ଭଲ ଇଭି ଭାବେ ପ୍ରମାଣିତ ହେବ ବୋଲି କୁହାଯାଉଛି । ଏହି କାରରେ 4ଟି ଏୟାରବେଗ, ଏବିଏସ ସହିତ ଇବିଡି, ଇଲେକ୍ଟ୍ରୋନିକ ଷ୍ଟେବିଲିଟି କଣ୍ଟ୍ରେୋଲ ସହିତ ଅନେକ ଫିଚର ରହିଛି ।

Get real time updates directly on you device, subscribe now.