fbpx

ଜୀବନରେ ସଫଳତା ପାଇବାକୁ ଚାହୁଁଥିଲେ ମାନନ୍ତୁ ଚାଣକ୍ୟଙ୍କ ୩ଟି କଥା

ପୁରାତନ ତକ୍ଷଶିଳା ବିଶ୍ୱବିଦ୍ୟାଳୟରେ ଅର୍ଥଶାସ୍ତ୍ର ଓ ରାଜନୀତି ବିଜ୍ଞାନର ପ୍ରାଧ୍ୟାପକ ସମେତ ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କ ମହାମନ୍ତ୍ରୀ ଥିବା ଚାଣକ୍ୟଙ୍କୁ କିଏ ବା ନଜାଣେ । ଚାଣକ୍ୟ ମୌର୍ୟ୍ୟ ସାମ୍ରାଜ୍ୟ ସ୍ଥାପନରେ ମୂଖ୍ୟ ଭୂମିକା ଗ୍ରହଣ କରିଥିଲେ । ଏହି ସାମ୍ରାଜ୍ୟ ଇତିହାସର ପ୍ରଥମ ସାମ୍ରାଜ୍ୟ ଭାବେ ଭାରତବର୍ଷର ଅନେକ ଅଂଶ ଦଖଲ କରିଥିଲା । ସେ ପ୍ରଥମ ମୌର୍ୟ୍ୟ ସମ୍ରାଟ ଚନ୍ଦ୍ରଗୁପ୍ତ ଏବଂ ତାଙ୍କ ପୁତ୍ର ବିନ୍ଦୁସାରଙ୍କ ମୁଖ୍ୟ ପରାମର୍ଶଦାତା ଥିଲେ । ସେ କୌଟିଲ୍ୟ ନାମରେ ମଧ୍ୟ ବେଶ ଜଣାଶୁଣା ଥିଲେ । ତାଙ୍କ ଦ୍ୱାରା ରଚିତ ଅର୍ଥଶାସ୍ତ୍ର ନାମକ ପୁସ୍ତକରେ ଆପଣ ରାଜନୀତି, ଅର୍ଥନୀତି, କୃଷି, ସାମାଜିକ ନୀତି ଆଦି ବିଷୟରେ ଜାଣିପାରିବେ । ତେବେ ଯଦି ଆପଣ ଜୀବନରେ ସଫଳତା ପାଇବା ପାଇଁ ଚାହୁଁଛନ୍ତି, ତେବେ ଚାଣ୍ୟକଙ୍କ ୩ ଟି କଥାକୁ ବିଶେଷ ଧ୍ୟାନ ଦିଅନ୍ତୁ ।

୧-ଚାଣକ୍ୟଙ୍କ ମତରେ ଜଣେ ବ୍ୟକ୍ତି ସର୍ବଦା ନିଜର ଶକ୍ତିକୁ ଚିହ୍ନି ସେହି ଅନୁସାରେ କାମ ହାତରେ ନେବା ଜରୁରି । କାରଣ ବ୍ୟକ୍ତି ସର୍ବଦା ଦକ୍ଷତା ଅପେକ୍ଷା ଅଧିକ କାର୍ଯ୍ୟ କରିବାରେ ବିଫଳ ହୋଇଥାଏ ।

୨-ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ, ବ୍ୟକ୍ତି ସର୍ବଦା ମିତ୍ର ଓ ମିତ୍ର ବେଶରେ ଥିବା ଶତ୍ରୁକୁ ଚିହ୍ନିବା ପରି ଗୁଣ ରହିବା ଦରକାର । କାରଣ ଯଦି ଆବଶ୍ୟକ ସମୟରେ ଆପଣ ମିତ୍ର ବେଶରେ ଥିବା ଶତ୍ରୁଠାରୁ ସାହାର୍ଯ୍ୟ ମାଗିଥାନ୍ତି, ତେବେ ଆପଣଙ୍କର କଠିନ ପରିଶ୍ରମ ବୃଥା ହେବା ସହ ଅନ୍ୟମାନଙ୍କ ସାମନାରେ ପରିହାସର କାରଣ ହୋଇପାରନ୍ତି ।

୩-ଜୀବନରେ ଯଦି ସଫଳତା ପାଇବା ପାଇଁ ଆପଣଙ୍କର ଆୟ ଓ ବ୍ୟୟ ଉପରେ ସଠିକ୍ ଜ୍ଞାନ ରହିବା ଜରୁରି । ବ୍ୟକ୍ତିକୁ କେବେ ବି ଜୋସରେ ଆସି ଆୟଠାରୁ ଅଧିକ ଖର୍ଚ୍ଚ କରିବା ଉଚିତ୍ ନୁହେଁ ।

Get real time updates directly on you device, subscribe now.