fbpx

ଜମ୍ମୁ-କଶ୍ମୀରରେ ବଢ଼ୁଛି ଆତଙ୍କୀବାଦୀଙ୍କ ଦୁଃସାହସ, ପୁଞ୍ଚରେ ଦୁଇ ସେନା କର୍ମଚାରୀ ଆହତ; ଜାତୀୟ ରାଜପଥ ବନ୍ଦ

ନୂଆଦିଲ୍ଲୀ: ଗୁରୁବାର ଜମ୍ମୁ କାଶ୍ମୀରର ପୁଞ୍ଚରେ ଆତଙ୍କବାଦୀଙ୍କ ସହ ଏନକାଉଣ୍ଟରରେ ଦୁଇ ସେନା କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି । ଆତଙ୍କବାଦୀଙ୍କ ବିରୋଧରେ ସେନା ଦ୍ୱାରା କରାଯାଇଥିବା ଅପରେସନ ଯୋଗୁଁ ଜମ୍ମୁ- ରଜୌରୀ-ପୁଞ୍ଚ ଜାତୀୟ ରାଜପଥରେ ଯାତାୟାତ ବାଧାପ୍ରାପ୍ତ ହୋଇଛି । ସୂଚନା ଅନୁଯାୟୀ ଆତଙ୍କବାଦୀଙ୍କ ବିରୋଧରେ ଏହି ଅପରେସନରେ ଆହତଙ୍କ ମଧ୍ୟରେ ଜଣେ ଜୁନିଅର କମିଶନ ଅଫିସର (ଜେସିଓ) ଏବଂ ଜଣେ ସୈନିକ ଅଛନ୍ତି।

ଏହି ଘଟଣା ପରେ ସୁରକ୍ଷା ବାହିନୀ ଜମ୍ମୁ- ରଜୌରୀ-ପୁଞ୍ଚ ଜାତୀୟ ରାଜପଥର କିଛି ଅଂଶରେ ଯାତାୟତ ବନ୍ଦ କରାଯାଇଛି । ଗତ କିଛି ଦିନ ହେବ ଘାଟୀରେ ଆତଙ୍କବାଦୀ ଘଟଣା ବୃଦ୍ଧି ପାଇବା ପରେ ସେନା ଆତଙ୍କବାଦୀ ବିରୋଧୀ ଅପରେସନ ଚଳାଇଛି । ସେନା ଦ୍ୱାରା କରାଯାଇଥିବା ଏହି ଅପରେସନରେ ଛଅ ଦିନରେ ଅତି କମରେ ୯ ଆତଙ୍କବାଦୀ ନିହତ ହୋଇଛନ୍ତି ।

ସୋମବାର ଦିନ ରଜୌରୀ ସେକ୍ଟରର ପିର ପଞ୍ଜଲରେ ଆତଙ୍କବାଦୀଙ୍କ ଆକ୍ରମଣରେ ୫ ଯବାନ ଶହୀଦ ହୋଇଥିଲେ । ଶହୀଦମାନଙ୍କ ମଧ୍ୟରେ ଜଣେ ଜୁନିଅର କମିଶନ ଅଫିସର ଏବଂ ଚାରିଜଣ ସୈନିକ ରହିଥିଲେ । ଅକ୍ଟୋବର ୩ ରୁ ଜାମ୍ମୁ କାଶ୍ମୀରରେ ସଂଖ୍ୟାଲଘୁ ସମ୍ପ୍ରଦାୟର ତିନିଜଣଙ୍କ ସମେତ ୭ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି ।

 

 

Get real time updates directly on you device, subscribe now.