fbpx

ଫରେଷ୍ଟ ରେଞ୍ଜରଙ୍କ ଘରେ ରାତି ଅଧିଆ ରେଡ୍, ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗ

ବ୍ରହ୍ମପୁର: ଦିଗପହଣ୍ଡି ରେଞ୍ଜରଙ୍କ ଘରେ ରାତି ଅଧିଆ ରେଡ ପଡିଥିବା ଖବର ସାମ୍ନାକୁ ଆସିଛି । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଏହି ରେଡ ପଡିଛି । ଏଭଳି ଅପରାଧ ଲାଗି ଭିଜିଲାନ୍ସ ସର୍ବଦା ସକ୍ରିୟ ରହୁଛି । ରେଞ୍ଜରଙ୍କ ଅଫିସ୍ ଓ କ୍ୱାର୍ଟର୍ସରେ ଚଢାଉ ଜାରି ରହିଛି ।

ସୂଚନା ଅନୁଯାୟୀ, ଭିଜିଲାନ୍ସକୁ ଏକ ଗୁପ୍ତ ସୂଚନା ମିଳିବା ପରେ ସେ ଫରେଷ୍ଟ ରେଞ୍ଜର ଅଫିସର କାହ୍ନୁ ପଟ୍ଟନାୟକଙ୍କ ଗାଡ଼ିକୁ ଟାର୍ଗେଟ କରିଥିଲେ । ତେବେ କାଲି ରାତି ଅଧରେ ରେଞ୍ଜରଙ୍କ ଗାଡ଼ିରୁ ଲକ୍ଷାଧିକ ଟଙ୍କା ଜବତ ମଧ୍ୟ କରାଯାଇଥିଲା । ଜବତ ହୋଇଥିବା ଟଙ୍କାର ସନ୍ତୋଷଜନକ ଉତ୍ତର ନମିଳିବାରୁ ଚାଲିଛି ଚଢାଉ । ରେଞ୍ଜରଙ୍କ ଏକକାଳୀନ ୩ଟି ଜାଗାରେ ଚଢାଉ ଚାଲିଥିବା ସୂଚନା ମିଳିଛି । ତେବେ ବର୍ତ୍ତମାନ ସୁଦ୍ଧା କେତେ ପରିମାଣର ସମ୍ପତ୍ତି ଜବତ ହୋଇଛି, ସେନେଇ କୌଣସି ସୂଚନା ମିଳିପାରିନାହିଁ ।

ଉଲ୍ଲେଖନୀୟ, ଗତ ଜୁନ ୨୩ ତାରିଖରେ ନବରଙ୍ଗପୁର ଉପଜିଲ୍ଲାପାଳଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଥିଲା। ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତଙ୍କ ଘରେ ଭିଜିଲାନ୍ସ ରେଡ୍ କରିଥିଲା। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଭିଜିଲାନ୍ସ ଚଢ଼ାଉ ହୋଇଥିବା ଜଣାପଡିଥିଲା । ଭଦ୍ରକ, ଭୁବନେଶ୍ୱର ସମେତ ୯ଟି ସ୍ଥାନରେ ଏକାକାଳୀନ ଚଢ଼ାଉ ଚାଲିଥିଲା ।

Get real time updates directly on you device, subscribe now.