fbpx

ପ୍ରବାସୀ ଶ୍ରମିକଙ୍କୁ ମିଳିବ ମାଗଣା ରାସନ ସାମଗ୍ରୀ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ପ୍ରବାସୀ ଶ୍ରମିକଙ୍କ ପରିବାରକୁ ମିଳିବ ରାସନ ସାମଗ୍ରୀ । ଏନେଇ ଆବଶ୍ୟକ ନୀତି ନିର୍ଦ୍ଧାରଣ କରିବାକୁ ସୁପ୍ରିମକୋର୍ଟ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରବାସୀ ଶ୍ରମିକଙ୍କ ମଙ୍ଗଳ ସମ୍ପର୍କିତ କିଛି ଆବେଦନର ବିଚାର କରି ସୁପ୍ରିମକୋର୍ଟ ଏହି ନିଷ୍ପତ୍ତି ନେଇଛନ୍ତି । କ୍ଷୁଧାରେ ଦେଶର କୌଣସି ନାଗରିକ ପ୍ରାଣ ହରାଇବେ ନାହିଁ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି ।

ଦେଶ ଗଠନରେ କୃଷକ ଓ ଶ୍ରମିକଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ତେଣୁ ସେମାନଙ୍କୁ ଉପେକ୍ଷା କରାଯାଇ ପାରିବ ନାହିଁ । ପ୍ରବାସୀ ଶ୍ରମିକମାନେ ନିଜ ନିଜର ବାସସ୍ଥାନଠାରୁ ଦୂରରେ ରହୁଥିବାରୁ ସେମାନେ ନିଜ ନିଜର ରାସନ ସାମଗ୍ରୀ ସଂଗ୍ରହ କରିବାରୁ ବଞ୍ଚିତ ହୋଇଥାନ୍ତି । ତେଣୁ ସେମାନଙ୍କ କର୍ମସ୍ଥଳ ନିକଟରେ ରାସନ ସାମଗ୍ରୀ ପହଞ୍ଚାଇବା ଦାୟିତ୍ୱ କେନ୍ଦ୍ର ଓ ରାଜ୍ୟ ସରକାର ନେବା ଉଚିତ୍ ।

ଜଣେ ତୃଷାର୍ତ୍ତ ଯଦି ପାଣି ପାଖରେ ପହଞ୍ଚି ପାରୁନାହିଁ ତେବେ ପାଣି ତୃଷାର୍ତ୍ତ ନିକଟରେ ପହଞ୍ଚିବା ଦରକାର । ଗରିବ ଓ ପ୍ରବାସୀ ଶ୍ରମିକଙ୍କୁ ସରକାର ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ କରିବା ଦରକାର । ପ୍ରବାସୀ ଶ୍ରମିକ ଓ ଅଣସଂଗଠିତ କ୍ଷେତ୍ରରେ କାର୍ଯ୍ୟରତ ଶ୍ରମିକଙ୍କ ପାଇଁ ସରକାର ଏକ ସ୍ୱତନ୍ତ୍ର ପୋର୍ଟାଲ ଖୋଲିବା ଦରକାର । ସୂଚନାଯୋଗ୍ୟ ଯେ, ଗତ ୨୦୨୧ ମସିହା ଜୁନ୍ ମାସରେ କୋଭିଡଜନିତ ପ୍ରବାସୀ ଶ୍ରମିକଙ୍କ ସମସ୍ୟା ବୁଝିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ ।

Get real time updates directly on you device, subscribe now.