fbpx

Research Big Reveal: ଭାରତୀୟ ବ୍ରାଣ୍ଡର ସମସ୍ତ ଲୁଣ ଓ ଚିନିରୁ ମିଳିଲା ମାଇକ୍ରୋପ୍ଲାଷ୍ଟିକ୍, ପ୍ରଜନନ, କର୍କଟ ଭଳି ଗମ୍ଭୀର ସମସ୍ୟାର କାରଣ ସାଜିଥାଏ ସୂକ୍ଷ୍ମ ପ୍ଲାଷ୍ଟିକରୁ ନିର୍ଗତ କେମିକାଲ!

ନୂଆଦିଲ୍ଲୀ: ସମସ୍ତ ଭାରତୀୟ ବ୍ରାଣ୍ଡର ଲୁଣ ଓ ଚିନିରେ ରହିଛି ମାଇକ୍ରୋପ୍ଲାଷ୍ଟିକ୍ । ଆୟୋଡିନ ଯୁକ୍ତ ଲୁଣରେ ଉଚ୍ଚ ମାତ୍ରାର ସୂକ୍ଷ୍ମ ପ୍ଲାଷ୍ଟିକ ରହିଥିବା ବେଳେ ବିଭିନ୍ନ ରଙ୍ଗଯୁକ୍ତ ପତଳା ତନ୍ତୁ ରୂପରେ ଏହି ପ୍ଲାଷ୍ଟିକ୍ ଚିହ୍ନଟ ହୋଇଛି । ୮ଟି ବିଭିନ୍ନ କଲରର ଲୁଣ ଓ ଚିନିରେ ମାଇକ୍ରୋପ୍ଲାଷ୍ଟିକ୍ ରହିଛି । ଆୟୋଡିନ ଲୁଣରେ ସର୍ବାଧିକ ପ୍ଲାଷ୍ଟିକ୍ କଣିକା ରହିଛି । ଟେବଲ ସଲ୍ଟ, ରକ୍ ସଲ୍ଟ, ସି ସଲ୍ଟ ଓ ସ୍ଥାନୀୟ ଲୁଣରେ ବି ପ୍ଲାଷ୍ଟିକ୍ ରହିଛି । ଏଥିସହିତ ଅଣ-ଜୈବ ଲୁଣ-ଚିନିରେ ସର୍ବାଧିକ ପ୍ଲାଷ୍ଟିକ ରହିଥିବାେ ବଳେ ଜୈବ ଲୁଣ-ଚିନିରେ ସର୍ବନିମ୍ନ ମାତ୍ରାରେ ପ୍ଲାଷ୍ଟିକ୍ ରହିଛି । ଟକ୍ସିକ୍ସ ଲିଙ୍କ ନାମକ ଏକ ପରିବେଶ ଗବେଷଣା ସଂସ୍ଥା ତରଫରୁ ୧୦ ପ୍ରକାରର ଲୁଣକୁ ନେଇ କରାଯାଇଥିବା ରିସର୍ଚ୍ଚର୍ରୁ ଏହା ପ୍ରମାଣିତ ହୋଇଛି ।

ତେବେ ମାଇକ୍ରୋପ୍ଲାଷ୍ଟିକ ଦୈନନ୍ଦିନ ବ୍ୟବହୃତ ହେଉଥିବା ଲୁଣ ଓ ଚିନିରୁ ମିଳିବା ନିହାତି ପକ୍ଷେ ବଡ଼ ଚିନ୍ତାର ବିଷୟ । କାରଣ ଏହି ସୂକ୍ଷ୍ମ ପ୍ଲାଷ୍ଟିକ ଆମର ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ । ସାରା ବିଶ୍ୱରେ ବର୍ତ୍ତମାନ ସମୟରେ ମାଇକ୍ରୋପ୍ଲାଷ୍ଟିକ୍ ବା ନାନୋ ପ୍ଲାଷ୍ଟିକ୍ ଏକ ପ୍ରମୁଖ ସମସ୍ୟା ଭାବେ ଉଭା ହୋଇଛି । ପରିବେଶ ଓ ଆମର ସ୍ୱାସ୍ଥ୍ୟ ଉପରେ ଏହା ବିଶେଷ ଭାବେ ପ୍ରଭାବ ପକାଉଥିବା ଅନେକ ଅଧ୍ୟୟନରୁ ଏହା ସ୍ପଷ୍ଟ ହୋଇଛି । ସୂକ୍ଷ୍ମ ପ୍ଲାଷ୍ଟିକରୁ ନିର୍ଗତ ହେଉଥିବା ରସାୟନ ପ୍ରଜନନ, କର୍କଟ ଭଳି ଅନେକ ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟାର କାରଣ ସାଜିଥାଏ ।

ଏହି ଅଧ୍ୟୟନରେ ଟେବଲ ସଲ୍ଟ, ସୈନ୍ଧବ ଲୁଣ,ସମୁଦ୍ର ଲୁଣ ଓ ସ୍ଥାନୀୟ ଲୁଣକୁ ବ୍ୟବହାର କରାଯାଇଥିବା ବେଳେ ୫ ପ୍ରକାରର ଚିନିର ସାମ୍ପୁଲକୁ ଅନଲାଇନ୍ ଓ ଅଫଲାଇନ ମାର୍କେଟରୁ ସଂଗ୍ରହ କରାଯାଇ ପରୀକ୍ଷା କରାଯାଇଥିଲା । ୨ଟି ଲୁଟ ଓ ଗୋଟିଏ ଚିନିର ସାମ୍ପୁଲକୁ ବାଦ୍ ଦେଇ ଅନ୍ୟ ସବୁଗୁଡ଼ିକ ବିଭିନ୍ନ ବ୍ରାଣ୍ଡର ଉତ୍ପାଦ ରହିଥିଲା । ଗୋଟିଏ ପ୍ୟାକେଟ ଆୟୋଡିନଯୁକ୍ତ ଲୁଣ ନମୂନାରୁ ସୂକ୍ଷ୍ମ ପ୍ଲାଷ୍ଟିକର ସର୍ବାଧିକ ୮୯.୧୫ ଖଣ୍ଡ ମିଳିଥିଲା । ସୈନ୍ଧବ ଲୁଣ ନମୂନାରୁ ସର୍ବାଧିକ ମାଇକ୍ରୋପ୍ଲାଷ୍ଟିକ୍ ମିଳିଥିଲା । ସେହିପରି ୫ଟି ଚିନି ନମୂନାରେ ଏକ ଜୈବ ଚିନି ନମୂନାରେ ସର୍ବନିମ୍ନ ୧୧.୮୫ ଖଣ୍ଡ ସୂକ୍ଷ୍ମ ପ୍ଲାଷ୍ଟିକ୍ ମିଳିଥିଲା । ଅନ୍ୟପକ୍ଷେ, ଏକ ଅଣ-ଜୈବ ଚିନି ନମୂନାରେ କେଜି ପିଛା ସର୍ବାଧକ ୬୮.୮୫ ଖଣ୍ଡ ସୂକ୍ଷ୍ମ ପ୍ଲାଷ୍ଟିକ୍ ମିଳିଥିଲା ।

Get real time updates directly on you device, subscribe now.