fbpx

ସରପଞ୍ଚଙ୍କୁ ମାରି ହାତ ଭାଙ୍ଗିଲେ ପ୍ରବାସୀ ଓଡ଼ିଆଙ୍କ ସମ୍ପର୍କୀୟ

କଟକ, ୧୦ା୫ (ଓଡ଼ିଶା ଭାସ୍କର): କଟକ ଜିଲ୍ଲା ତିଗିରିଆ ବ୍ଲକ ଭିରୁଡ଼ା ପଞ୍ଚାୟତ ଅଫିସରେ ଆଜି ଅଭାବନୀୟ ଘଟଣା ଘଟିଛି । ସ୍ଥାନୀୟ ସରପଞ୍ଚଙ୍କୁ କେତେକ ପ୍ରବାସୀ ଓଡ଼ିଆଙ୍କ ସମ୍ପର୍କୀୟ ମାଡ଼ ମାରି ହାତ ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି । ସରପଞ୍ଚଙ୍କ ନାମ ପ୍ରେମରଞ୍ଜନ ମହାମାନସିଂଙ୍କୁ ଏହି ଆକ୍ରମଣ ହୋଇଥିବା ଜଣାପଡ଼ିଛି । କ୍ୱାରେଣ୍ଟାଇନ୍ କେନ୍ଦ୍ରରେ ନିମ୍ନ ମାନରେ ଖାଦ୍ୟ ଯୋଗାଉଥିବା ଅଭିଯୋଗ ଆଣି ପ୍ରବାସୀ ଓଡ଼ିଆଙ୍କ ସମ୍ପର୍କୀୟମାନେ ଏହି ଆକ୍ରମଣ କରିଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି । ଏହି ଘଟଣାରେ ୨ଜଣଙ୍କୁ ପୋଲିସ ଅଟକ ରଖିଛି ଏବଂ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କଟକ ଗ୍ରାମାଞ୍ଚଳ ଏସପି ରାଧାବିନୋଦ ପାଣିଗ୍ରାହୀ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.